ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରର ରାଜଭବନ ପରିସରରେ ନବନିର୍ମିତ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଛନ୍ତି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଭାବରେ ନିର୍ମିତ ଏହି ସୁବିଧା ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ରହିବା ପାଇଁ ଡିଜାଇନ୍ କରାଯାଇଛି। ଏପରିକି ଏହାର ଡିଜାଇନ୍ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି।ଉଦଘାଟନ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ବମପାଟି, ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏବଂ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଅନେକ ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ।
Author: sanitelevision
ଓଡ଼ିଶା ବିଧାନସଭାରେ ଆଜି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାୟ ୧୫ ବର୍ଷ ପରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନ ତଥା ଶୀତକାଳୀନ ଅଧିବେଶନ-୨୦୨୫ର ପ୍ରଥମ ଦିନରେ ବିଧାୟକ, ଅଧିକାରୀ ଓ ନିମନ୍ତ୍ରିତ ଅତିଥିମାନେ ତତ୍କାଳୀନ ରାଇରଂଗପୁର ବିଧାୟକ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଭାଷଣ ନିଜ ସାମ୍ନାରୁ ଶୁଣିବାକୁ ପାଇପାରିଛନ୍ତି।ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ହୋଇଛି ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ରାଷ୍ଟ୍ରପତି କହିଛନ୍ତି ଯେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଆନନ୍ଦିତ। ମୋତେ ହୋମ୍ କମିଂ ଭଳି ଲାଗୁଛି। ମା’ଟି ମୋର କେଡେ ନିଜର ତା ସରି କେହି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଏ ମୁଁ ବୋଳି। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧନ କରିଛି। ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ…
ବିଧାନସଭାରେ ଅଭିଭାଷଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ରାଷ୍ଟ୍ରପତିଙ୍କୁ କଲେ ସ୍ବାଗତ । କହିଲେ, ଆଜି ଗୌରବର ଦିନ । ଆମ ଗହଣରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି । ଆମେ ସମସ୍ତେ ଗର୍ବିତ ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି । ସବୁଠୁ ବଡ଼ କଥା ହେଲା, ରାଷ୍ଟ୍ରପତି ନିଜ ପଲିଟିକାଲ୍ କ୍ୟାରିୟର ଓଡ଼ିଶା ବିଧାନସଭାରୁ ଆରମ୍ଭ କରିଥିଲେ , ଆଜି ସେ ଦେଶର ରାଷ୍ଟ୍ରପତି । ସୂଚନାମୁତାବକ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡ଼ିଶା ବିଧାନସଭାରେ ପହଞ୍ଚିଛନ୍ତି। ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ବିଧାନସଭା ଗସ୍ତ। ରାଜଭବନରୁ ବାହାରି ସେ ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିପରିଷଦର ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ବିଧାନସଭା ଗୃହରେ ବାଚସ୍ପତି ବିବୃତି ରଖି ରାଷ୍ଟ୍ରପତିଙ୍କୁ ବଧାଇ ଜଣାଇଛନ୍ତି ଏବଂ ଏହି ମୁହୂର୍ତ୍ତକୁ ବିଧାନସଭା ପାଇଁ ‘ଐତିହାସିକ’ ବୋଲି ବର୍ଣ୍ଣନା…
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ପରିଣତ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଅଞ୍ଚଳରେ ବାତ୍ୟାର ରୂପ ନେଇଛି ।ଓଡିଶା ଉପରେ ବିଶେଷ ପ୍ରଭାବ ପଡିନପାରେ । ଏହି ଶୀତକାଳୀନ ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩୦ ତାରିଖ ବେଳକୁ ଏହା ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା । ହେଲେ ଓଡିଶାରେ ଏହାର କେତେ ପ୍ରଭାବ ପଡିବ, ବର୍ଷା ହେବ କି ନାହିଁ ସେନେଇ କିଛି ପୂର୍ବାନୁମାନ କରାଯାଇ ନାହିଁ ।
ରାଜଭବନରୁ ବାହାରି ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ ସଦସ୍ୟ । ଆଜି ପ୍ରଥମ ଥର ପାଇଁ ବିଧାନସଭାରେ ଉଦ୍ବୋଧନ ଦେବେ ମହାମହିମ । ବିଧାନସଭାରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ସମସ୍ତ ବିଧାୟକ । ବର୍ତ୍ତମାନର ବିଧାୟକଙ୍କ ସହ କିଛି ପୂର୍ବତନ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ଅଭିଭାଷଣ ପରେ ୧୧ ନମ୍ବର ରୁମ୍କୁ ଆସି ସମୟ ବିତାଇବେ ରାଷ୍ଟ୍ରପତି । ୧୧ନଂ ପ୍ରକୋଷ୍ଠରେ ୧୫ରୁ ୨ ୦ ମିନିଟ ରହିବାର ସୂଚନା ମିଳିଛି । ସୂଚନାମୁତାବକ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ ।
ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଛି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲିଥିବାରୁ ମାଛଧରା ଉପରେ କଡ଼ା କଟକଣା ଜାରି କରାଯାଇଛି । ବିଶେଷକରି ଯାନ୍ତ୍ରିକ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ରୋକ୍ ଲଗାଯାଇଛି, କାରଣ ଟ୍ରଲର ମାଡ଼ରେ ଅନେକ ସମୟରେ କଇଁଛଙ୍କ ମୃତ୍ୟୁ ଘଟିଥାଏ । ଅଲିଭ ରିଡ୍ଲେଙ୍କ ପ୍ରଜନନ ସମୟରେ ସ୍ଥାନୀୟ ଅଞ୍ଚଳକୁ ଏକ ‘ହାଇସିକ୍ୟୁରିଟି ଜୋନ୍’ ବା ଉଚ୍ଚ ସୁରକ୍ଷା ବଳୟ ଭାବେ ଘୋଷଣା କରାଯାଇଛି ।ବନବିଭାଗର ସ୍ୱତନ୍ତ୍ର ଟିମ୍ ଦିନରାତି ସମୁଦ୍ରରେ ପାଟ୍ରୋଲିଂ କରୁଛନ୍ତି । ବେଆଇନ ମାଛଧରାକୁ ରୋକିବା ପାଇଁ କଡ଼ା ନଜର ରଖାଯାଇଛି ।ଆଗକୁ କିଛି ଦିନ…
କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖପ୍ପାକୁ ନେଇ ଦରମା ବନ୍ଦ ପ୍ରସଙ୍ଗ। ସାନି ସଂଶୋଧନ ତାଲିକା ଜାରି କରିଛି କଟକ ଜିଲ୍ଲା ପ୍ରଶାସନ। ୯୧ ଜଣଙ୍କ ସ୍ଥାନରେ ପ୍ରଶାସନ ୩୬ ଜଣଙ୍କ ବନ୍ଦ କରିଛି। ବରିଷ୍ଠ ପାହ୍ୟା ଅଧିକାରୀମାନେ ପୂର୍ବ ତାଲିକାରୁ ବାଦ୍ ପଡିଛନ୍ତି।ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ସୂଚନା ଦେଇଛନ୍ତି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏନେଇ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ସୂଚନା ଦେଇଛନ୍ତି।
ଆଜିକାଲି ଚାକିରି ଖୋଜିବା ଏତେ ସହଜ ନୁହେଁ। ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ପରିସ୍ଥିତି ଆହୁରି ଚ୍ୟାଲେଞ୍ଜିଂ ହେଉଛି। ଦିନେ ଏସି ଲାଗିଥିବା ଅଫିସରେ ସୁଟ୍-ବୁଟ୍ ପିନ୍ଧି ବସୁଥିବା କର୍ମଚାରୀ ଆଜି ଡ୍ରାଇଭର ପାଲଟିଛି। ଖରା, ଶୀତ, ବର୍ଷ ସବୁ ସହି ସେ କାମ କରୁଛନ୍ତି। ଏବେ ସେ ଇଞ୍ଜିନିୟରରୁ ପାଲଟିଛି ରାପିଡୋ ଡ୍ରାଇଭର। ଘରର EMI ଏବଂ ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ ସେ ଏହି କାମ କରୁଥିବା ଜଣାଯାଇଛି।ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ଏହି ବାସ୍ତବତାକୁ ସାମ୍ନାକୁ ଆଣିଛି। ତେବେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକରେ ନିଯୁକ୍ତି ବହୁତ କମ, ତେଣୁ ସେ ନୂତନ ଚାକିରି ପାଇ ନାହାଁନ୍ତି। ବର୍ତ୍ତମାନ, ସେ Rapido ବାଇକ ଟ୍ୟାକ୍ସି ଚଲାଇବାକୁ ବାଧ୍ୟ ହେଉଛନ୍ତି କାରଣ ତାଙ୍କୁ ତାଙ୍କ ୧ କୋଟି ଟଙ୍କାର ଫ୍ଲାଟର EMI ଦେବାକୁ ପଡିବ। ଯୁବକଙ୍କ ବନ୍ଧୁ ଇନଷ୍ଟାରେ ଏକ ଭିଡିଓ କରି ଏ…
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ସୂଚନାମୁତାବକ ରାଜ୍ୟରେ ଶିକ୍ଷକ ବଦଳି ପାଇଁ ସୁପାରିସ କରିପାରିବେ MP ଓ MLA । ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣ ଶିକ୍ଷକ (ପ୍ରାଥମିକ ଏବଂ ମାଧ୍ୟମିକ ଉଭୟ ଅନ୍ତର୍ଭୁକ୍ତ)ଙ୍କ ବଦଳି ସୁପାରିସ କରିପାରିବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିଲା ।ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ୍ ସହିତ ଠିଆ ହୋଇଛି। ଆଜି ଦେଶ ମହାକାଶ କ୍ଷେତ୍ରରେ ଏକ ଅଭୂତପୂର୍ବ ସୁଯୋଗ ଦେଖୁଛି। ଆଜି, ଘରୋଇ କ୍ଷେତ୍ର ଭାରତର ମହାକାଶ ଇକୋସିଷ୍ଟମରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ୍ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁବଶକ୍ତିର ପ୍ରତିଫଳନ। ଆମ ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଏବଂ ଉଦ୍ୟୋଗୀତା ଆଜି ନୂତନ ଉଚ୍ଚତାରେ ପହଞ୍ଚିଛି। ଅତ୍ୟାଧୁନିକ ସୁବିଧା ସହିତ କ୍ୟାମ୍ପସଟି ୨୦୦,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏଥିରେ ଏକାଧିକ ପ୍ରକ୍ଷେପଣ ଯାନର ଶେଷ-ରୁ-ଶେଷ…









