ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ ନା ହିଁ ତାଙ୍କ ପରିଚୟ। ତେବେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସର୍ବିନା କାର୍ପେଣ୍ଟର, ଦୋଏଚି, ଭିଭିଆନ୍ ଓ୍ବିଲ୍ସନ, ନିକୋଲେ ସ୍କେର୍ଜିଙ୍ଗର, ଓ୍ବାଲ୍ଟନ ଗୋଗିନ୍ସ, ଜେନିଫର ଲରେନ୍ସ, ଶାଇଗିଲ୍ଗେଅସ୍-ଆଲେକ୍ଜାଣ୍ଡାର, କୋଲେ ଏସ୍କୋଲା ଏବଂ ନୋଆହ ଓ୍ବିଲେ ପ୍ରମୁଖ ସେଲିବ୍ରିଟି ରହିଥିବାବେଳେ ଭାରତରୁ କେବଳ ଶାହରୁଖ୍ ସ୍ଥାନ ପାଇଛନ୍ତି।୬୦ ବର୍ଷୀୟ ସୁପରଷ୍ଟାର କିଙ୍ଗ୍ ଖାନ୍ ଚଳିତବର୍ଷ ଆୟୋଜିତ ମେଟ୍ ଗାଲାରେ ନଜର ଆସିଥିବାରୁ ତାଙ୍କୁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏଥର ମେଟ୍ ଗାଲାରେ ତାଙ୍କୁ ଅତିଥି ଭାବେ ଦେଖିବାକୁ ମିଳିଥିଲା। ସେ ପିନ୍ଧିଥିବା ନେକ୍ଲେସ୍ରେ ‘କେ’ ଅକ୍ଷର ରହିଥିଲା।ଆଗାମୀ ଫିଲ୍ମ ‘କିଙ୍ଗ୍’ରେ ଶାହାରୁଖ୍ ଅଭିନୟ କରିବେ। ଏଥିରେ ତାଙ୍କ ଝିଅ ସୁହାନା ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍…
Author: sanitelevision
ଅଧାରୁ ପାଠପଢ଼ା ଛାଡ଼ି ରହିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯୋଜନା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ । ବୁଧବାରଠୁ ସାମ୍ସ ୱେବ୍ସାଇଟ୍ରେ ନାମଲେଖା ଆବେଦନ ଆରମ୍ଭ ହେବ । ୧୪ ତାରିଖ ଯାଏ ଆବେଦନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତଦୁଇ (ଏକାଦଶ ଶ୍ରେଣୀ) ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ହେବ । ସ୍କୁଲରୁ ଦୂରରେ ରହୁଥିବା ପିଲାଙ୍କୁ ନାମଲେଖାଇବାକୁ ସୁଯୋଗ ପ୍ରଦାନ କରାଯିବ । ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୮ରୁ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ । ୨୦ରୁ ୨୨ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବେ । ୨୨ରେ ୱେଟିଂ ଲିଷ୍ଟରେ…
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି । ସୋମବାର ସନ୍ଧ୍ୟାରେ ଝିଅଟି ସ୍କୁଲରୁ ଘରକୁ ଫେରିବା ସମୟରେ ସେହି ଗାଁର ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ନିକଟସ୍ଥ ଏକ ବୁଦା ଭିତରକୁ ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ତେବେ କୁନି ଝିଅର ଚିତ୍କାର ଶୁଣି ସେଠାରେ ସ୍ଥାନୀୟ ଲକେ ପହଞ୍ଚିବାରୁ ଅଭିଯୁକ୍ତ ଜଣକ ସଠାରୁ ଦୌଡି ପଳାଇଥିଲା । ପରେ ଝିଅଟିକୁ ତାଙ୍କ ମା ଓ ସମ୍ପର୍କୀୟମାନେ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପପାଇଁ ନେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରୁଛି ।
ନିଶାଙ୍କ ପାଇଁ ଉଡ଼ିଲା ଚେୟାର । କୋରାପୁଟ ଲକ୍ଷ୍ମୀପୁରରେ ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ । ନିଶାଙ୍କୁ ପ୍ରଶାସନ ଅନୁମତି ନଦେବାରୁ ଭଙ୍ଗାରୁଜା । ଖାଲି ଭଙ୍ଗାରୁଜା ନୁହେଁତ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ । ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁ ଅଧାରୁ ବନ୍ଦ ହେଲା ଯାତ୍ରା ।ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ। ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ।ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ । ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏନେଇ ଯାତ୍ରା କମିଟି କି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଛାଡ଼ି ଅନ୍ୟ ସମସ୍ତ ମାତୃଭାଷା ୨୩କୁ ଘୁଞ୍ଚିଲା। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ ୨୧ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ।ସୂଚନା ମୂତାବକ ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି।ଏଥର ମୋଟ 4 ଲକ୍ଷ 7 ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ସକାଳ 10ଟାରୁ…
ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ।ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୃହ ମାତ୍ର ୧୧ ଦିନ କାର୍ଯ୍ୟ କରିଛି।ଅଧିବେଶନ ସମୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୨୮ରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ସୋମବାର ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଧ୍ୱନି ଭୋଟ୍ରେ ପାରିତ ହୋଇଥିଲା।ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ। ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶିକ୍ଷା ସହ ଜଡିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । । ମାଆର ଜାତି ଆଧାରରେ ଝିଅକୁ ଏସସି ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ, ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀର ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣ ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଚ୍ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ସୂଚନାମୁତାବକ ଛାତ୍ରୀଙ୍କ ମାଆ ହିନ୍ଦୁ ଆଦି ଦ୍ରାବିଡ ସମୁଦାୟର ଅଟନ୍ତି । ତାଙ୍କର ତିନି ଜଣ ସନ୍ତାନ ରହିଛନ୍ତି । ଏହାମଧ୍ୟରୁ ଦୁଇ ଜଣ କନ୍ୟା ଏବଂ ଜଣେ ପୁତ୍ର ସନ୍ତାନ । ମହିଳାଜଣଙ୍କ ନିଜ ସନ୍ତାନଙ୍କ ପାଇଁ ଏସସି ପ୍ରମାଣପତ୍ର ଦାବି କରିଥିଲେ । ପତି ବିବାହ ପରେ ତାଙ୍କ ପରିବାରରେ…
ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ। କିଛି ଦିନ କାମ କରନ୍ତୁ। ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଛି ରାଜ୍ୟ ପାଚକ ପାଚିକା ମହାସଂଘ। ତେବେ ଦରମା ବୃଦ୍ଧି ଦାବି ନ ହେବା ଯାଏ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି।
ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି– କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ– ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ– ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ– ଉପ-ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାରରୁ ୯୪ ହଜାରକୁ ବୃଦ୍ଧି– ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ– କାର ଭତ୍ତା ୧୭ ହଜାର…
ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର । ମନମୋହନ ଗଢ଼ିଲେ ନୂଆ ଯୁବ ଟିମ୍ । କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ । ବାକି ସବୁ ପରିବର୍ତ୍ତନ ହୋଇଛି । । ଅଭିଳାଷ ପଣ୍ଡା ହେଉଛନ୍ତି ଭାରତୀୟ ଯୁବ ମୋର୍ଚ୍ଚା ସଭାପତି । ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ମହିଳା ମୋର୍ଚ୍ଚା ସଭାପତି । ଶୁଭାଂଶୁ ମୋହନ ପାଢୀ ହେଲେ କୃଷକ ମୋର୍ଚ୍ଚା ସଭାପତି । ସେହିପରି କାନ୍ଦେରା ସୋରେନ ହେଉଛନ୍ତି ଆଦିବାସୀ ମୋର୍ଚ୍ଚା ସଭାପତି । ବାଇଧର ମଲ୍ଲିକ ହେଉଛନ୍ତି ଏସସି ମୋର୍ଚ୍ଚା ସଭାପତି । ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଗୁରୁଦାୟିତ୍ବ ମିଳିଛି । ବିଜେପି ସେଲ ଇନ୍ ଚାର୍ଜ ଭାବେ ରଞ୍ଜନ କୁମାର ପଟେଲ, ରାଜ୍ୟସଭା ସଂସଦ ସୁଜିତ୍ କୁମାର ଓ ସୁଦିପ୍ତ କୁମାକ ରାୟଙ୍କୁ ଦାୟିତ୍ବ ମିଳିଛି।









