ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାର ସିବିଆଇ ତଦନ୍ତ କରିବା ଉଚିତ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ କରାଯିବ। ତାମିଲ ନେଇଗଲା ତାମିଲକୁ ଧର ଧର.. ଭଳି କଥା ବି କହିଥିଲେ ବିଜେଡି ବିଧାୟକ।ତା ସହ “ଆମ ସରକାର କାହାରିକୁ ରାଜନୈତିକ ସୁରକ୍ଷା ଦେଉନି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଯାହା କହିଥିଲେ ତାହା କୁଆଡ଼େ ଗଲା” ବୋଲି ପ୍ରଶ୍ନ କରିଥିଲେ ରାଜା। ହେଲେ ଏ ନେଇ ବିଜେପିର ପ୍ରତିକ୍ରୟା ମିଳିନାହିଁ।
Author: sanitelevision
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡା ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରୁଛି। ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଟ୍ରମ୍ପ୍ ଏହି ବିବୃତ୍ତି ଦେଇଛନ୍ତି ।ଭାରତ, ଭିଏତନାମ ଓ ଥାଇଲ୍ୟାଣ୍ଡ ଭଳି ଦେଶ ଆମେରିକା ବଜାରରେ ଅତି ଶସ୍ତାରେ ଚାଉଳ ବିକ୍ରି କରୁଛନ୍ତି । ଏହା ଦ୍ୱାରା ଆମେରିକା ଚାଷୀ ଉଚିତ ମୂଲ୍ୟ ପାଉନାହାନ୍ତି ଏବଂ କ୍ଷତି ସହୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେମାନେ ଏଭଳି ଡମ୍ପିଂ କରିବା ଉଚିତ ନୁହେଁ, ମୁଁ ଏହାର ସମାଧାନ କରିବି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।ଲୁଇସିଆନାର କେନେଡି ରାଇସ୍ ମିଲ୍ସର ସିଇଓ ମେରିଲ୍ କେନେଡି ଦାବି କରିଛନ୍ତି ଯେ ଭାରତ, ଥାଇଲ୍ୟାଣ୍ଡ ଏବଂ ଚୀନ୍ ଏହି କଥିତ ଡମ୍ପିଂ ପାଇଁ ମୁଖ୍ୟ ଦେଶ। ସେ କହିଛନ୍ତି ଯେ…
ଦୁର୍ନୀତି ସମାଜର ବିକାଶରେ ଏକ ପ୍ରମୁଖ ପ୍ରତିବନ୍ଧକ କହିଲେ କିଛି ଭୁଲ୍ ହେବନି। ଅକ୍ଟୋବର ୩୧, ୨୦୦୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର ୯ କୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିର୍ଣ୍ଣୟ ନିଆ ଯାଇଥିଲା।ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଉପରେ ଦୁର୍ନୀତିକୁ ରୋକିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ବୃତ୍ତିଗତ ତଥା ନୈତିକ ଆଚରଣ ବିଧି ଅନୁଯାୟୀ କାର୍ଯ୍ୟ କରିବା ଉଚିତ । ସାର୍ବଜନୀନ ଆର୍ଥିକ ପ୍ରସଙ୍ଗରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବକୁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ । ବିଶେଷକରି ଜନସାଧାରଣ କ୍ରୟ ଏବଂ ନ୍ୟାୟପାଳିକା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁର୍ନୀତି ନ ହେବା ଉଚିତ । ତେବେ ଦୁର୍ନୀତି ରୋକିବା ପାଇଁ ସମାଜର ସମସ୍ତ ସଦସ୍ୟଙ୍କଠାରୁ ମଧ୍ୟ ଏକ ପ୍ରୟାସ ଆବଶ୍ୟକ ।ବିଭିନ୍ନ…
ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହେବ ପେନସନ । ଆଜି ଗୃହରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ । ପୂର୍ବରୁ ଏହାରି ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ବର୍ତ୍ତମାନ ବିଧାୟକଙ୍କ ଦରମା ୯୯ ହଜାର ଟଙ୍କା ରହିଛି । ଦରମା ଏବଂ ଭତ୍ତା ବାବଦକୁ ନେଇ ବିଧାୟକମାନେ ୯୯ ହଜାର ଟଙ୍କା ପାଉଛନ୍ତି । ତେବେ ଏହାକୁ ଯଦି ସଂଶୋଧନ କରି ଲାଗୁ କରାଯାଏ, ତାହାହେଲେ ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇପାରେ । ପୂର୍ବତନ ବିଧାୟକ ଯେଉଁମାନେ ପେନସନ ପାଉଛନ୍ତି ସେମାନେ ୭୦ ହଜାର ଟଙ୍କା ପାଇବେ ବୋଲି ସୂଚନା ମିଳିଛି ।
ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ। ତିଲକ ବର୍ମା, ୱାଶିଂଟନ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ପୁରୀ ଗସ୍ତରେ ଜଗା ଦର୍ଶନ ପାଇଁ ଯାଇଛନ୍ତି । ଶ୍ରୀମନ୍ଦିରରେ ମହାପପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି ସଂଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ଥର ପାଇଁ ରେଡ ମଡ ପିଚ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ । ଟେଷ୍ଟ ସିରିଜ ହାରିବା ପରେ ଭାରତ ଦିନିକିଆ ସିରିଜରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା । ଏବେ ଟି-୨୦ ସିରିଜ୍ ଅଭିଯାନ ବାରବାଟୀ ବିଜୟରୁ ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି…
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ରାତି ପାହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ । ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି । ଏଥିସହ ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ୯ଦଶମିକ ୬ ଡିଗ୍ରି ସହ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି ।୯ ତାରିଖ (ମଙ୍ଗଳବାର) ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ। ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ୨୦ ତାରିଖ ଯାଏ ଶୀତ ଜାରି ରହିବ। । ୨୧ ତାରିଖ ପରେ ରାତି…
ଆଜି ବାରବାଟୀରେ ବିଗ ଫାଇଟ…ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ, ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ସେମାନେ ବି ଭାରତକୁ କଡ଼ା ଟକ୍କର ଦେବେ। ଘରୋଇ ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ। ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ…
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ତନାଘନା । ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ । ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ବିରଞ୍ଚି । ୪ ଦିନିଆ ରିମାଣ୍ଡ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ରିମାଣ୍ଡ ଆବେଦନ ନହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଠୁ ତଥ୍ୟ ହାସଲ କରିଛି ସିବିଆଇ ।ବିରଞ୍ଚି ଲିଙ୍କରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦଲାଲ ନିମାଇଁ ସାହୁ ଓ ssb ଯବାନ ଅର୍ଜୁନ ନାୟକକୁ ରିମାଣ୍ଡରେ ନେଇ ଏବେବି ଘାଣ୍ଟୁଛି ସିବିଆଇ । ଆଜି ମେଡିକାଲ ଯାଞ୍ଚ ପରେ, ଏହି ଦୁଇ ଦଲାଲ ନିମାଇଁ ଓ ଅର୍ଜୁନକୁ ପୁଣିଥରେ ସିବିଆଈ ଅଫିସରେ ଘନ ଘନ ଜେରା ଚାଲିଛି । ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି । ଆଉ ୩ ଜଣଙ୍କୁ ଅଟକ…
2025 ସର୍ଚ୍ଚ ରିକ୍ୟାପ୍ ଭଳି ପ୍ରତିବର୍ଷ ଗୁଗଲ୍ ବର୍ଷ ସରିବା ପୂର୍ବରୁ ଏକ ତାଲିକା ଜାରି କରେ । ଏଥର ମଧ୍ୟ ଆସିଛି ବହୁ ପ୍ରତୀକ୍ଷିତ ଗୁଗଲ୍ ବର୍ଷର ସର୍ଚ୍ଚ ତାଲିକା । ଗୁଗଲ୍ର ଏହି ତାଲିକାରେ 2025 ମସିହାରେ ମନୋରଞ୍ଜନ, କ୍ରୀଡା, ଜୀବନଶୈଳୀ, ଗେମିଂ ଏବଂ ରାଜନୀତି ଜଗତରେ ସର୍ବାଧିକ ସର୍ଚ୍ଚ ହୋଇଥିବା ନାମ ଜାରି ହୋଇଛି ।ଚଳିତ ବର୍ଷ ସର୍ବୋତ୍ତମ ଟ୍ରେଣ୍ଡିଂ ସର୍ଚ୍ଚରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଶୀର୍ଷରେ ରହିଛି । କ୍ରିକେଟ୍ ହେଉଛି ଭାରତର ହୃଦସ୍ପନ୍ଦନ ଏବଂ ଏହାର ପ୍ରଭାବ ଏହି ତାଲିକାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଦ୍ବିତୀୟ ସର୍ବାଧିକ ସର୍ଚ୍ଚ ହୋଇଥିବା ଶବ୍ଦ ହେଉଛି “ଜେମିନି”, ଯାହା ଦର୍ଶାଏ ଯେ AI ଲୋକଙ୍କ ଦୈନନ୍ଦିନ କଥାବାର୍ତ୍ତା ଏବଂ କାର୍ଯ୍ୟକଳାପର ଏକ ଅଂଶ ପାଲଟିଯାଇଛି । ଲୋକେସନ ଉପରେ ଆଧାରିତ ସର୍ଚ୍ଚରେ ଲୋକେ ଅଧିକାଂଶ କୌଣସି ଜରୁରୀକାଳୀନ ସ୍ଥିତି, କୌଣସି ସୂଚନା ଆଦି…
ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଛି । ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି । ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ । କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର, ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତି । ସ୍ଥାୟୀ ନିଯୁକ୍ତି ୫୦୦୩ ଡାକ୍ତର, ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି ।









