Author: sanitelevision

ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ।ଆଜି ଅଗଜିଲାରୀ ନର୍ସ ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ହେଲେ ପରୀକ୍ଷା ହଲରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ରୀ । ଏଭଳି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । କଷ୍ଟକରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପିଲାମାନେ ପରୀକ୍ଷା ଗୃହରୁ ନିରାଶରେ ଫେରିବା ସମୟରେ ଭାବବିହ୍ବଳ ହୋଇପଡିଛନ୍ତି।

Read More

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ସୂଚନାନୁଯାୟୀ, ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତି ତାଙ୍କ ଜମିରୁ ଶୁଖିଲା ନୀଳଗିରି ଗଛ କାଟିବା ଏବଂ ପରିବହନ ପାଇଁ ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଫରେଷ୍ଟର ଗୌରାଙ୍ଗ ସାହୁ ଜମି ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସର ଏକ ଟିମ୍ ମାଡ଼ି ବସିଥିଲା। ଗୌରାଙ୍ଗ ସାହୁ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ। ଭିଜିଲାନ୍ସ ଫରେଷ୍ଟରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖିଛି। ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ…

Read More

ପୂର୍ବରୁ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି । ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଅପରାହ୍ନ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଆଜି ମିଡ୍‌ ଓ୍ବାଇଫେରି ପରୀକ୍ଷା ଥିଲା। ଅନ୍ୟପଟେ ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର ଲିକ ମାମଲା। ପଏଣ୍ଟ ଅଫ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କଲେ ।

Read More

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି । । ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ପଥର କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ସିଲଭର ଫିଜଣ୍ଟ ଆସିଛନ୍ତି। ସେହିପରି ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ଯିବେ । ସେଥି ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ଗୋଟିଏ ଅଣ୍ଡିରା, ୨ଟି ମାଈ ଚଉସିଂଙ୍ଗା, ଦୁଇଟି ମାଈ କୁଟୁରା ଓ ୨ଟି ଅଣ୍ଡିରା, ୩ଟି ମାଈ ଭାରତୀୟ ବିଲୁଆ ଦେବ ।…

Read More

ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା । ୧୯ ତାରିଖ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ ।୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ । ୨୪ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ ଏବଂ ୨୫ରେ ବିଜ୍ଞାନ ପରୀକ୍ଷା ହେବ । ୨୭ ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Read More

କମିବ ଇଏମଆଇ, କମ ସୁଧରେ ଆପଣ ପାଇବେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ ।ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, “ଗତ ମାସଟି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆଗାମୀ ମାସଗୁଡ଼ିକ ଜିଡିପି ଏବଂ ମୁଦ୍ରାସ୍ଫୀତି ଉଭୟ ଦୃଷ୍ଟିରୁ ଭଲ ହେବ। ସମ୍ପୂର୍ଣ୍ଣ ବର୍ଷ ପାଇଁ…

Read More

ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ । ଦୀଘା ମଡେଲର ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ସିବିଆଇ ଉଠାଇ ଆଣିଛି । ଏସଆଇ ସ୍କାମ୍‌ରେ ସିବିଆଇର ଗ୍ରାଉଣ୍ଡରେ ପହଞ୍ଚି ସିବିଆଇ ଟିମର ତନାଘନା । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପହଞ୍ଚି ଖୋଳତାଡ଼ କରିଥିଲା ୨ ଜଣିଆ ସିବିଆଇ ଟିମ୍ । ଭଞ୍ଜନଗର ଥାନାରେ ପହଞ୍ଚି ମାମଲାରେ ଅଭିଯୁକ୍ତ ରହିଥିବା କିଛି ଆଶାୟୀଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି । ତେବେ ଏନେଇ ସିବିଆଇ ଅଧିକାରୀ ମାନେ ଗଣମାଧ୍ୟମ ଆଗରେ କିଛି ପ୍ରକାଶ କରିନାହାନ୍ତି । ତେବେ ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଥିବା ସୂଚନା ମିଳିଛି । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ ଆକ୍ସନ ଗ୍ରହଣ କରାଯାଇଛି । ପୂର୍ବରୁ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ କିଛି ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲା…

Read More

୨ ଦିନିକିଆ ଭାରତ ଗସ୍ତରେ ଅଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ଗତକାଲି (ଗୁରୁବାର) ଦିଲ୍ଲୀର ପାଲମ ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ନୈଶ୍ୟ ଭୋଜନ କରିଥିଲେ ପୁଟିନ । ଏହି ଅବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ଗୀତା ଉପହାର ଦେଇଛନ୍ତି । ସୋସିଆଲ ମିଡିଆରେ ସୂଚନା ଦେଇ ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କୁ ରୁଷିଆ ଭାଷାରେ ଗୀତାର ଏକ କପି ପ୍ରଦାନ କଲି । ଗୀତାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ ।ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ଲାଗି ଭାରତ ଆସିଛନ୍ତି ପୁଟିନ୍ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ଶୁକ୍ରବାର ପୁଟିନ୍‌ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପୂର୍ବାହ୍ନ ସାଢ଼େ…

Read More

ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି ।ଶୁକ୍ରବାର ରାତିରେ କଟକ ଓ ଭୁବନେଶ୍ୱର ତାପମାତ୍ରା ଆହୁରି ୧-୨ ଡିଗ୍ରୀ ପାଖାପାଖି କମିପାରେ । ୬ ତାରିଖବେଳକୁ ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ । ଅନ୍ୟପଟେ ପ୍ରବଳ ଶୀତରେ ଥରୁଛି ଶିମିଳିପାଳ । ସର୍ବନିମ୍ନ ତାପମାତ୍ରା ୪° ଡିଗ୍ରୀକୁ ଖସିଲା । ଶିମିଳିପାଳର ଆଭ୍ୟନ୍ତରୀଣ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

Read More

ଡିସେମ୍ବର ୬ ତାରିଖରୁ ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯିବ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୬ରେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ସମାରୋହରେ ‘ଦ ସେଭେନ୍ ମୁନ୍ସ ଅଫ୍ ମାଲି ଅଲମେଡା’ ପୁସ୍ତକ ପାଇଁ ୨୦୨୨ ବୁକର୍ ପୁରସ୍କାର ବିଜେତା ଶ୍ରୀଲଙ୍କାର ଲେଖକ ସେହାନ କରୁଣାତିଲକା ବିଶେଷ ଅତିଥି ଭାବେ ଯୋଗଦେବେ। ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟ ମଧ୍ୟ ଉପସ୍ଥିତ ରହିବେ।ଚଳିତ ବର୍ଷ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ୍‌ ନିର୍ମାଣ ହେବା ସହିତ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ ।…

Read More