କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୭ ହଜାର ୨୮୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପୁଣେ ମେଟ୍ରୋ ଟ୍ରେନ୍ ସମ୍ପ୍ରସାରଣକୁ ମିଳିଲା ମଞ୍ଜୁରୀ। ମୁମ୍ବାଇ ନିକଟବର୍ତ୍ତୀ ବଦଲାପୁର-କର୍ଜତ ଲାଇନ ଏବଂ ଗୁଜରାଟର ଦ୍ୱାରକା ଲାଇନ। ଏହି ନିଷ୍ପତ୍ତିଗୁଡ଼ିକ ସଂଯୋଗୀକରଣ ପ୍ରତି ସରକାରଙ୍କ ଗମ୍ଭୀରତାକୁ ପ୍ରଦର୍ଶନ କରିଛି। ଏହି ପ୍ରକଳ୍ପଗୁଡ଼ିକ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧାସଳଖ ଲାଭ ଦେବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘ସିଣ୍ଟର୍ଡ ବିରଳ ପୃଥିବୀ ଚୁମ୍ବକ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା’କୁ ଅନୁମୋଦନ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ଯୋଜନା ବିରଳ ପୃଥିବୀ ଚୁମ୍ବକ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଆମର ଲକ୍ଷ୍ୟ ହେଉଛି ବାର୍ଷିକ ୬,୦୦୦ ମେଟ୍ରିକ୍ ଟନ୍ ଅର୍ଥାତ୍ ଏମଟିପିଏ କ୍ଷମତା ସୃଷ୍ଟି କରିବା। ରିପୋର୍ଟ ଅନୁଯାୟୀ, ବୈଦ୍ୟୁତିକ…
Author: sanitelevision
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଓଡ଼ିଶାରୁ ଅତିରିକ୍ତ ୮ ଲକ୍ଷ ମେଟ୍ରିକ୍ ଟନ୍ ତଥା ମୋଟ ୫୮ ଲକ୍ଷ ଧାନ(ଚାଉଳ ଆକାରରେ) କିଣିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନାମୁତାବକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୪ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ । ବିଶେଷ ଭାବରେ ଓଡ଼ିଶାରେ ଖରିଫ ଋତୁ ଓ…
ଓଏଏସ୍ ସ୍ତରରେ ଅଦଳବଦଳ । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ୬ ଜଣ ବରିଷ୍ଠ OAS ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଡ. ଉଷାରାଣୀ ସାହୁଙ୍କୁ PR & DW ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି । ସେହିପରି ବରିଷ୍ଠ ଓଏଏସ ଲୋପାମୁଦ୍ରା ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ନାରାୟଣ ଚନ୍ଦ୍ର ଧଳଙ୍କୁ ଓଡ଼ିଶା ଖଣି ନିଗମର CVO ଦାୟିତ୍ବ ମିଳିଛି । ଦେବେନ୍ଦ୍ର କୁମାର ନନ୍ଦ ହେଲେ SC/ST ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ । ସୁକାନ୍ତ ମାଝୀଙ୍କୁ କେନ୍ଦୁଝର DUDA PD ଭାବେ ଦାୟିତ୍ବ ମିଳିଥିବା ବେଳେ, ପ୍ରିୟବ୍ରତ ପାଢ଼ୀଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି ।
ଗୁରୁବାର ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ,ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ତାସହ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୨୧ ଶତାବ୍ଦୀର ସବୁଠାରୁ ଦୀର୍ଘ ସୂର୍ଯ୍ୟଗ୍ରହଣ, ଯାହା ସମ୍ପୂର୍ଣ୍ଣ ୬ ମିନିଟ୍ ୨୩ ସେକେଣ୍ଡ ପାଇଁ ରହିବ। ବୈଜ୍ଞାନିକମାନେ କହିଛନ୍ତି ଯେ ଏପରି ଦୃଶ୍ୟ ଗତ ୧୦୦ ବର୍ଷ ମଧ୍ୟରେ ଦେଖାଯାଇନାହିଁ, ଏବଂ ଏତେ ଦୀର୍ଘ ଅବଧିର ସମ୍ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ପୁଣି ସହଜରେ ଦେଖାଯିବ ନାହିଁ। ଯାହା ଘଟିବାକୁ ଯାଉଛି ୨ ଅଗଷ୍ଟ, ୨୦୨୭ରେ । ଏହି ଦିନ, ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ଦେବ। ମଧ୍ୟାହ୍ନ ଭଳି ଆଲୋକ ହଠାତ୍ ସନ୍ଧ୍ୟା ହୋଇଯିବ। ତାପମାତ୍ରା ୫ ରୁ ୧୦ ଡିଗ୍ରୀ ହ୍ରାସ ପାଇପାରେ, ପବନର ଦିଗ ପରିବର୍ତ୍ତନ ହୋଇପାରେ, ଏବଂ ପକ୍ଷୀ ସମେତ ଅନେକ ପ୍ରାଣୀ ଅସାଧାରଣ ଆଚରଣ ଅନୁଭବ କରିପାରନ୍ତି। ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ସମୟରେ, ସୂର୍ଯ୍ୟର ଫିକା କରୋନା, ହୀରା ବଳୟ ପ୍ରଭାବ ଏବଂ ଉଜ୍ଜ୍ୱଳ ଗ୍ରହ ଶୁକ୍ର, ବୁଧ ଏବଂ କିଛି ତାରା ମଧ୍ୟ ଦୃଶ୍ୟମାନ ହେବେ।ବୈଜ୍ଞାନିକମାନଙ୍କ ଅନୁସାରେ, ପ୍ରତି ୧୮ ମାସରେ ଥରେ ପୂର୍ଣ୍ଣ…
ପରିବା ଦର ଉପରେ ଆଉ ନିୟନ୍ତ୍ରଣ ନାହିଁ । ଆକାଶ ଛୁଆଁ ପରିବା ଦର । କାର୍ତ୍ତିକ ମାସରେ ଯେଉଁ ଦର ଥିଲା ଆଜି ବି ପ୍ରାୟ ସମାନ ଦର ।କ୍ରମାଗତ ଭାବରେ ପନିପରିବାର ଦର ବୃଦ୍ଧି ପାଇଁ ପାଣିପାଗକୁ ଦାୟୀ କରିଛନ୍ତି କଟକ ଛତ୍ରବଜାର ବ୍ୟବସାୟୀ । ଅଦିନିଆ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଛି । ସାଧାରଣତଃ ଏହି ସମୟରେ ଅନେକ ପରିବା ଅମଳ ହେବା କଥା । ବିଶେଷକରି ଲୋକାଲ ପରିବା ବଜାରକୁ ଆସିବା କଥା । ମାତ୍ର ତାହା ଆସି ପାରି ନାହିଁ । ଯେଉଁ କାରଣରୁ ରାଜ୍ୟରେ ଏବେ ପରିବା ଦର ଉଚ୍ଚ ରହିଛି । ବଜାରକୁ ଏବେ ଯେଉଁ କଞ୍ଚା ପରିବା ଆସୁଛି ତାହା ଏବେ ସାଧାରଣତଃ ପଶ୍ଚିମବଙ୍ଗ, ରାଞ୍ଚି, ବିହାର, ବାଙ୍ଗାଲୋରରୁ ଆସୁଛି । ସେଠାରେ ମଧ୍ୟ ଏବେ ପରିବା ଦର ଉଚ୍ଚା ରହୁଛି । ଏହି ସମୟରେ କାଙ୍କଡ଼…
ଖୋଲିବ ଗୁଣ୍ଡିଚା ମନ୍ଦିର। ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । ଟିକେଟ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ।
ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ। ଏନେଇ କଠୋର ଚେତାବନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା ।ବାଲି ମାଫିଆଙ୍କୁ ଦମନ କରିବା ପାଇଁ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ପତ୍ତି ଜନ ସାଧାରଣଙ୍କ ରୟାଲଟିକୁ ଲୁଟ୍ ହେବାକୁ ସରକାର ଦେବେ ନାହିଁ ବୋଲି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ନୂଆ ଆଇନକୁ କଡାକଡି ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡି ଜବତ କରାଯାଇଛି । ଆଗକୁ ଆହୁରି ବଡା ଧରଣର ଆକ୍ସନ ହେବ କହିଛନ୍ତି ବିଭୂତି ଜେନା ।
୩ ଦିନ ବନ୍ଦ ରହିବ ବିମାନ ଚଳାଚଳ। ଉଡିବନି କୌଣସି ବି ବିମାନ। ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ଯାହା ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାକୁ ଯାଉଛି । ଯେଉଁଥିପାଇଁ ସମୁଦ୍ରର କିଛି ଅଞ୍ଚଳରେ ସତର୍କ ସୂଚନା ବା ନୋଟାମ୍ ଜାରି କରାଯାଇଛି । ଡିସେମ୍ବର ୬ରୁ ୮ ମଧ୍ୟରେ ଏହି ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।ରିପୋର୍ଟ ଅନୁସାରେ, ଯେଉଁଦିନ ମିସାଇଲ ପରୀକ୍ଷଣ ହେବ ସେଦିନ ପ୍ରାୟ ୧୪୮୦ ବର୍ଗ କିଲୋମିଟର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବ । ଏହି ସମୟସୀମା ଡିସେମ୍ବର ୬ ଦିନ ୧୨ଟା ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଦିନ ୩ଟା ୩୦ ଯାଏଁ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ”ପାଇଲଟ ଏବଂ ଏୟାରଲାଇନ ବିଭିନ୍ନ ରୁଟକୁ ପରିବର୍ତ୍ତନ କରିପାରନ୍ତି । ସାଟେଲାଇଟ୍ ବେସଡ୍ ନାଭିଗେସନ ସିଷ୍ଟମ ଅନୁସାରେ…
ଗମ୍ଭୀର ହେଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ। ରାଜଧାନୀବାସଙ୍କୁ ନାକେଦମ୍ କଲାଣି ପ୍ରଦୂଷଣ। ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି। ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ଲାଗିଛି। ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ୱିପ୍ ଜାରି କରିଛି PMO। ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପଦକ୍ଷେପ ନେଇଛି। ଦିଲ୍ଲୀରେ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନକୁ ବନ୍ଦ କରି ଇଭି ଚଳାଚଳକୁ ଗୁରୁତ୍ବ ଦେଇଛି PMO ।ଦେଶରେ ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ। ତେବେ ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ ପଡିନାହିଁ। କାରଣ ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ୩୪୦କୁ ବଢ଼ିଯାଇଛି। ମଙ୍ଗଳବାର ଏହା ଦେଶର ଷଷ୍ଠ ପ୍ରଦୂଷିତ ସହର ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଟ୍ୱିନ୍ ସିଟି…







