Author: sanitelevision

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍‌’ ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନର ଆନନ୍ଦରେ ଭକ୍ତମାନେ ଉଲ୍ଲସିତ। ଭୂମି ପୂଜନ ଏବଂ ପ୍ରାଣ ପ୍ରତିଷ୍ଠା ପରେ, ସମସ୍ତେ ଏବେ ରାମ ମନ୍ଦିରର ପତାକା ଉତ୍ତୋଳନ ଉତ୍ସବରେ ନିଜକୁ ସାମିଲ କରି ଧନ୍ୟ ମନେ କରିଛନ୍ତି। ତେବେ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ ହୋଇଛି । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍। ଦକ୍ଷିଣ କୋଣ ତ୍ରିକୋଣୀୟରେ…

Read More

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ଜଣ ଆଶାୟୀଙ୍କୁ ସମନ କରିଛି । ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଆସି ହାଜର ହେବାକୁ କୁହାଯାଇଛି । ସେମାନେ ହାଜର ହେବା ପରେ ବିଭିନ୍ନ ଦିଗକୁ ନେଇ ସିବିଆଇ ଜେରା କରିବ । ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସିବିଆଇ ୩ଦିନରେ ଖୋର୍ଦ୍ଧା ଓ କଟକ ଅଞ୍ଚଳର ୧୦ ଆଶାୟୀଙ୍କୁ ଜେରା କରିଥିଲା । ଜଣେ ଡିଏସପି…

Read More

ବିଜେଡିର ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ କାରଣ ଦର୍ଶାଇଛନ୍ତି।ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲ‌ା ବିଜେଡି ସେତେବେଳେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ସେ କେବଳ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରିଥିଲେ, ତାହା ନୁହେଁ, ବରଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଠିକ୍ ହୋଇନାହିଁ ବୋଲି କହିଥିଲେ। ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହିଥିଲେ। ଏପରିକି ଯେଉଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିଲା, ତାଙ୍କୁ ବି ଛାଡ଼ି ନଥିଲେ ଦେବାଶିଷ…

Read More

ଆଫ୍ରିକୀୟ ଦେଶ ଇଥିଓପିଆର ହେଲି ଗୁବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି । ୧୦ ହଜାର ବର୍ଷ ପୁରୁଣା ୧୫୦ କିମି ଉପରକୁ ଉଠିଲା ଧୂଆଁ । ଜ୍ୱାଳାମୁଖୀ ପାଉଁଶ ଭାରତ ଆଡକୁ ମାଡ଼ି ଆସିଛି । ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଭାରତରୁ ଆବୁଧାବି ଯିବାକୁ ଥିବା ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି । ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏୟାରଲାଇନ୍ସକୁ ସତର୍କ କରାଇଛି ଡିଜିସିଏ ।ପ୍ରଦୂଷଣ ପାଇଁ ରନୱେ ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ହେଲେ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ବୈଜ୍ଞାନିକଙ୍କ ମତରେ, ପୃଷ୍ଠ ବାୟୁ ଗୁଣବତ୍ତା ବିଶେଷ ପ୍ରଭାବିତ ହେବ ନାହିଁ, କିନ୍ତୁ ଅଧିକ ଉଚ୍ଚତାରେ ବିମାନ ଯାତ୍ରା ବିପଦରେ ରହିବ।​​​​​​​ସୂଚନାନୁସାରେ, ସୋମବାର ଇଥିଓପିଆରେ ଏକ ଜ୍ୱାଳାମୁଖି…

Read More

କଟକ ଟାଙ୍ଗୀରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କରକୁ ପିଟିଲା ବୋଲେରୋ । ୩ ମୃତ, ୨ ଗୁରୁତର । ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ସମେତ ଦୁଇ ଜଣ ପୁରୁଷ ଅଛନ୍ତି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ପାଞ୍ଚ ଜଣ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ହେଲେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡର ସହିତ ପିଟି ହୋଇଥିଲା । ଏହାପରେ ରାସ୍ତାରେ ଯାଉଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥ କର୍ମଚାରୀ ଓ ଟାଙ୍ଗୀ ପୁଲିସଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ପଯ୍ୟନ୍ତ ଗୁରୁତର କିମ୍ବା ମୃତକ ଙ୍କ ପରିଚୟ ମିଳିପାରିନାହିଁ ।…

Read More

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଇଏମ୍ଡି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ । ୨୮ ତାରିଖ ଯାଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି । କିନ୍ତୁ ଓଡ଼ିଶାକୁ କୌଣସି ବର୍ଷା ସତର୍କତା ଦିଆଯାଇନି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Read More

ଡିସେମ୍ବର ଶେଷ ସୁଦ୍ଧା ଶେଷ କର ପକ୍କା ଘର ଟାର୍ଗେଟ । ଏନେଇ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗରୁ ଚିଠି ଦିଆଯାଇଛି । ୧,୮୮, ୨୬୩ ପକ୍କା ଘର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ ହେବା ସହିତ ତିନି ବର୍ଷ ଭିତରେ ୨ ଲକ୍ଷ ୨୫ ହଜାର ପକ୍କା ଘର ପ୍ରଦାକ ଲକ୍ଷ୍ୟ ରଖାଯାଇଛି ।​​​​​​​

Read More

ପଶ୍ଚିମବଙ୍ଗର ପୁରୁଲିଆରେ ଏକ ପରିବାର ଅପ୍ରତ୍ୟାଶିତ ଭାବରେ ସେମାନଙ୍କର ଦୀର୍ଘଦିନର ହଜିଯାଇଥିବା ପୁଅକୁ ଫେରି ପାଇଛନ୍ତି। SIR ଅଭିଯାନ ଦ୍ବାରା ଏହି ପୁର୍ନମିଳନ ସମ୍ଭବପର ହୋଇଥିଲା। ହଜିଲା ପୁଅକୁ ଫେରିପାଇ ବହୁତ ଖୁସି ଅଛନ୍ତି ପରିବାର ଲୋକେ।ପଶ୍ଚିମବଙ୍ଗ ପୁରୁଲିଆର ଗୋବୋରଣ୍ଡା ଗାଁର ଚକ୍ରବର୍ତ୍ତୀ ପରିବାର ୩୭ ବର୍ଷ ଧରି ବିଶ୍ୱାସ କରି ଆସୁଥିଲେ ଯେ, ସେମାନେ ସେମାନଙ୍କର ବଡ଼ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।ପରିବାର ଶେଷରେ ବିବେକଙ୍କୁ ଖୋଜିବା ବନ୍ଦ କରିଦେଲା। କିନ୍ତୁ ଗୋଟିଏ ଫୋନ୍ କଲ୍ ସବୁକିଛି ବଦଳାଇ ଦେଲା। ଏମିତି ହେଲା ଯେ ବିବେକଙ୍କ ସାନ ଭାଇ ପ୍ରଦୀପ ଚକ୍ରବର୍ତ୍ତୀ ତାଙ୍କ ଅଞ୍ଚଳରେ ବୁଥ୍ ଲେଭଲ୍ ଅଫିସର (BLO) ଥିଲେ। ତାଙ୍କ ନାମ ଏବଂ ଫୋନ୍ ନମ୍ବର SIR ଫର୍ମରେ ଛପାଯାଇଥିଲା। ସମଗ୍ର ଅଞ୍ଚଳରେ SIR ଫର୍ମ ବଣ୍ଟନ କରାଯାଇଥିଲା। ଅନ୍ୟପଟେ ବିବେକଙ୍କ ପୁଅ କୋଲକାତାରେ ରୁହନ୍ତି। ସେ ଡକ୍ୟୁମେଣ୍ଟେସନ୍‌ର ସାହାଯ୍ୟ ପାଇଁ BLOଙ୍କୁ ଫୋନ୍ କରିଥିଲେ।…

Read More

ଚଳିତ ଥର ଯୁକ୍ତ ଦୁଇର ସମସ୍ତ ବିଭାଗର ଖାତା ଅନଲାଇନ ମୂଲ୍ୟାୟନ ହେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କେବଳ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା । ସେପଟେ ଆଉ ଗୋଟିଏ ଦିନ ବଢିପାରେ ଯୁକ୍ତ ଦୁଇ ଫର୍ମ ଫିଲଅପ ଅବଧି । କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି ନ ଥିବା ଖବର ଆସିଛି। ଆଉ ଥରେ ଫର୍ମ ଫିଲ ଅପ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ଏଥିପାଇଁ ଇ-ମେଲ ଜରିଆରେ ଆବେଦନ କରିବାକୁ କୁହାଯାଇଛି। ଆବେଦନ ଆସିବା ପରେ ଫର୍ମ ଫିଲ ଅପ ପାଇଁ ଦିନେ ସମୟ ମିଳିବ। ଆହୁରି ଦୁଇ ଦିନ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏ ଯାଏଁ ସମୁଦାୟ ୩ ଲକ୍ଷ ୯୮ ହଜାର ୫୮୨ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ କରିଛନ୍ତି। ସେମାନଙ୍କ ମଧ୍ୟରୁ…

Read More

କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ । ବର୍ତ୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ୍ ଫ୍ୟାମିଲିର ଓ କଲରାପତରିଆ ବାଘର ଅନେକ ଚିହ୍ନ ମିଳିଛି । ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଥର ମହାବଳ ବାଘ ମଧ୍ୟ ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ତାର ସ୍ଥିତି ଜାହିର କରିଛି ।ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅନେକ ଥର…

Read More