ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି EVM ନୁହେଁ, ଲୋକଙ୍କ ହୃଦୟକୁ ହ୍ୟାକ୍ କରନ୍ତି। ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ ଏପରି କିଛି କହିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କଙ୍ଗନା ରାଣାୱତ ଏହି ବୟାନ ଦେଇଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି ବିରୋଧୀ ଦଳ ଗୃହକୁ ସୁରୁଖୁରୁରେ ଚାଲିବାକୁ ନଦେଇ ସମସ୍ତ ପ୍ରକାରର ଚାଲ ଖେଳିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ଏସ୍ଆଇଆର୍, ଭୋଟ ଚୋରି ଏବଂ ବନ୍ଦେ ମାତରମ୍ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଆରମ୍ଭ କରିଛନ୍ତି।କଂଗ୍ରେସ ଦଳ ଉପରେ ଆକ୍ରମଣ କରି କଙ୍ଗନା କହିଛନ୍ତି, “ଏହି ଲୋକମାନେ ଦାବି କରନ୍ତି ଯେ ପୁରୁଣା ସମୟରେ ଭୋଟ ଦେବା ସର୍ବୋତ୍ତମ ଥିଲା। ସେତେବେଳେ, ଜାଲିଆତି ହେଉଥିଲା; ଏହି ଲୋକମାନେ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ।” ବିଜେପି ସାଂସଦ କଙ୍ଗନା ରାଣାୱତ ବିରୋଧୀ ଦଳ ଉପରେ ଆକ୍ରମଣ କରି…
Author: sanitelevision
ଥଣ୍ଡାରେ ଥରୁଛି ସାରା ରାଜ୍ୟ । ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ତୀବ୍ର ହେଉଛି । ଶୀତଲହରୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି ।ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ଶୀତ ଲହରୀ ନେଇ ୧୩ ଜିଲ୍ଲା- ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା 28.7° ସେଣ୍ଟିଗ୍ରେଡ ଓ ସର୍ବନିମ୍ନ…
ୟୁଟ୍ୟୁବ ଦେଖି ଅପରେସନ୍ କଲେ, ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବାରବାଙ୍କିରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜିଲ୍ଲାର କୋଠି ସହରରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ ବେଆଇନ କ୍ଲିନିକ୍ ଚଳାଉଥିବା ଜଣେ ମାମୁ ଏବଂ ଭଣଜା ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ମହିଳାଙ୍କ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ମୃତକଙ୍କ ପରିବାର ସଦସ୍ୟମାନେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ପ୍ରଶାସନ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । ମିଳିଥିବା ସୂଚନା ଅନୁସାରେ, ତେହ ବାହାଦୁର ରାୱତଙ୍କ ପତ୍ନୀ ମୁନିଶ୍ରା ରାୱତ…
ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଅମାନିଆ ହେଲେ ନିଆଯିବ ଆକ୍ସନ୍ । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଶିକ୍ଷକମାନେ ଧର୍ଯ୍ୟ ଧରନ୍ତୁ । ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଯାହା ସେମାନଙ୍କ ଦାବି ଅଛି ସରକାର ତାହା ଜାଣନ୍ତି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ସୂଚନା ଅନୁସାରେ, ଗତ ୬ ତାରିଖରୁ ୪୨୦୦ ଗ୍ରେଡ୍ ପେ’ ଓ ୨୦୦୧ରୁ ମସିହାରୁ କାର୍ଯ୍ୟରତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦାବିରେ ଆନ୍ଦୋଳନକୁ ଆସିଥିଲେ ପ୍ରାଥମିକ ଶିକ୍ଷକ ମହାସଂଘ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଅହୋରାତ୍ର ଧାରଣା ଦେଇଥିଲେ । ୭ ତାରିଖରେ ସଂଘ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଶିକ୍ଷକ ସଂଘ ଜିଦ୍ ଧରିଥିଲେ ଯେ ଲିଖିତ ପ୍ରତିଶ୍ରୁତି ମିଳିଲେ…
ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ କରିବା ଏବଂ ଏକଥା ଅନ୍ୟକାହାକୁ ଜଣାଇଲେ ଚାକିରିରୁ ବହିଷ୍କାର ସହ ଜୀବନ ବରବାଦ କରିଦେବାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। । ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପା ମା ଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି। ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରିଛନ୍ତି। ଭଏସ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଛନ୍ତି। ଦେଶରେ ନାରୀ ଆଉ ସୁରକ୍ଷିତ ନୁହଁନ୍ତି, ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନ ରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ଝିଅ, ମହିଳାଙ୍କ ସୁରକ୍ଷା କୁ ନେଇ ଦାବି କରିଛନ୍ତି। ଅଭିଯୋଗକାରୀଙ୍କ ବୟାନ…
ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ ପର୍ଯ୍ୟାପ୍ତ ପାଚେରୀ ଓ ଫାଟକ ସୁରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ସଚେତନତା କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି। ପଶୁଙ୍କ ପ୍ରତି ପ୍ରତିରୋଧକ ଆଚରଣ, କାମୁଡ଼ା ଚିକିତ୍ସା ଉପରେ କରାଯିବ ସଚେତନ। ପଶୁ ମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସ ଗୁଡିକୁ ଦୂର କରିବା ପାଇଁ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ହୋଇଛି । ୧୦ଗ୍ରାମ ସୁନା ୨୮୩ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୧,୨୭,୯୭୪ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହାର ମୂଲ୍ୟ ୧,୨୮,୨୫୭ଟଙ୍କା ରହିଥିଲା ।ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୯,୨୫୦ ଟଙ୍କା ଛୁଇଁଛି । ସେହିପରି ରୂପାର ମୂଲ୍ୟ ୧ କିଲୋଗ୍ରାମ ମୂଲ୍ୟରେ ୧୯୫ଟଙ୍କା ହ୍ରାସ ପାଇ ୧,୭୮,୮୯୩ଟଙ୍କାରେ ପହଞ୍ଚିଛି । ସୋମବାର ରୂପା କିଲୋ ପ୍ରତି ସର୍ବକାଳୀନ ସର୍ବୋଚ୍ଚ ୧,୭୯,୦୮୮ ଟଙ୍କା ରହିଥିଲା ।ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।
ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ।ଏହାସହିତ ୭ ଜଣ ସଦସ୍ୟ ଏହି କମିଟିରେ ସାମିଲ କରାଯାଇଛି ।ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଦୀର୍ଘ ସମୟ ଧରି ମହାନଦୀ ଜଳ ବିବାଦ ଲାଗି ରହିଛି । ଯାହାକୁ ନେଇ ଅନେକ ସମୟରେ ଉଭୟ ରାଜ୍ୟର ନେତା ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଏହାସହିତ କିଛି ସମାଧାନର ରାସ୍ତା ମଧ୍ୟ ବାହାରିଥିଲା । ତଥାପି ବିବାଦର ହୋଇପାରୁନି ସମାଧାନ । ସୂଚନାମୁତାବକ ୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସମୟରେ ଛତିଶଗଡ଼ରେ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର…
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବିହାରରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଭୁବନେଶ୍ବରରେ ଜେରା କରୁଛି।ପୂର୍ବରୁ ଗିରଫ ହୋଇଥିବା ଦିଘା ମଡ୍ୟୁଲର ମାଷ୍ଟର ମାଇଣ୍ଡ ଦଲାଲ୍ ବିରଞ୍ଚି ନାୟକର ସହଯୋଗୀ ଥିଲା ନୀତିଶ । ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ସହ କୋଚିଂ ଦେଇ ପ୍ରସ୍ତୁତ କରୁଥିଲା ନୀତିଶ । ଶୁକ୍ରବାର ନୀତିଶ କୁମାରକୁ ବିହାରରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି CBI ।ଇତିମଧ୍ୟରେ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛନ୍ତି। ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା। ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ। ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।
ବିହାର ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ହଜିଗଲା ମାନବିକତା, ସାମାନ୍ୟ ଷ୍ଟ୍ରେଚର ପାଇଁ ବନ୍ଧା ରହିଲେ ମୃତକଙ୍କ ବୋହୂ ଏବଂ ନାତି । ବିହାରର ନୱାଦା ଜିଲ୍ଲାର ଆକବରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ 75 ବର୍ଷୀୟା ମହିଳାଙ୍କ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଦେବାକୁ ମନା କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଫଳରେ ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଟାଣି ଘରକୁ ନେଇଥିଲେ । ତେବେ ଷ୍ଟ୍ରେଚର ପାଇଁ ବନ୍ଧକ ରହିଥିଲେ ଦୁଇ ଜଣ ପରିବାର ସଦସ୍ୟ । ଯାହାକୁ ନେଇ ବର୍ତ୍ତମାନ ବିହାରେ ଚର୍ଚ୍ଚାର ବିଷୟ ପାଲଟିଛି ।ପରିବାର ସଦସ୍ୟଙ୍କ ଅଭିଯୋଗ ଯେ ରବିବାର ରାତି ପ୍ରାୟ ୧୦ଟାରେ, ଆକବରପୁର ବଜାର ନିବାସୀ ରାମଚନ୍ଦ୍ର ସାହାଣୀଙ୍କ ପତ୍ନୀ କେଶରୀ ଦେବୀ (୭୫)ଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଖରାପ ଥିଲା, କିନ୍ତୁ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ…









