Author: sanitelevision

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ରାଜ୍ୟରେ ମୋଟ ୭୪୨୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୨୦, ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଭଡା ଘରେ ଚାଲିଛି ୩, ୮୯୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । କମ୍ୟୁନିଟି ସେଣ୍ଟରରେ ଚାଲିଛି ୧୦, ୪୬୯ଟି କେନ୍ଦ୍ର ରହିଛି । ୪,୫୭୪ ଅଙ୍ଗନବାଡି କେନ୍ଦ୍ର ସ୍କୁଲରେ ଚାଲିଛି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି।

Read More

ଆମ ଓଡିଶାରେ ଅଧିକାଂଶ ଓଷା ସନ୍ତାନମାନଙ୍କ ମଙ୍ଗଳ କାମନା ଓ ସେମାନଙ୍କ ଦୀର୍ଘାୟୁ ନିମନ୍ତେ ନାରୀମାନେ କରିଥାଆନ୍ତି। ଏହି ଓଷା ସବୁରେ କେତେବେଳେ ଷଠୀମାତାଙ୍କୁ ପୂଜା କରାଯାଏ ତ କେତେବେଳେ ଯମ ଦେବତାଙ୍କୁ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ପଣ୍ଡୁପୂର୍ଣ୍ଣିମା ଯିବାର ତିନିଦିନ, ସାତଦିନ ବା ନଅଦିନରେ ଏହି ଓଷା ପଡ଼େ। ପ୍ରତ୍ୟେକ ମାଆମାନେ ନିଜ ସନ୍ତାନ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । କୁହାଯାଏ ଇନ୍ଦ୍ରଙ୍କର ଅମୋଘ…

Read More

ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର ବର୍ଦ୍ଧିତ ଭିଡ଼ ଏବଂ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ତୁରନ୍ତ ପଦକ୍ଷେପ ନେଇଛି।ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି । ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ…

Read More

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ ।ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।ଶୀତ…

Read More

ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ…

Read More

ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. ଟାଟାଙ୍କୁ ବିବାହ କରିଥିଲେ। ନାଭାଲ ଟାଟାଙ୍କ ପ୍ରଥମ ପତ୍ନୀ, ସୋନି କମିଶନାରିଆଟଙ୍କଠାରୁ ତାଙ୍କର ଦୁଇଟି ପୁଅ, ରତନ ଟାଟା ଏବଂ ଜିମି ଟାଟା ହୋଇଥିଲେ। ତାଙ୍କ ବିୟୋଗ ପରେ ତାଙ୍କ ଦ୍ୱିତୀୟ ପତ୍ନୀ, ସିମୋନ, ପରିବାରକୁ ଏକତ୍ର କରି ରଖିଥିଲେ। ସେମାନଙ୍କ ପୁଅ, ନୋଏଲ ଟାଟା, ବର୍ତ୍ତମାନ ଟାଟା ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।ସିମୋନ ଟାଟାଙ୍କୁ ଭାରତର “କସମେଟିକ୍ ଜାରିନା” ବୋଲି କୁହାଯାଏ।…

Read More

ବାରବାଟୀ ଟି-ଟ୍ବେଣ୍ଟି ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍‌ ଖଣ୍ଡେ ପାଇବାକୁ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ତେବେ ବାରବାଟିରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱର ରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ । ଆଜି ଓ କାଲି ଭୁବନେଶ୍ୱର ଆସିବେ ଖେଳାଳି । ସେଥିପାଇଁ ଏୟାରଫୋର୍ଟ ଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ଭିତରେ…

Read More

ସିକ୍କିମର ବରଫାଚ୍ଛନ କାଞ୍ଚନଜଙ୍ଘରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଅଂଶଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ମାନଙ୍କୁ ନେଇ କିଛି ବର୍ଷ ବ୍ୟବଧାନରେ ଆଡଭେନଚର କାର୍ଯ୍ୟକ୍ରମ ହୋଇଥାଏ । ଚୟନ ହେଉଥିବା କ୍ୟାଡେଟ୍ ମାନଙ୍କୁ ନେଇ ପର୍ବତାରୋହଣ, ବରଫ ରାସ୍ତା ଅତିକ୍ରମ କିପରି କରିବେ ତାହାକୁ ନେଇ ଏକ ବେସିକ୍ ମାଉଣ୍ଟେନିକ୍ ତାଲିମ କୋର୍ସ କରାଯାଇଥାଏ । ଚଳିତବର୍ଷ ଏହି କୋର୍ସ ପ୍ରାୟ ୨୮ ଦିନ ଧରି ଆୟୋଜିତ ହେଉଥିବା ବେଳେ ଏହି ତାଲିମ ଶିବିର ଦକ୍ଷିଣ ସିକ୍କିମ ଠାରେ ଆୟୋଜିତ ହୋଇଥିଲା । ଯାହାକି ଏହି କ୍ୟାମ୍ପ ନିମନ୍ତେ ସର୍ବଭାରତୀୟ ସ୍ତରରେ ୪୫ ଜଣ ସମର ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିଲେ ୫ ଜଣ କ୍ୟାଡେଟ୍ । ସେଥିରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟୟନରତ…

Read More

ରୁଷ୍‌ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି।ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନାରେ ଉଭୟ ଦେଶ ପୋର୍ଟ ( ବନ୍ଦର) ଓ ସିପିଂ ସେକ୍ଟର( ବନ୍ଦର ପରିବହନ)ରେ ସହଯୋଗ ପାଇଁ ମଧ୍ୟ ଯୁଗ୍ମ ଘୋଷଣାନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ରୁଷ୍ ସ୍ୱାସ୍ଥ୍ୟ…

Read More

ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନ ପଚାରିଥିଲେ । ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର…

Read More