Author: sanitelevision

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୨ ହଜାର ୩୮୦ କେଜି ଗଞ୍ଜେଇ ଜବତ ହୋଇଛି । ୪୩୬୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । କନ୍ଧମାଳରେ ୩୬୪୯, ବୌଦ୍ଧରେ ୩୩୭ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି । ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୪ବର୍ଷରେ ମଧ୍ୟରେ ୧୪୨୬ ମାମଲା ରୁଜୁ ହଇଛି ।…

Read More

ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର ଟିକେଟ ମୂଲ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ, କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।। ବିମାନ କମ୍ପାନୀଗୁଡ଼ିକର ମନଇଚ୍ଛା ଟିକେଟ ବୃଦ୍ଧି ଉପରେ ବ୍ରେକ୍‌ ଲଗାଇଛନ୍ତି। ସରକାର ତ୍ଵରିତ ଭାବେ ଅଧିକତମ ଭଡ଼ା ସୀମା(କେୟାର କ୍ୟାପ) ଲାଗୁ କରିଛନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ, ୫୦୦ରୁ ୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା ଲାଗି ବିମାନ ଭଡ଼ା ସର୍ବାଧିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ସେହିପରି ୧୦୦୦ରୁ ୧୫୦୦ କିମି ପାଇଁ ସର୍ବାଧିକ ୧୫ ହଜାର ଏବଂ ୧୫୦୦ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସର୍ବାଧିକ ୧୮ ହଜାର ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଯାତ୍ରା…

Read More

ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଅନଲାଇନରେ ହେବ ଆବେଦନ । ୨୦୨୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।ତେବେ ସକାଳ ୯ରୁ ସାଢ଼େ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Read More

ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି । ଓଡିଶାରେ ବଢୁଛି ବିଜେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଏହା ପୂର୍ବରୁ ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୨-୨୩ରେ ଓଡ଼ିଶା ଆସିଥିଲେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ । ୫ ବର୍ଷରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଲେଣି । ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ଜାପାନରୁ ସର୍ବାଧିକ ୪ ହଜାର ୪୨୩ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଜାପାନ ପରେ ଦ୍ୱିତୀୟରେ ଇଟାଲୀ ରହିଛି। ଏଠାରୁ ୩ ହାଜର ୮୩୦ ଇଟାଲୀ ପର୍ଯ୍ୟଟକ ଓଡ଼ିଶା…

Read More

ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ।ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ୮ ୦ ପ୍ରତିଶତ ପୋଡିଯାଇଥିବା ସୂଚନା । ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍ ଚିତ୍କାର ଶୁଣିଥିଲେ ପରିବାର ଲୋକେ । ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡି ଯାଇ ଦେଖନ୍ତି ତ ନାବାଳିକାଙ୍କ ଦେହରେ ନିଆଁ ଲାଗିଛି । ଏହାପରେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ପରିବାର ଲୋକ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ନାବାଳିକାଙ୍କ ଦେହର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା । ଗତ ଜୁଲାଇ ମାସରେ ରାଜ୍ୟରେ ଦୁଇଜଣ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବାଲେଶ୍ବର ଫକୀର…

Read More

ଓଡିଶାରେ ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖୁଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୪ବର୍ଷରେ ମଧ୍ୟରେ ୧୪୨୬ ମାମଲା ରୁଜୁ ହଇଛି । ୧୫୨୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୯ କେଜି ବ୍ରାଉନସୁଗାର ଜବତ ହଇଛି । ୩୩୧ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

Read More

ବିଧାନସଭା ଆସିଲେ ଅନେକ ସଂଘ ନିଜର ଦାବିକୁ ନେଇ ରାଜରାସ୍ତାରେ ଓଲ୍ହାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ ଶୁଭୁଛି ଗାନ୍ଧୀ ମାର୍ଗରେ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।ଏନେଇ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ କହିଛନ୍ତି, “ଶିକ୍ଷକମାନଙ୍କୁ ପିଲାଙ୍କ…

Read More

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନ ପରସ୍ପର ପାଖରେ ବସିଥିଲେ।ଭାରତର ରାଜକୀୟ ଭୋଜନ ସର୍ବଦା ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ହୋଇଆସିଛି । ଏହି ରାତ୍ରୀ ଭୋଜନରେ କେବଳ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଏ ନାହିଁ । ବରଂ ବିଦେଶୀ ଅତିଥିଙ୍କ ପସନ୍ଦ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ । ଏହି କାରଣରୁ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ ।ଦକ୍ଷିଣ ଭାରତର ମୁରୁଙ୍ଗେଲି ଚାରୁ, କାଶ୍ମୀରର ଗୁଚି ଡୁନ୍ ଚଟଣୀ, କଳାଚଣା ସିକାମପୁରୀ ଷ୍ଟାଟରରେ ପରଷା ଯାଇଥିଲା । ମେନ କୋର୍ସରେ ଥିଲା ଜାଫରାନି ପନିର ରୋଲ, ପାଳଙ୍ଗ…

Read More

ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ।ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚିବା ବେଳେକୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଉକ୍ତ ଯୁବକଙ୍କ ପତ୍ନୀ ବାହାଘରର ଅଳ୍ପ ଦିନ ପରେ ୪ ବର୍ଷ ହେବ ତାଙ୍କୁ ଛ‌ାଡ଼ି ଚାଲିଯାଇଥିଲେ। ଏହି କାରଣରୁ ସେ ପ୍ରାୟ ୪ ବର୍ଷ ହେବ ମାନସିକ ଅବସାଦ ଭିତରେ କାଳାତିପାତ କରୁଥିଲେ।

Read More

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ମ୍ୟାଚ୍‌ ପାଇଁ କମିଶନେରେଟ ପୁଲିସର ପ୍ରସ୍ତୁତି । ବାରବାଟୀରେ ମ୍ୟାଚ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିଶନର ଏସ.ଦେବଦତ୍ତ ସିଂ। ତେବେ ଟିକେଟ୍‌ ଖଣ୍ଡେ ପାଇବାକୁ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ଏପଟେ କ୍ରିକେଟ୍ ବିଷୟରେ ଜାଣିନଥିବା କିଛି ମହିଳା ବି ଆଜି ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା । କେଉଁ ତାରିଖରେ ମ୍ୟାଚ ଜାଣି ନାହାନ୍ତି । କେଉଁ ଟିମ୍ ଭିତରେ ଖେଳ ହେବ ଜଣା…

Read More