Author: sanitelevision

ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ଙ୍କ ସହ ଭୁବନେଶ୍ବରରେ ରୁହନ୍ତି । ପ୍ରଥମେ ଗତ ୪ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ପାନ ଦୋକାନୀ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ନାବାଳିକା ପାଟି କରିବାରୁ ଖସି ପଳାଇଥିଲା । ବୁଧବାର ପୁଣିଥରେ ନାବାଳିକା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଛି।ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଥିବେଳେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Read More

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଦେଇଥିଲେ ।ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।

Read More

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକ ଘଣ୍ଟ ସମୟ ମିଳିବ। ତେବେ ପରୀକ୍ଷାର୍ଥୀ ପରୀକ୍ଷାର ୭ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ପାଇପାରିବେ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Read More

କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । 91 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ 6ଟା 30 ସମୟରେ ଲାତୁରର ଦେବରରେ ପରଲୋକ ହୋଇଥିବା ଜଣାପଡିଛି ।ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ, ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ ଏବଂ ଦେଶର ସାମ୍ବିଧାନିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।ଶିବରାଜ ପାଟିଲ ଲାଟୁରର ଚାକୁରର ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ଥିଲେ ଏବଂ ଲାଟୁର ଲୋକସଭା ଆସନରୁ ସାତ ଥର ଜିତିଥିଲେ । ୨୦୨୪ ମସିହାରେ ଲୋକସଭା ଆସନ ହାରିବା ସତ୍ତ୍ୱେ, ସେ ରାଜ୍ୟସଭା ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱରୁ ଗୃହମନ୍ତ୍ରୀ ପଦ ଗ୍ରହଣ କରିଥିଲେ । କଂଗ୍ରେସ ଦଳ ଏବଂ…

Read More

ଧନୁଯାତ୍ରା ଅନୁଦାନ ରାଶି ବଢାଇଲେ ସରକାର। ଧନୁଯାତ୍ରା ପାଇଁ ୧ କୋଟିକୁ ବଢିଲା ଅନୁଦାନ ରାଶି। ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା। ୨ ଶହ କଳାକାରଙ୍କୁ ୧୦ ହଜାର ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ଘୋଷଣା କରାଯାଇଥିଲା । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି ।ଡିସେମ୍ବର ୨୪ରୁ ଜାନୁୟାରୀ ୩ ଯାଏଁ ଦୁଲିକିବ ଦୁଲୁକିବ ମଞ୍ଚ ଓ ରାଜ ଦରବାର । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଚାଲିବ କଂସଙ୍କ ରାଜୁତି, ଏହି ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ବଢ଼ାଇଛନ୍ତି ଧନୁଯାତ୍ରା ପାଇଁ ଅନୁଦାନ ରାଶି ।

Read More

କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ ।ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଦଲି ଗାଁର ୱାର୍ଡ ନମ୍ୱର୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା l କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ବୃଦ୍ଧଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏଥିରେ ଲୋକପ୍ରତିନିଧି ବି ସାମିଲ ହୋଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଥାନାକୁ ଯାଇପାରୁ ନାହାଁନ୍ତି । ଗାଁରେ ଲୋକ ପ୍ରତିନିଧିଙ୍କ ପତିଆର ଥିବାରୁ ଘଟଣାକୁ ଚପାଇବା…

Read More

ଭଦ୍ରକ ସହରର ବାଇପାସ୍ ଛକ ନିକଟସ୍ଥ ଏକ ଔଷଧ ଦୋକାନରୁ ମଦ ଜବତ ହୋଇଛି। ଭଗବାନ ଗଣେଶଙ୍କ ନାମରେ ନାମିତ ଔଷଧ ଦୋକାନରୁ ମଦ ବାହାରୁଛି, ଯାହା ବୁଦ୍ଧିଜୀବୀଙ୍କୁ ହତବାକ୍‌ କରିଛି। ସୂଚନା ମୁତାବକ ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍‌ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ। ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।କେଉଁଠୁ ଚୋରାରେ ମଦ ଆଣୁଥିଲେ। ଏସବୁ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ଭଦ୍ରକର ଏହି ଘଟଣା ଚର୍ଚ୍ଚାକୁ ଆସିଥିବା ବେକେ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯିବ ବୋଲି ଜଣାପଡିଛି। ବିଶେଷ କରି ଗ୍ରାମାଞ୍ଚଳରେ…

Read More

ଜବରଦଖଲକାରୀଙ୍କୁ ତ୍ରାହି ନାହିଁ । ଜବରଦଖଲ ଜମିକୁ ଦଖଲକୁ ନେବେ ସରକାର ।ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ । ଜବରଦଖଲକାରୀଙ୍କ ଡାଟାବେସସ ପ୍ରସ୍ତୁତ ପାଇଁ ତଗସିଲଦାରଙ୍କୁ ନିର୍ଦ୍ଦେଶ ରହିଛି । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ । ପ୍ରଭାବଶାଳୀ ଜବରଦଖଲକାରୀ ଏବେ ବି ସମୟ ଅଛି ଛାଡି ଦିଅନ୍ତୁ ।ଯିଏ ବାଧକ ସାଜିବ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Read More

ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଏହା ହେଉଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି (ବାଲିଗୁଆଳି ଠାରୁ ସୈକତ ନିବାସ ବେଳାଭୂମି ପର୍ଯ୍ୟନ୍ତ) । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି । ଏହା ପରଦିନ ସମୀକ୍ଷା କରାଯାଇ ଚୂଡ଼ାନ୍ତ ଡିଜାଇନ ବଛାଯିବ । ପ୍ରକଳ୍ପିତ ସ୍ଥାନର ସର୍ଭେ, ଜମି ପରିମାଣ ସ୍ଥିର କରିବା, ପ୍ରକଳ୍ପର ଡିଜାଇନ, ଲକ୍ଷ୍ୟ, ବ୍ୟୟ ଅଟକଳ, ଆବଶ୍ୟକ ଅନୁମତି, ପରିବେଶ ପ୍ରଭାବ, ସୁରକ୍ଷା ଦୃଷ୍ଟିକୋଣ, ପର୍ଯ୍ୟଟକଙ୍କ ଆଗମନ ଆକଳନ, ରାଜସ୍ୱ ଆୟ ଆକଳନ ପ୍ରଭୃତିକୁ ଭିତ୍ତିକରି ଉତ୍କୃଷ୍ଟ ଡିପିଆର ଚୂଡ଼ାନ୍ତ ହେବ ।

Read More

ଗୁଜରାଟ ହାଇକୋର୍ଟରେ ଏକ ଅଜବ ବିବାବ ବିଚ୍ଛେଦ ମାମଲା ସାମ୍ନାକୁ ଆସିଛି । ପତି-ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା ପିଆଜ, ରସୁଣ । ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି।ମହିଳା ଜଣକ ସ୍ବାମୀନାରାୟଣ ଦୀକ୍ଷା ନେଇଥିବାରୁ ପିଆଜ, ରସୁଣ ଖାଇବାକୁ ମନା କରିଦେଇଥିଲେ। ଏହି ବିବାଦ ଏପରି ଘନେଇଲା ଯେ, ମାମଲା ଅଦାଲତକୁ ଯାଇଥିଲା। ଗୁଜରାଟ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ବଳବତ୍ତର ରଖି ବିଚ୍ଛେଦ ଅନୁମତି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଦମ୍ପତ୍ତିଙ୍କର ବିବାହ 2002ରେ ହୋଇଥିଲା । କିନ୍ତୁ ଶାଶୁ ଘରେ ଉକ୍ତ ମହିଳାଙ୍କ ପିଆଜ, ରସୁଣ ଖାଇବା ଉପରେ ବାରଣ ଥିଲା । ମହିଳାଜଣକ ଅନ୍ୟ ସଂପ୍ରଦାୟର ଥିଲେ । ସେ ଯେହେତୁ ପିଆଜ, ରସୁଣ ଖାଉ ନ ଥିଲେ, ପରିବାରର ଅନ୍ୟ ସଦସ୍ୟମାନେ ବି ପିଆଜ ରସୁଣ ଖାଇବା ବନ୍ଦ କରନ୍ତୁ ବୋଲି…

Read More