ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।ଆସନ୍ତା ୧୪ ତାରିଖରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯିବ। ୩୦ଟି ଜିଲ୍ଲା ପାଇଁ ୩୯ଟି ରୁଟରେ ଆର୍ମ ପୋଲିସ ସହିତ ପ୍ରଶ୍ନପତ୍ର ପଠାଯିବ।ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି।
Author: sanitelevision
ସବ ଇନ୍ସପେକ୍ଟର ଚାକିରୀ କେଳେଙ୍କାରୀ ଘଟଣା। ୨ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତକାଲି ନିତୀଶ କୁମାରଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶଙ୍କରର କଳା ଟଙ୍କାକୁ ଧଳା କରିବା କାମ କରୁଥିଲା ନିତୀଶ । ବୁଧବାର ନୀତିଶଙ୍କୁ ଗିରଫ କରି ସିବିଆଇ କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡ ଅବେଦନ କରିଥିଲା । କିନ୍ତୁ କୋର୍ଟ ୨ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ । କିନ୍ତୁ ସ୍ପେଶାଲ ସିଜେଏମ୍ ସିବିଆଇ…
ରାଜଧାନୀ ଦିଲ୍ଲୀ-ଏନ୍ସିଆର୍କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିବାକୁ ଯାଉଛି।ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱିପନ୍ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ପ୍ରସ୍ତୁତ ହେବ। ଏହି ସିଷ୍ଟମର ବଡ଼ ଭାଗରେ ଡିଆର୍ଡିଓ ଦ୍ୱାରା ବିକଶିତ କ୍ୟୁଆର୍ଏସ୍ଏଏମ୍ ମିସାଇଲ ଏବଂ ଭିଏସ୍ଏଚ୍ଓଆର୍ଏଡିଏସ୍ ରହିବ । ଏଥିସହ ବହୁ ପ୍ରକାରର ସେନ୍ସର, ରାଡାର, ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ସିଷ୍ଟମ ଯୋଡ଼ାଯିବ । ଏହା ଦ୍ୱାରା ବିପଦ ଉପରେ ତୁରନ୍ତ ନଜର ରଖାଯାଇପାରିବ । ପୂରା ସିଷ୍ଟମକୁ ଭାରତୀୟ ବାୟୁସେନା ପରିଚାଳିତ କରିବ । ଅଗଷ୍ଟ ୨୩ରେ ଆଇଏଡିଡବ୍ଲ୍ୟୁଏସ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲ୍ୟୁଏସ୍ ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଶତ୍ରୁର ଆକାଶ ଆକ୍ରମଣକୁ ପ୍ରତିହତ କରିବା ପାଇଁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାର ବିମର୍ଶ ଏବଂ ନିଷ୍ପତ୍ତି କେବଳ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ପାଖରେ ରହିବ।ତେଣୁ, ଏ ବିଷୟରେ ମୋର କିଛି ବି କହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଚେନ୍ନାଇରେ ଥିବା ଭାଗବତ ଡିସେମ୍ବର ୯ ତାରିଖରେ ଏହି ବୟାନ ଦେଇଛନ୍ତି , ଯାହାକି ଖୋଲା ସଙ୍କେତ ଦେଉଛି ଯେ, ବିଜେପି ଭିତରେ ଉତ୍ତରାଧିକାରୀ ବିତର୍କରେ ସାମିଲ ହେବାର ସଂଘର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତକୁ “ବିଶ୍ୱଗୁରୁ” ଭାବରେ ଉଭା ହେବାକୁ ହୁଏ, ତେବେ ଜାତିଭିତ୍ତିକ ଏବଂ ଭାଷାଗତ ବିଭାଜନକୁ…
ପିଏଚ୍ଡି ପାଇପ ଫାଟିବାରୁ ୭୦୦ ଶହ ବସ୍ତା ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରାର ହସ୍ପିଟାଲ ରୋଡ ପାଖ ଖଳାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହୋଇ ପ୍ରାୟ ୭ଲକ୍ଷ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି କୁବେର ଭୁକ୍ତା ।ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା ।
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ରୋଗୀଙ୍କୁ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ ।ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାପାଖ ଅଳିଆ ଗଦାରେ ପଡିଛି ଅବଧି ସରିନଥିବା ଔଷଧ । ଗୋଟିଏ କି ୨ ପ୍ୟାକେଟ ନୁହେଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ମେଡିସିନ ପଡିରହିଛି ।ଏସବୁ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖିବାକୁ ମିଳିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହେଁ ବୋଲି ଲେଖା ରହିଛି । ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ହୋଇଥିବା ବେଳେ ଅବଧି ରହିଛି ୨୦୨୬ ପର୍ଯ୍ୟନ୍ତ । ଅର୍ଥାତ୍ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା…
ଶୀତଦିନେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳେ ସର୍ବଦା ଉଷୁମ କିମ୍ବା ଗରମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଯଦି ଆପଣ ପ୍ରତିଦିନ ସକାଳେ ଉଠି ଗରମ ପାଣି ପିଅନ୍ତି, ତେବେ ଆପଣଙ୍କ ବଡି ଡିଟକ୍ସିଫିକେସନ୍ ହୋଇଥାଏ । ଗରମ ପାଣି ଲସିକା ପ୍ରଣାଳୀକୁ ଆକ୍ଟିଭ କରିଥାଏ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ କାମ କରିଥାଏ । ସକାଳେ ଉଷୁମ ପାଣି ପିଇବା ଏକ ପାୱାରଫୁଲ ନ୍ୟାଚୁରାଲ ଡିଟକ୍ସ ପରି କାମ କରେ । ତେବେ ସକାଳେ ଗରମ ପାଣି ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଯେତେବେଳେ ଆପଣ ନିୟମିତ ଉଷୁମ ପାଣି ପିଇବା ଆରମ୍ଭ କରନ୍ତି, କିଛି ଦିନ ମଧ୍ୟରେ ଆପଣ ଓଜନରେ ପାର୍ଥକ୍ୟ ଲକ୍ଷ୍ୟ କରିବା ଆରମ୍ଭ କରିବେ । ଖାଦ୍ୟରେ ପରିବର୍ତ୍ତନ ନକରି ମଧ୍ୟ ଆପଣଙ୍କ…
ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ ଏବେ ସ୍ୱାଭାବିକ ହୋଇଛି, ପ୍ରତିଦିନ ୧୯୦୦ ରୁ ଅଧିକ ବିମାନ ଚଳାଚଳ କରୁଛି ଏବଂ ସମୟ ଅନୁଯାୟୀ କାର୍ଯ୍ୟଦକ୍ଷତାରେ ଉନ୍ନତି ହେଉଛି। ଅନ୍ୟପଟେ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍ ଏୟାରଲାଇନ୍ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ “ଗୋଲ୍ଡ କାର୍ଡ” ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା ପାଇପାରିବେ।ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍ଲାଇନ୍ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ…
ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏହି ରାଂଗି ଅଭିଯୋଗ ଆସିଛି । ନିଶା ନ ଖାଇବାରୁ ପାଇଖାନା ପାଣି ପିଆଇଲେ ସିନିଅର ଓ କ୍ଲାସମେଟ୍ । ଏନେଇ ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ କରିଛନ୍ତି। ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ…









