Author: sanitelevision

ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ସ୍ଥାନୀୟ ଚାହିଦା ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଲାଭ ଆଦାୟ ଯୋଗୁଁ ଟଙ୍କାର ହ୍ରାସ ଘଟିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟଙ୍କା ଆହୁରି ହ୍ରାସ ପାଇବ କି? ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଡଲାର ତୁଳନାରେ ଏଥିରେ ଆହୁରି ହ୍ରାସ ଦେଖାଯାଇପାରେ, ଟଙ୍କା ୯୧ ସ୍ତର ଅତିକ୍ରମ କରିବାର ସମ୍ଭାବନା ରହିଛି। ତଥାପି, ଫେଡ୍‌ ପକ୍ଷରୁ ସୁଧ ହାର ହ୍ରାସ ଏବଂ ଆରବିଆଇ ଏମ୍‌ପିସିର ମନୋଭାବ ଆଧାରରେ ଟଙ୍କା ତାର ଗତି ପରିବର୍ତ୍ତନ କରିପାରେ। ତେବେ ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା…

Read More

ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପିଲାମାନଙ୍କୁ ଡିସେମ୍ବର ୧୫ ତାରିଖରୁ ଆଡୋମିଟ୍ କାର୍ଡ ଦିଆଯିବ ବୋଲି ସୂଚନା ଦିଆଯାଇଛି । ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା ।ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବ କାଷ୍ଟ ବ୍ୟବସ୍ଥା ହେବ । ୪୦ ଦିନରେ ରେଜଲ୍ଟ ବାହାରିବ । କପି ରୋକିବାକୁ ଏଆଇ ସହାୟତା ନିଆଯିବ ।

Read More

ରାଜ୍ୟରେ ବିଦ୍ୟୁତ ବିଲ ବାକି ପଡିଛି ପ୍ରାୟ ୭ ହଜାର କୋଟି ଟଙ୍କା । ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେ ଉତ୍ତର ରଖି କହିଛନ୍ତି, ମୋଟ ୬ ହଜାର ୯୫୬ କଟି ୯୩ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡିଛି । ସାଧାରଣ ଗ୍ରାହକଙ୍କ ଉପରେ ୬ ହଜାର ୫୫୮ କଟି ଟଙ୍କା ବିଲ ବାକି ହଇଛି । ଶିଳ୍ପ ଓ ବାଣିଜ୍ୟ ଗ୍ରାହକଙ୍କ ଉପରେ ୩୯୮ କୋଟି ୯୩ ଲକ୍ଷ ଟଙ୍କା ବକେୟା ହୋଇଛି । ଅନ୍ୟପଟେ ସାର କଳାବଜାରୀ ଓ ବେଆଇନ ବିକ୍ରି ରୋକିବାକୁ କଡା ଆକ୍ସନ ନିଆଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ ଦ୍ୱାରା ୭୦୦୧ ଲାର ବିକ୍ରୟ କେନ୍ଦ୍ରରେ ଚଢାଉ ଚାଲିଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ୩୫ ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ବିକ୍ରି ସାମଗ୍ରୀ ଜବତ ହୋଇଛି । ୫…

Read More

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ଗତବର୍ଷ ଜୁନ୍‌ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Read More

ମାପ ଓଜନରେ ସାଧାରଣ ଖାଉଟିକୁ ଠକୁଛନ୍ତି ବ୍ୟବସାୟୀ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସୂଚନା ଦେଇ କହିଛନ୍ତି ଯେ ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା । ୨ ବର୍ଷରେ ୩ ଲକ୍ଷ ୧୨ ହଜାର ୩୨୬ ଚଢାଉ ହୋଇଛି । ୧୦ ହଜାର ୭୫୬ ମାମଲା ରୁଜୁ ହୋଇଛି । କେବଳ ମାପ ଓ ଓଜନରେ ୧୫୩ ମାମଲା ଆସିଛି । ବାକି ୧୦ ହଜାର ୬୦୩ ଅନ୍ୟ କାରଣ ପାଇଁ ମୋକଦ୍ଦମା ହୋଇଛି । ମୋଟ୍ ୩ କୋଟି ୧୧ ଲକ୍ଷ ୭୫୦ ଟଙ୍କା ଫାଇନ୍ ଆଦାୟ ହୋଇଛି । ମାପ ଓ ଓଜନ ଠକେଇ ବାବଦରେ ୨୩ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ ହୋଇଛି ।

Read More

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି ।ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି। ୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Read More

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଯଁରେ କ୍ଷତିଗ୍ରସ୍ତ ହୋଇଛି । ଗତ ୨ ବର୍ଷରେ ୫୬ ହଜାର ୮୮୦ ହେକ୍ଟର ଜଙ୍ଗଲ ଜମିରେ ଚାରାରୋପଣ କରାଯିବ।ଚାରାରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ଗତ ୭ ବର୍ଷରେ ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାର ଶୂନ୍ୟକାଳରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟ ବାହାରକୁ କାମ କରିବାକୁ ଯାଇ ପ୍ରାଣ ହରାଉଛନ୍ତି ପ୍ରବାସୀ ଶ୍ରମିକ । ୨୦୧୯ରୁ ୨୦୨୫ ମଧ୍ୟରେ ୪୩୨ ପ୍ରବାସୀ ଶ୍ରମିକ ପ୍ରାଣ…

Read More

ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସୁରକ୍ଷା ବ୍ୟବସ୍ଥାରେ ମୋଟ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏଥର ଦଳାଚକଟା ନିୟନ୍ତ୍ରଣ ପାଇଁ ଜିକ୍ଜାକ୍ ଶୈଳୀରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ ଦ ୟୁନିଭର୍ସ ନିକଟରୁ ଧାଡ଼ି ଆରମ୍ଭ ହେବ । ୫ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ୧୦ ହଜାର ଟିକେଟ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ । ଏଥିପାଇଁ କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି…

Read More

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିଜ୍ଞାନରେ ୧ ଲକ୍ଷ ୬ ହଜାର ୩୪୪ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ କଳାରେ ୨ ଲକ୍ଷ ୩୯ ହଜାର ୫୬୧ ଓ ବାଣିଜ୍ୟରେ ୨୨,୮୮୦ ପଞ୍ଜୀକୃତ ହୋଇଛନ୍ତି। ଡିସେମ୍ୱର ୧୫ ତାରିଖ ସୁଦ୍ଧା ଆଡମିଟ କାର୍ଡ ମିଳିବ। ମିଳିଥିବା ସୂଚନା ମୁତାବକ ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।

Read More

ଆସନ୍ତା ୩ ତାରିଖ ତଥା ବୁଧବାର ମାର୍ଗଶିର ଶୁକଳ୍ପ ତ୍ରୟୋଦଶୀ ତିଥୀ। ଏହି ତିଥିରେ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ।ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।ସେଥିପାଇଁ ପ୍ରାୟ ୫ ଘଣ୍ଟା ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

Read More