୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ରାଉରକେଲା ସ୍ୱୟଂ ଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱ ବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଅଭିଯୋଗ ହୋଇଛି । ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । କେବଳ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଅନ୍ୟପଟେ ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରାଯିବ। ଭଦ୍ରକ ସମେତ ରାଜ୍ୟର ବହୁ କଲେଜ ଜବରଦଖଲ ଭିତରେ । ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି…
Author: sanitelevision
ଆତ୍ମସମର୍ପଣ କଲେ ମାଓବାଦୀଙ୍କ ମିଳିବ ଅଧିକ ଅର୍ଥରାଶି । ଏନେଇ ଘୋଷଣା କରାଯାଇଛି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍ ମେସିନ୍ ଗନ୍ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ସେହିପରି ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା, SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା ମିଳିବ ।୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ । ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା,ରିଜିଓନାଲ୍ କମିଟି ସଦସ୍ୟଙ୍କୁ…
ରାଜ୍ୟରେ ଖୋଲିବନି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ ନିବେଦନ ଆସିବା ପରେ ବିଚାର କରି ଖୋଲାଯାଉଛି ।ସେପଟେ ସରକାର ଡ୍ରପ୍ ଆଉଟ୍ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରକିଙ୍ଗ ସର୍ଭେ ହୋଇଛି, ‘ଆସ ସ୍କୁଲ ଯିବା ଅଭିଯାନ’ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଗ୍ରାମ କିମ୍ବା ପଡ଼ାରେ ବିଦ୍ୟାଳୟରେ ନାମ ଲେଖା ଅଭିଯାନ କରାଯାଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି । ୧୦୦ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ଡ୍ରେସ୍, ସାଇକେଲ ବଣ୍ଟା ଯିବା ସହ…
ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୂସୁଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନକାଳ ଚାଲିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇ ହଙ୍ଗାମା କରିପାରନ୍ତି ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।ସୁଚନାଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ।
କ୍ୟାସେଟ୍ ଯୁଗ ଥିବା ସମୟରେ ଅନେକ ଗୀତ ହିଟ୍ ହୋଇଥିଲା । ସେତେବେଳେ ଆଧୁନିକ ଗୀତର ଯେତେ ଡିମାଣ୍ଡ ଥିଲା ଭକ୍ତିପୂର୍ଣ୍ଣ ଭଜନକୁ ମଧ୍ୟ ଲୋକ ଖୁବ୍ ଶୁଣୁଥିଲେ । ଘରେ ଘରେ ଶୁଭୁଥିଲା ରାମାୟଣ , ମହାଭାରତ ଏବଂ ଅନେକ ଭଜନ ଗୀତର ସ୍ବର । ମାର୍କେଟରେ ମୁକ୍ତିଲାବ କରିଥିଲା ଟି-ସିରିଜ୍ର ସେହି ବହୁ ପ୍ରତିକ୍ଷୀତ ହନୁମାନ ଚାଳିସା । ଧୀରେ ଧୀରେ ଲୋକଙ୍କର ସେହି ଭଜନ ପ୍ରତି ଡିମାଣ୍ଡ ବି ବଢିଥିଲା । ଟି-ସିରିଜ୍ ପକ୍ଷରୁ ହନୁମାନ ଚାଳିଶାକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲେ ଗାୟକ ଗୁଲଶନ କୁମାର । ଯଦିଓ ସେ ଏହାର ସ୍ୱର ଦେଇନଥିଲେ, କିନ୍ତୁ ଲୋକେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ । ତଥାପି ହରିହରନଙ୍କ କଣ୍ଠସ୍ୱରକୁ ବେଶ୍ ମିଳିଥିଲା ପ୍ରଶଂସା । ଏହାରି ଭିତରେ ବିତିଗଲାଣି ଅନେକ ବର୍ଷ । ତଥାପି ପ୍ରତିଟି ବ୍ୟକ୍ତିବିଶେଷଙ୍କ ହୃଦୟରେ ଏହି ଗୀତ ସୃଷ୍ଟି କରିଛି ଇତିହାସ…
ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଏକ ନୂତନ ୧୦୦ ଟଙ୍କାର ନୋଟ୍ ଜାରି କରିଛି, କିନ୍ତୁ ଏହି ନୋଟ୍ ଏକ ପୁରୁଣା ବିବାଦକୁ ପୁନର୍ବାର ଜନ୍ମ ଦେଇଛି। ନୋଟ୍ ଉପରେ ମୁଦ୍ରିତ ମାନଚିତ୍ରରେ ନେପାଳ ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରାକୁ ଏହାର କ୍ଷେତ୍ର ମଧ୍ୟରେ ଥିବାର ଦର୍ଶାଇଛି। ଏହି ଅଞ୍ଚଳଗୁଡ଼ିକ ବର୍ଷ ବର୍ଷ ଧରି ଉତ୍ତରାଖଣ୍ଡର ଅଂଶ ରହିଛି। ନେପାଳ ରାଷ୍ଟ୍ରୀୟ ବ୍ୟାଙ୍କ (ଏନ୍ଆରବି) ଦ୍ବାରା ଜାରି ଏହି ନୂଆ ନୋଟ୍ ଉପରେ ପୂର୍ବତନ ଗର୍ଭନର ଡକ୍ଟର ମହାପ୍ରସାଦ ଅଧିକାରୀଙ୍କ ସାକ୍ଷର ରହିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ବାଧୀନ ସରକାର ମଇ ୨୦୨୦ ରେ ସଂସଦରୁ ସମ୍ବିଧାନ ସଂଶୋଧନ ପାସ୍ କରି କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳରେ ସାମିଲ କରି ନୂଆ ମାନଚିତ୍ରକୁ ମାନ୍ୟତା ଦେଇଥିଲେ। ଏବେ ସେହି ସଂଶୋଧିତ ମାନଚିତ୍ର ୧୦୦ ଟଙ୍କିଆ ନୋଟ୍ ଛପା ଯାଇଛି।କାଠମାଣ୍ଡୁର ଏହି ପଦକ୍ଷେପକୁ ଭାରତ-ନେପାଳ ସମ୍ପର୍କରେ ଏକ ନୂତନ…
ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ଉପସ୍ଥାପନ କରିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ, ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ସେମାନେ କେବେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ।ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ । ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ଥିବା କହିଥିଲେ । ଏକଥା ଶୁଣି ମା’ ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ସେ ହେଉଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର
ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ । ଏହାକୁ ଆଧାର କରି କୌଣସି ବିଦେଶୀ ବ୍ୟକ୍ତି ଭୋଟର ତାଲିକାରେ ସ୍ୱୟଂଚାଳିତ ଭାବେ ସାମିଲ ହେବା ଉଚିତ କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି ,ଆଧାର ହେଉଛି କେବଳ ସରକାରୀ କଲ୍ୟାଣମୂଳକ ସୁବିଧା ପାଇବା ପାଇଁ ଏକ ଆଇନଗତ ପରିଚୟପତ୍ର । କେବଳ ରାସନ ପାଇଁ ଆଧାର ମିଳିଛି ବୋଲି ଜଣେ ବ୍ୟକ୍ତି ଭୋଟର ହୋଇଯିବେ, ଏହା ଗ୍ରହଣୀୟ ନୁହେଁ । ଭୋଟର ତାଲିକାରେ ଥିବା ତ୍ରୁଟିକୁ ଯାଞ୍ଚ କରିବା ପାଇଁ ନିର୍ବାଚନ କମିସନଙ୍କର ଅନ୍ତର୍ନିହିତ କ୍ଷମତା ରହିଛି ବୋଲି…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି । ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରୁଛି । ପୂର୍ବରୁ କୁରୁପତି ଭୂୟାଁ, ଚିଷ୍ଣୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ଦ୍ଵିତୀୟ ଥର ପାଇଁ ୨ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା ।ସେହିପରି ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ରିମାଣ୍ଡ ଅବଧି ଶେଷ ପରେ ଅର୍ଥାତ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ଉଭୟ ଅଭିଯୁକ୍ତ କୋର୍ଟରେ ହାଜର କରିବାକୁ କୋର୍ଟଙ୍କ…
ରେକର୍ଡ ଭାଙ୍ଗିଲା ନଭେମ୍ବର ଶୀତ। ରାଜ୍ୟକୁ ପୁଣି ଫେରିଛି ଶୀତ । ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଦିନରେ ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟ ସକାଳ ୮ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତି ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଭିଡ଼ ଜମାଉଛନ୍ତି। ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି ।ଝାରସୁଗୁଡ଼ାରେ ଥଣ୍ଡା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ନଭେମ୍ବରରେ ରେକର୍ଡ ହୋଇଥିବା ସବୁଠାରୁ କମ୍ ତାପମାତ୍ରା ।









