Author: sanitelevision

୨୬/୧୧ ଟେରର ଆକ୍ରମଣ । ଦୀର୍ଘ ୧୭ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।୪ ଦିନ ଧରି ରକ୍ତର ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ ।…

Read More

ମାଲାକ୍କା ସମୁଦ୍ର ଅଞ୍ଚଳ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ଆଜି ବାତ୍ୟା ରୂପ ନେଇଛି । ମାଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହୋଇଛି ।ଘୂର୍ଣ୍ଣିଝଡ଼ ସେନ୍ୟାର ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ ଛୁଇଁପାରେ।ଏହା ଇଣ୍ଡୋନେସିଆର କୁତ୍ ମକମୁର ଠାରୁ ପୂର୍ବରେ ୧୦୦ କି.ମି. ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କି.ମି. ଦୂରରେ ରହିଛି । ସେପଟେ ଅନ୍ୟ ଏକ ସିଷ୍ଟମରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇଛି । ତେବେ ଆଜି ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ ରହିବ। ବୁଧବାରଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା…

Read More

ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ସିଂହାସନରେ ଠାକୁରଙ୍କ ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ବିଶ୍ୱାସ ରହିଛି, ପଞ୍ଚମୀ ତିଥିରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ହାରିଯାଇଥାନ୍ତି। ତେଣୁ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଦୁଇଥର ବଡସିଂହାର ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଷଷ୍ଠୀ ତିଥିରୁ ଘୋଡ ଲାଗି ହୋଇଥାନ୍ତି। ସପ୍ତାହର ୭ ଦିନରେ ବାର ଅନୁଯାୟୀ ଶ୍ରୀବିଗ୍ରହମାନେ ୭ ପ୍ରକାର ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି।ଓଢ଼ଣୀ ଶଷ୍ଠୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ ଦ୍ୱାରା କୋଟି…

Read More

ବହୁଚର୍ଚ୍ଚିତ ରାପର ‘ଜଟର୍ଣ୍ଣଟ’ ବା ଅଭିନବ ସିଂହ ମୃତ୍ୟୁ ମାମଲା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଅଭିନବଙ୍କ ପତ୍ନୀ ଗିରଫ । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲ୍‌ବାଗ ଥାନା ପୋଲିସ । ୨୫୮ ଦିନର ତଦନ୍ତ ପରେ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ପ୍ରାରମ୍ଭିକ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ। ସେହି ଅନୁସାରେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ। ତଦନ୍ତରେ ଜଣାପଡିଲା ଯେ ମୃତକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଉସକେଇଛନ୍ତି ଆତ୍ମହତ୍ୟା ପାଇଁ।ଅନ୍ୟପଟେ ଅଭିନବଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଯୌତୁକ ନିର୍ଯାତନା ଭଳି ସଙ୍ଗୀନ ମାମଲା ରୁଜୁ କରିଥିଲେ ଦୀପିକା । ହେଲେ ଏବେ ପୋଲିସ ଘଟଣାର ତଦନ୍ତ କରି ପତ୍ନୀ ଉତ୍କଳ ଦୀପିକା…

Read More

ସମ୍ବିଧାନ ଦିବସ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ…

Read More

ଆଜି ନଭେମ୍ବର ୨୬କୁ ସାରା ଦେଶରେ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଭାରତରେ ‘ଶ୍ୱେତ ବିପ୍ଳବର ଜନକ’ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍‌ଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୁଏ।ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ଭର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା । ୧୯୪୮ ମସିହାରେ ଆମେରିକାର ମିସିଗାନ ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା।ଦେଶକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ତଥା କୃଷକଙ୍କ ଅବସ୍ଥାରେ ସୁଧାର…

Read More

ଭୁବନେଶ୍ୱରରେ ପହଞ୍ଚିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । କାଲି ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ । ଭୁବନେଶ୍ୱରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶୁଭାଂଶୁ କହିଛନ୍ତି ଓଡିଶା ଆସି ମୁଁ ବହୁତ ଖୁସି, ପୂର୍ବରୁ ବି ଓଡିଶା ଆସିଥିଲି ।ଓଡିଶାର ପିଲାମାନେ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ । ସେଠାକାର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେହି ଅନୁଭୂତିକୁ ବାଣ୍ଟିବାକୁ ଓଡିଶା ଆସିଛି ବୋଲି ସେ କହିଛନ୍ତି ।ସୂଚନାଥାଉକି, ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍‌ର ନବମ ସଂସ୍କରଣରେ ଯୋଗଦେବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମହାକାଶଚାରୀ ଇସ୍ରୋର ଗଗନଯାତ୍ରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଏବଂ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ।

Read More

ପ୍ରେମ ସଜାଇଲା ବାଇକ୍ ଚୋର। ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି।ଅଭିଯୁକ୍ତ ଯୁବକ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଏକ ସୁପର ବାଇକ୍ ଚୋରି କରିଥିଲେ। ଚୋରି ବାଇକ୍‌ରେ ଗାର୍ଲଫ୍ରେଣ୍ଡକୁ ବସାଇ ରାଜଧାନୀରେ ବୁଲାଉଥିବା ବେଳେ ପୋଲିସ ତାଙ୍କୁ ପିଛା କରିଥିଲା। ପରେ ଦୁହେଁ ସହରସାରା ବୁଲି ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।ପୁଲିସ୍‌ ଚୋରି ହୋଇଥିବା ସୁପର ବାଇକ୍‌କୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି।ତେବେ ପଚରାଉଚରା ପରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ି ଦିଆଯାଇଛି।

Read More

ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା।ବଲାଙ୍ଗିର ଜିଲ୍ଲା ସୁକତେଲ ବିସ୍ଥାପିତ କଲୋନୀରେ ଦୁଃଖଦ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୁମନ ଖୁଆସ ବ୍ୟାଡମିଣ୍ଟନ ଖେଳିକି ଆସି ବାପା ସୁଧୀରଙ୍କ ସହ ଶୋଇଥିଲେ । ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ଦୁଇଟି ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ I ମଙ୍ଗଳବାର ଭୋର ସମୟରେ ସେ ଅସୁସ୍ଥ ଅନୁଭବ କରି ଗୁରୁତର ହୋଇ ପଡିଥିଲେ I ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଟଳିପଡ଼ିଥିଲେ…

Read More

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ଫେରାଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ଦାବି ପୂରଣ ନହେଲେ ସାରା ଓଡିଶାରେ ଆନ୍ଦୋଳନ ଚେତାବନୀ । ଦାବିପତ୍ର ଗ୍ରହଣ କରି ଉପଯୁକ୍ତ ତଦନ୍ତ ହେବ କହିଲେ ଅତିରିକ୍ତ ଏସ୍‌ପି । ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ସମୟରେ ମଧ୍ୟ ଷ୍ଟେଜ୍‌ ଶୋ’ କରିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଅସୁସ୍ଥ ହ୍ୟୁମାନଙ୍କୁ ଜୋରଜବରଦସ୍ତ ଷ୍ଟେଜ୍‌କୁ ନେଇ ପ୍ରୋଗ୍ରାମ କରି ତାଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ହ୍ୟୁମାନଙ୍କ ମା’ଙ୍କୁ ମ୍ୟାନେଜର ଦିନେଶ ଯେଉଁଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରି…

Read More