Author: sanitelevision

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ ଯୁବକ । ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଏତଲା ଅନୁସାରେ, ଡିସେମ୍ବର ୩ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଇଥିଲେ ।ସେହି ସମୟରେ ୨ ନମ୍ବର ପ୍ଲାଟଫର୍ମରେ କୋର୍ବା ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ୍ ଆସିଥିଲା । ଆଉ ବିଧାୟକ ଷ୍ଟେସନରେ ବସିଥିବା ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଓ ଶିଶୁଙ୍କୁ ଦେଖି ଦାଦନ…

Read More

ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ।ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁର ଦେବାଶିଷ ନାୟକ ଜଣେ ନିୟମିତ ନିଶା ସେବନକାରୀ। ସେ ସକାଳ ୮ଟା ବେଳେ ନିଜ ମାଙ୍କୁ ପିଟିଥିଲା। ମା’ ତଳେ ପଡ଼ିଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ପଡ଼ୋଶୀଙ୍କ ପାଟି ଶୁଣି ସେ କେଉଁଆଡ଼େ ଚମ୍ପଟ ମାରିଥିଲା।ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ…

Read More

ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ । ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାମୁଦ୍ରିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ !୪ ଡିସେମ୍ବର ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏଥିରେ ଆଇଏନଏସ ନିପଟ, ଆଇଏନଏସ ନିର୍ଘାତ ଓ ଆଇଏନଏସ ବୀର ପରି ଅତ୍ୟାଧୁନିକ…

Read More

ଆଜି ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି।ବୁଧବାର ସକାଳେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଲାଗିଥିଲା ଏକ ବିଶାଳକାୟ ସାର୍କ। ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍‌ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା । ସେହିପରି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳ ସାର୍କ । ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ ।…

Read More

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି। ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମିର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସେ ଯୋଗ ଦେବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି । ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ଆୟୋଜନ କରିବେ। ପୁଟିନ୍‌ ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ସମାନ ବ୍ୟକ୍ତିଗତ ଆତିଥ୍ୟ ପ୍ରଦାନ କରିଥିଲେ। ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକା ଭାରତୀୟ ରପ୍ତାନି ଉପରେ ୫୦% ଟାରିଫ୍‌ ବୃଦ୍ଧି କରିଛି, ଯେଉଁଥିରେ ରୁଷିଆରୁ ତେଲ କ୍ରୟ ପାଇଁ…

Read More

ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।ଆସନ୍ତା 24 ଘଣ୍ଟାରେ ଘନ କୁହୁଡି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା…

Read More

କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର। କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କ’ଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିନେଇଥିଲେ। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି କବାଟ ଦେଇ ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ। ଝିଅର ଚିତ୍କାର ଶୁଣି ଘର ଆଖପାଖରେ ଥିବା ଲୋକେ ଦଉଡ଼ି ଆସିଥିଲେ। ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବିଶ୍ୱନାଥପୁର ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ବିଶ୍ୱନାଥ ପୋଲିସକୁ ଖବର ଦେବା ପରେ ଡାକ୍ତରଖାନା ପୋଲିସ ପହଞ୍ଚି ତଦନ୍ତ କରିଥିଲେ।ଅଭିଯୁକ୍ତଙ୍କୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Read More

ରାଜ୍ୟକାହାଣୀ ( ଭୁବନେଶ୍ୱର )ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ । ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

Read More

ଆଜି ବିଧାନସଭାରେ ଉଠିଛି ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ। ଯେଉଁଥିରେ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ, ରଖାଯାଇଛି। ୨୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ…

Read More

ରାଞ୍ଚି ପରେ ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ​​​​​​​ଦିନିକିଆରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି। ଏହା ପୂର୍ବରୁ ଦିନିକିଆରେ ୫୦ଟି ଶତକ ମାରି ସଚିନ ତେନ୍ଦୁଲକର ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସଚିନଙ୍କ ରେକର୍ଡ କୁ ପଛରେ ପକାଇଛନ୍ତି କିଙ୍ଗ କୋହଲି। ଆନ୍ତଜାର୍ତିୟ କ୍ୟାରିୟରେ ଏହାକୁ ଲଗେଇ ୮୪ ତମ ଶତକ ହାସଲ କଲେ ବିରାଟ । ୯୩ଟି ବଲରେ ୧୦୨ ରନ୍ ସଂଗ୍ରହ କରିଛନ୍ତି ବିରାଟ । ଶତକୀୟ ଇନିଂସରେ ୭ ଟି ଚୌକା ସହ ୨ଟି ଛକା ମାରିଛନ୍ତି ବିରାଟ ।

Read More