Author: sanitelevision

ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ।ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି। ଅନେକ ପ୍ରଶଂସକ ରାତିସାରା ଉଜାଗର ରହି ଟିକେଟ୍ ପାଇଁ ଅପେକ୍ଷା କରିଛନ୍ତି।ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଅସମ୍ଭାଳ ଭିଡ଼କୁ ନଜରରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡିଥିଲା ପୋଲିସ ।ରାତିରେ ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହିତ ପୋଲିସ ରାତି ଅନିଦ୍ରା ରହିଛି । ଲାଇନ୍ ଭିତରେ ଧସେଇ…

Read More

ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ । ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ ପ୍ରକାଶ କୁମାର ସିଂହ । ମାଡ ମରାଯିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାଜପୁର SDPO ପ୍ରଶାନ୍ତ ମାଝୀ ଅଳୁକୁଣ୍ଡ ଥାନାରେ ପହଁଚି ସିସିଟିଭି ଯାଞ୍ଚ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି । ଉଭୟ ଆଇଆଇସି ଓ ଏଏସଆଇଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି…

Read More

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣା । ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା । କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ ।କଲେଜର ପ୍ରିନ୍ସିପାଲ୍‌ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖିଛି। ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍‌ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା।ତାଙ୍କ ବିରୋଧରେ ୧୦ରୁ ୧୨ ଜଣ ଛାତ୍ରୀ ଅଭିଯୋଗ ଆଣିଥିଲେ। ତେବେ ସଂସ୍କୃତି ବିଭାଗର ୩ ଜଣିଆ ଟିମ…

Read More

ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ ଚଢି, ପ୍ରେମିକା ତା ସହ କଥା ନହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ପ୍ରେମିକ ଜଣଙ୍କ ନିଜ ଜିଦ୍ ରେ ଅଟଳ ରହିଥିଲେ।ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ଯୁବକଙ୍କ ପଛରେ ବହୁ କସରତ କରିବାକୁ ପଡ଼ିଥିଲା।…

Read More

ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏବେ ପୁଟିନଙ୍କ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସରକାର ଚାହୁଁନାହାନ୍ତି ବିରୋଧୀ ଦଳ ବାହ୍ୟ ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରନ୍ତୁ। ଏଭଳି କରି ସରକାର ପ୍ରୋଟୋକଲ ପାଳନ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରୁଷ ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସେ କହିଛନ୍ତି, ଆମର ସମସ୍ତଙ୍କ ସହିତ ସମ୍ପର୍କ ଅଛି। ବିରୋଧୀ ନେତାମାନେ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରନ୍ତି। ଆମେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରୁ। ଏହା କେବଳ ସରକାର ନୁହେଁ ଯିଏ ଏହା କରନ୍ତି। ସରକାର ଚାହୁଁନାହାନ୍ତି ବିରୋଧୀ ଦଳ ବାହାରର ଲୋକଙ୍କ ସହିତ…

Read More

ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା। ବିଧାନସଭାରେ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଛନ୍ତି, ୨୦୨୪ ଜୁଲାଇର ଏଯାବତ୍‌ ୮୩ କୋଟି ୮୪ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ, ଟିଭି ଚ୍ୟାନେଲରେ ୯ କୋଟି ୩୫ ଲକ୍ଷ ୬୩ ହଜାର ଟଙ୍କା , ରେଡିଓ ଚ୍ୟାନେଲେର ୨.୧୪ କୋଟି, ୱେବ ଚ୍ୟାନେଲରେ ୧.୮୭ କୋଟି ଖର୍ଚ୍ଚ ହୋଇଛି। ସେହିପରି ହୋଡିଂ ବାବଦରେ ୩୯ ଲକ୍ଷ ୩୨ ହଜାର ଟଙ୍କା ଏବଂ କମ୍ୟୁନିଟି ରେଡିଓରେ ୧୨ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ୬ ମାସରେ ସମ୍ବାଦପତ୍ରଗୁଡିକୁ ୪୪କୋଟି ୬ ଲକ୍ଷ ୪୬ ହଜାର ୫୯୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Read More

ବରଗଡ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି । ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ସିଧାପ୍ରସାରଣ ହେବ।ବରଗଡ ସହରର ପ୍ରମୁଖ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ୍ ନିର୍ମାଣ ହେବ । ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡକୁ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ଚାଲିବ ।ଏହା ସହିତ ସମସ୍ତ ଜନସାଧାରଣଙ୍କୁ ଅତି ସହଜରେ ଧନୁଯାତ୍ରା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ପାଇଁ ୱେବସାଇଟ ମଧ୍ୟ କରାଯିବ । ୱେବସାଇଟରେ ଧନୁଯାତ୍ରାର ଚିତ୍ରାୟନ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ…

Read More

ରାଜ୍ୟରେ ଗଡୁଛି ୨ ଲକ୍ଷ ୧୯ ହଜାର ୬୭୭ଟି ଇଭି ଗାଡି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ଟି ଇଭି ଗାଡି କିଣା ଯାଇଛି । ୩୪୦ କୋଟିରୁ ଅଧିକ ଟଙ୍କାର ସବ୍‌ସିଡି ଦେଇଛନ୍ତି ସରକାର । ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର ସବିସିଡି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୧୨ଟି ଇଭି ଚାର୍ଜିଂ ଷ୍ଟେସନ ବସାଇଛନ୍ତି ସରକାର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଅନ୍ୟପଟେ ଲଘୁ ଖଣିଜ ଲୁଟ ନେଇ ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । ୨୦୨୨ରୁ ଅକ୍ଟାବର ୨୦୨୫ ମଧ୍ୟରେ ୧୨୬ କୋଟି ଜରିମାନା ଆଦାୟ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଦାୟ ହୋଇଛି ୬୫୫ କୋଟିର ରାଜସ୍ୱ । ଚୋରା ଚାଲାଣ ପାଇଁ ୩୦ ଜିଲ୍ଲାରେ…

Read More

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍‌ମୁନ୍‌ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ ।ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ ସୁପର୍ମୁନ୍ କୁହାଯାଏ । ଏଥର ଚନ୍ଦ୍ର ପୃଥିବୀଠୁ ମାତ୍ର ୩,୫୭,୦୦୦ କିମି ଦୂରରେ ରହିବ, ସେଥିପାଇଁ ୧୦ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦିଶିବ । ୨୦୨୫ର ଏହା ୪ର୍ଥ ସୁପର୍ମୁନ୍ ଏବଂ ନଭେମ୍ବର ପରେ ୨ୟ ସର୍ବବୃହତ ଚନ୍ଦ୍ର । ଆସନ୍ତା ବର୍ଷ ଜାନୁଆରୀ ୩ରେ ଉଲ୍‌ଫ ମୁନ୍ ଦୃଶ୍ୟମାନ ହେବ, ଯାହା ୨୦୨୫-୨୬ର ସୁପର୍‌ମୁନ୍‌ ସିରିଜ୍‌ର…

Read More

ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ ବୈଠକ ବସିବ । ଓଡିଶା- ଛତିଶଗଡର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଗୃହରେ ଏନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ |ମନ୍ତ୍ରୀ କହିଛନ୍ତି, ମୁଖ୍ୟ ଶାସନ ସଚିବ ସ୍ତରରେ ବି ଦୁଇ ଥର ବୈଠକ ବସିଛି । ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ବସିଥିଲା । ଛତିଶଗଡ଼ ସହ ୬ ଥର ଯୁଗ୍ମ ବୈଷୟିକ କମିଟି ବୈଠକ ସରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତ୍ବର ସହ ନେଇଛନ୍ତି । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ।

Read More