Author: sanitelevision

ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ୯୧ ଅଧିକାରୀଙ୍କ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ। ଅଭିଯୋଗ ସମାଧାନ କ୍ଷେତ୍ରରେ କଟକ ସବୁଠୁ ପଛରେ ଥିବାରୁ ଖପ୍ପା ହେଲେ ସିଏମ୍ ଗ୍ରୀଭାନ୍ସ ସେଲ୍ । ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନି । ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତାଲିକାରେ ଅଛନ୍ତି କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, କଟକ ସିଡିଏମଓ, ଡିଇଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଆଠଗଡ଼ ଉପ-ଜିଲ୍ଲାପାଳ, କଟକ ସଦର ଉପ-ଜିଲ୍ଲାପାଳ, ପୁଲିସ ଓ ଅନ୍ୟାନ୍ୟ କର୍ମଚାରୀ। ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନାମା ପର୍ଯ୍ୟନ୍ତ ଏହିସବୁ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ସବ୍ ଟ୍ରେଜେରୀ ଙ୍କୁ ନିର୍ଦ୍ଦେଶ…

Read More

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପରେ ଏହାକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ସିପିଆଇ ଦଳର ନେତା । ପରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ଆଗତ ପରେ ବାଚସ୍ପତି ସୁରମା ପାଢୀ ଅପରାହ୍ଣ ୪ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ଆସନ୍ତା ୨୮ ତାରିଖ ଦିନ ପ୍ରଥମ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନ ହେବ।

Read More

ବିଦେଶୀ ପକ୍ଷୀ ଗୋଡ଼ରେ ଲାଗିଛି ଅଜଣା ଟ୍ୟାଗ । ଋଷିକୂଲ୍ୟା ମୁହାଣରେ ବୁଲୁଥିବା ଅବସ୍ଥାରେ ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ଏହି ଚିତ୍ର । ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ହୋଇଥିବା ସୂଚନା ।ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗ୍ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଥାଏ । ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡ଼ିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା ମଧ୍ୟ କରାଯାଇଥାଏ ବୋଲି ପରିବେଶବିତ୍ ରବୀନ୍ଦ୍ର ନାଥ ସାହୁ କହିଛନ୍ତି । ତେବେ କିଏ ଟ୍ୟାଗ୍ ଲଗାଇଛି ତାହା ଜଣା ପଡ଼ିନାହିଁ

Read More

ରାଜ୍ୟକୁ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ବଢ଼ିଯିବ । ଶୀତକୁ ନେଇ ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଜି ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ପାରଦ ୮.୬ ଡିଗ୍ରି କୁ ଖସିଛି । ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀରୁ ତଳେ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Read More

ବହୁଚର୍ଚ୍ଚିତ ପୁଲିସ୍ ଏସ୍ଆଇ ଜାଲିଆତି ଘଟଣାରେ ସିବିଆଇ ୪ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ସେମାନେ ହେଲେ ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁ । ଏମାନଙ୍କ ୫ ଦିନ ରିମାଣ୍ଡ ନେବାକୁ ସ୍ପେଶାଲ୍ ସିବିଆଇ କୋର୍ଟରେ ଆବେଦନ କରିଥିଲେ ତଦନ୍ତକାରୀ । କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ, ପୋଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ମାମଲା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିଥିବା ନେଇ ସନ୍ଦେହ ହେବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ସୁପାରିଶ କରିଥିଲେ। ପରେ ସିବିଆଇକୁ ତଦନ୍ତ ଦାୟୀତ୍ବ ଦିଆଯାଇଥିଲା।

Read More

ନିଷ୍କ୍ରିୟ ହେଲା ୨ କୋଟି ଆଧାର ନମ୍ବର। ଦୁଇ କୋଟିରୁ ଅଧିକ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କଲା UIDAI । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ଦେଶବ୍ୟାପୀ ଚଳାଉଥିବା ଆଧାର ସ୍ୱଚ୍ଛ ଅଭିଯାନରେ ମୃତ୍ୟୁବରଣ କରିଥିବା୨କୋଟିରୁ ଅଧିକଲୋକଙ୍କର ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି। ଆଧାର ଡାଟାବେସର ଅଖଣ୍ଡତାକୁ ସୁରକ୍ଷିତ ରଖିବା ଏବଂ ପରିଚୟ ପ୍ରମାଣପତ୍ରର ଅପବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପର ନିଆଯାଇଛି ବୋଲି ସରକାର ସୂଚନା ଦେଇଛନ୍ତି।କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ କଲ୍ୟାଣକାରୀ ଲାଭ ପାଇବା ପାଇଁ ସମ୍ଭାବ୍ୟ ପରିଚୟ ଜାଲିଆତି କିମ୍ବା ଆଧାର ନମ୍ବରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଆଧାର ନମ୍ବରକୁ ନିଷ୍କ୍ରିୟ କରିବା ଆବଶ୍ୟକ। ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ସୂଚନାର ଯାଞ୍ଚ ପ୍ରକ୍ରିୟା ଅନୁସରଣ କରି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କିମ୍ବା ଅନ୍ୟଥା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

Read More

ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ।ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ଏଏସ୍‌ଆଇ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି ।ସୂଚନାମୁତାବକ , ୨୦୨୧ ମସିହାରେ ଏଏସ୍‌ଆଇ ଶ୍ରୀମନ୍ଦିର ଭିତରେ ‘ଫେକ୍‌ଡ ଇଲୁମିନେସନ୍‌ ପ୍ରୋଜେକ୍ଟ’ ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍‌ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍‌କୋସ୍‌’କୁ ଏହି କାମର ଠିକା ଦିଆଯାଇଥିଲା।ସେପଟେ ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର । ଜଣେ ଭକ୍ତଙ୍କ ପିଛା ଟିକେଟର ମୂଲ୍ୟ ୧୦…

Read More

ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି । ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ହଂକଂର ଅନ୍ୟତମ ବଡ଼ ଅଗ୍ନିଶମ ଅଭିଯାନ ବୋଲି କୁହାଯାଉଛି । ବୁଧବାର ଅପରାହ୍ନରୁ ନିଆଁ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ଆସିନାହିଁ । ଅଟ୍ଟାଳିକାଗୁଡ଼ିକର ବାହାରେ ବ୍ୟାପକ ବାଉଁଶ ଓ ପ୍ଲାଷ୍ଟିକ୍ ଜାଲ ଲଗାଯାଇଥିଲା । ଯାହା ନିଆଁକୁ ଅଧିକ ବ୍ୟାପିବାରେ ସହାୟକ ହୋଇଥିଲା । କୋଠାଗୁଡ଼ିକ ଅତି ପାଖାପାଖି ଥିବାରୁ ନିଆଁ ସହଜରେ ଗୋଟିଏ ବ୍ଳକରୁ ଅନ୍ୟ ବ୍ଳକକୁ ବ୍ୟାପିଥିଲା । ଦଶନ୍ଧି ପରେ ହଂକଂର ସବୁଠୁ ଭୟଙ୍କର ନିଆଁ ଲାଗିଥିବା କୁହାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି…

Read More

ଗୁରୁବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପ୍ରଥମ ଦିନରେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବେ। ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ମାନେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ ହୋଇଛି । ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ବିଜେଡି । ରାଜ୍ୟରେ…

Read More

ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ୪୦୮ ରନରେ ପରାଜୟ । ଟେଷ୍ଟ ଇତିହାସରେ ଭାରତର ଏହା ରନ୍ ବ୍ୟବଧାନରେ ସବୁଠାରୁ ବଡ଼ ପରାଜୟ ଘଟିଛି । ଏହି ପରାଜୟ ପରେ ଏବେ ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ସହ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଯେଉଁଥିରେ ତାଙ୍କୁ ପଚରାଯାଇଛି ଯେ ସେ ଟେଷ୍ଟ କ୍ରିକେଟ ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ଉପଯୁକ୍ତ ବ୍ୟକ୍ତି କି? ସେ ଉତ୍ତର ଦେଇଥିଲେ, ବିସିସିଆଇ ନିଷ୍ପତ୍ତି ନେବ, କିନ୍ତୁ ମନେରଖନ୍ତୁ, ମୁଁ ସେହି ବ୍ୟକ୍ତି ଯାହାଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥିଲା, ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଏବଂ ଏସିଆ କପ ଜିତିଥିଲା।ଅବଶ୍ୟ ଯଦି କୋଚ୍ ଭାବେ ଟେଷ୍ଟରେ ଗମ୍ଭୀରଙ୍କ ପ୍ରଦର୍ଶନକୁ ବିଚାର କରାଯିବ ତେବେ ତାହା ଆଦୌ ଉତ୍ସାହଜନକ ନୁହେଁ…

Read More