ସମସ୍ତ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ। ରାଜଧାନୀ ସମେତ ରାଜ୍ୟର ସମସ୍ତ କ୍ଲବ୍, ପବ୍ରେ ଯାଞ୍ଚ ନିର୍ଦ୍ଦେଶ । ଫାୟାର ସେଫ୍ଟି ସୁରକ୍ଷା ଯାଞ୍ଚ କରିବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ସୂଚନାମୁତାବକ ଗୋଆର ଆରପୋରାରେ ଏକ ନାଇଟ୍ କ୍ଲବରେ ଘଟିଥିବା ଏକ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ କରିବା ପାଇଁ ପୋଲିସ…
Author: sanitelevision
ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ସେ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ କହିଛନ୍ତି, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣା ଅତ୍ୟନ୍ତ ହୃଦୟବିଦାରକ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ? ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି।ସରକାର କେତେ ଆଉ ନିରୀହ ଜୀବନ ଏପରି ଜାଳିବାକୁ ଛାଡିଦେବେ ବୋଲି ପ୍ରଶ୍ନ କରିଛନ୍ତି? ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧମାନେ ଖୁଲମଖୁଲା ବୁଲୁଛନ୍ତି । ସରକାର…
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନ ମରାମତିରେ ୨୮ ଲକ୍ଷ ୨୧ ହଜାର ୨୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା ଖର୍ଚ୍ଚ ହୋଇଛି। ନିଜ ସରକାରୀ ବାସଭବନରେ ସବୁଠାରୁ କମ୍ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ…
କ୍ରିକେଟ ବ୍ୟାଟ୍ରେ ଗଞ୍ଜେଇ ଚାଲଣ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ଯୁବକ ଏକ ଚତୁରତାର ସହ କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଲୁଚାଇ ରଖିଥିଲେ । କିନ୍ତୁ ଓଡିଶା ର ବ୍ରହ୍ମପୁର ରେଳ ଷ୍ଟେସନରେ ସରକାରୀ ରେଳବାଇ ପୋଲିସ ଦ୍ୱାରା ଧରାପଡିଥିଲେ । ୨୩ଟି ବ୍ୟାକ ପ୍ୟାକ ଏବଂ ୧୦ଟି କ୍ରିକେଟ ବ୍ୟାଟ ଭିତରେ ୧ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଲୁଚାଇ ରଖାଯାଇଥିଲା । ଦୁଇ ଜଣଙ୍କୁ ଗିରଫ କରିଛି । ଜିଆରପି ଏବେ ଗଞ୍ଜେଇର ଉତ୍ସ ଏବଂ ଉଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ତଦନ୍ତ କରୁଛି ।ଉଭୟ ଅଭିଯୁକ୍ତଙ୍କୁ NDPS ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଗିରଫ କରାଯାଇଛି । ରାସାୟନିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଚୋରା ଦ୍ରବ୍ୟର ଉତ୍ସ, ନେଟୱାର୍କ ଏବଂ ଉଦ୍ଦେଶ୍ୟ ଗ୍ରହଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି। ଏହି ଜବତ ରେଳପଥରେ ନିଶାଦ୍ରବ୍ୟ ଚାଲାଣ ରୋକିବା ଓ ଯାତ୍ରୀମାନଙ୍କ ପାଇଁ…
୧୩ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବଶୀଘ୍ର କଢ଼ାଯିବ ବାଲି । ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲି ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।ମାତ୍ର ଏବେ ମନ୍ଦିର ର ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ର ଟନେଲ ନିର୍ମାଣ କରାଯିବ। ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ଏହି ଟନେଲ ନିର୍ମାଣ କାମ ଆରମ୍ଭ ହୋଇଛି । ସର୍ବସମ୍ମତି ପରେ ଏହି ନିଷ୍ପତି ନିଆଯାଇଛି । ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି ।…
ବାରବାଟୀରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉଭୟ ଦଳର ଖେଳାଳି ରବିବାର ଅପରାହ୍ଣରେ ଭୁବନେଶ୍ବର ପହଞ୍ଚିଛନ୍ତି। ସୋମବାର ବାରବାଟୀରେ ଭାରତୀୟ ଖେଳାଳି ମଧ୍ୟାହ୍ନରେ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଅପରାହ୍ଣରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।ବିମାନବନ୍ଦରରୁ କାରକେଡ୍ ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ହୋଟେଲ୍ ମେ’ ଫେୟାର୍ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ୍ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଓ ସ୍ବାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ତେବେ ଆଜି ନେଟ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ ।୯ ତାରିଖରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦୁଇଦଳର ଅଭ୍ୟାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ।
ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର କେନାଲ ଛକ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁ ପୃଷ୍ଟିଙ୍କ ପ୍ରାଣହାନି ଘଟିଛି । ଧାମନଗର ବ୍ଲକ ଷେଣ୍ଢପୁରରେ ସକଳ ତୀର୍ଥ ତୋ ଚରଣେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୃଷ୍ଟି। ଯାତ୍ରା ଇନ୍ଦ୍ରଭୁବନରେ କାର୍ଯ୍ୟ କରୁଥିଲେ ଗୁରୁ ପୃଷ୍ଟିଙ୍କ ।ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ଖୁବ କମ୍ ବୟସରେ ସମସ୍ତଙ୍କ ମନ ଜିଣିଥିଲେ ଗୁରୁ ପୃଷ୍ଟି । ଯାତ୍ରା ପେଣ୍ଡାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଏକାଧିକ ଯାତ୍ରା ପାର୍ଟିରେ କାମ କରିଥିଲେ ଗୁରୁ ପୃଷ୍ଟି। ଯାତ୍ରା ଜଗତରେ କମେଡି ଷ୍ଟାର ଭାବେ ଜଣାଶୁଣା ଗୁରୁ।୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।…
ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ସପ୍ତାହେ ଯାଏ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୧୫ଡିଗ୍ରୀ ତଳେ ୩୯ଟି ସହର ପାରଦ ରହିଛି ।କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପ୍ରଥମ ଥର ପାଇଁ ୪.୪°ସେଲସିୟସ ରେକର୍ଡ ହୋଇଛି ସର୍ବନିମ୍ନ ରାତ୍ରି ତାପମାତ୍ରା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅନୁଗୋଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ । ୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣl ଅଂଚଳର ଏହି କଲେଜ ଛାତ୍ରୀ ଜଳି ଯାଇଥିଲେ । ନିଜ ଦେହରେ କିରୋସିନ ଢ଼ାଳି ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି । ଖବର ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା…
ବାଲେଶ୍ବର ପରଖି ଫାଣ୍ଡି ତଥା ସଦର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ।ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା, ମାଡ ମଧ୍ୟ ମାରିବାକୁ ପଛଘୁଞ୍ଚା ଦେଉ ନ ଥିଲେ। ପରେ ଉକ୍ତ ଯୁବକ ଜଣକ ଅଚେତ ହୋଇ ପଡ଼ିଥିଲେ। ଅଚେତ ପରେ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲେ ଅସାମାଜିକ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ଯୁବକ ଜଣଙ୍କ। ଏହି ଘଟଣାକୁ ଫାଣ୍ଡି ଠାରୁ ନେଇ ସଦର ଥାନା ପୁଲିସ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ୩ ଦିନ ବିତିଥିଲେ ବି କାହାରିକୁ ପୁଲିସ ଗିରଫ କରିନାହିଁ।ତେବେ ଜମିଜମା ସଂକ୍ରାନ୍ତୀୟ ବ୍ୟାପାରକୁ ନେଇ…









