ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି। ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ୨୦୨୨ ମେ ମାସରେ ଆଇଏନଏସ୍ ଦିଲ୍ଲୀରେ ସବ୍-ଲେଫ୍ଟନାଣ୍ଟ (ଆଫ୍ଲୋଟ୍) ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବା ପରେ ଲେଫ୍ଟନାଣ୍ଟ ଦେଓ ଏସଏଲଟି (ଏକ୍ସ) ଟେକ୍ କୋର୍ସ କରିଥିଲେ ଏବଂ ଏହା ପରେ ୨୦୨୩ ଏପ୍ରେଲ ମାସରେ ଓ୍ବାଚ୍ କିପିଂ ଡ୍ୟୁଟି ପାଇଁ ଆଇଏନଏସ୍ ଆଦିତ୍ୟରେ ନିଯୁକ୍ତ ହୋଇଥିଲେ। ୨୦୨୩ ଡିସେମ୍ବରରେ ସେ ଆଇଏନଏସ୍ ଆଦିତ୍ୟରେ ଓ୍ବାଚ୍ କିପିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ନିଜର କାର୍ଯ୍ୟକାଳ ମଧ୍ୟରେ ଲେଫ୍ଟନାଣ୍ଟ ଦେଓ ଏକାଧିକ ଫ୍ଲିଟ୍ ଡିପ୍ଲୟମେଣ୍ଟ…
Author: sanitelevision
ପୃଥିବୀରେ ବହୁତ କମ୍ ଲୋକ ଫେବୃଆରୀ ୨୦୨୬ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟପରାଗ କୁ ଦେଖିପାରିବେ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ । ମାତ୍ର ୨ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, କିନ୍ତୁ ସୂର୍ଯ୍ୟଙ୍କ ଧାରକୁ ଘେରି ଉଜ୍ଜ୍ୱଳ ଆଲୋକର ଏକ ବଳୟ ଦେଖାଯିବ ।ଆଣ୍ଟାର୍କଟିକାରେ ଅବସ୍ଥାପିତ କିମ୍ବା ବିରଳ ସମୁଦ୍ର ଯାତ୍ରାରେ ଥିବା କିଛି ଗବେଷକ ଏହାକୁ ସିଧାସଳଖ ଦେଖିପାରିବେ। ବଳୟକାର ପରାଗ ୧୧;୪୬ UTC ରେ ଆରମ୍ଭ ହେବ ଏବଂ ୨ ମିନିଟ୍ ୧ ସେକେଣ୍ଡ ପାଇଁ ରହିବ। ଦ୍ୱିତୀୟ ସ୍ଥାନ, ରୁଷର ମିର୍ନି ଷ୍ଟେସନ, ଏହି ଘଟଣା ୧୨.୦୭ UTC ରେ…
ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେଇଥିଲା। ଏହାପରେ ତାଙ୍କୁ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲା । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର…
ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡିବେନି । ସରକାର ଚାଷୀଙ୍କଠାରୁ ନିର୍ଦ୍ଧାରିତ ଧନ ଉଠାଇବେ । ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ । ଟୋକେନ ବାଦ ଧାନ ବଳିଲେ ଖୋଲା ବଜାରରେ ବିକି ଦିଅନ୍ତୁ ଚାଷୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବରଗଡ଼ରେ ସର୍ବାଧିକ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିଭଳି ବଲାଙ୍ଗୀର ୯୬ ହଜାର, କଳାହାଣ୍ଡି ୭…
ଭିସା ପାଇଁ ଆଉ କୋଲକାତା, ଦିଲ୍ଲୀ କି ହାଇଦ୍ରାବାଦ ଦୌଡ଼ିବେନି ଓଡ଼ିଶାବାସୀ। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଭୁବନେଶ୍ଵରରେ ହେବ ଗ୍ଲୋବାଲ୍ ଭିସା ଆପ୍ଲିକେସନ ସେଣ୍ଟର। ବରମୁଣ୍ଡା ବସ୍ ଟର୍ମିନାଲ୍ ବିଲ୍ଡିଂରେ ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ।ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବୀ ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ। ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି। ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି। ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ…
ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଛି ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତା ଧାରଣାରେ ବସିଛନ୍ତି ।ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା । ଅନ୍ୟପଟେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ ଅଭିଯୋଗକୁ ଏଡ଼ାଇଲେ ଆଇନ ମନ୍ତ୍ରୀ ସେ କହିଛନ୍ତି ଯେ, ଧର୍ମଶାଳା ଘଟଣାକୁ ରାଜନୀତିକରଣ କରିବା ଆବଶ୍ୟକ ନାହିଁ। ପୁଲିସ ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିଜର ରାଜନୈତିକ…
ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି ।ବିଧବା ଅମ୍ବିକା ଖୋସଲା ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହ ସ୍ଥାନୀୟ ଜଳସେଚନ କଲୋନିରେ ରହୁଛନ୍ତି। ତେବେ କିଛି ଦିନ ହେଲା ଅମ୍ବିକାଙ୍କ ଆଚରଣ ବଦଳି ଯାଇଥିଲା। ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ନିଜ ଘରେ ତନ୍ତ୍ର ସାଧନା କରୁଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ତେବେ ରବିବାର ତାଙ୍କର ବଡ ଝିଅ ଘର ଭିତରୁ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହାପରେ ସମସ୍ତେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ସେଠାରେ ଝିଅ ଅଚେତ…
କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଲିଓନେଲ ମେସି ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଫୁଟବଲ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଏବଂ ତା’ପରେ “ମାଷ୍ଟର ବ୍ଲାଷ୍ଟର” ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ଏହା ପରେ ଦୁହେଁ କିଛି ସମୟ ପାଇଁ ଆଲୋଚନା କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ସଚିନ ତେନ୍ଦୁଲକର ମେସିଙ୍କୁ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଜର୍ସି ଉପହାର ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକର ଲେଖା ଓ ଦସ୍ତଖତ ଥିବା ୧୦ ନମ୍ବର ଜର୍ସିକୁ ସଚିନ ମେସିଙ୍କୁ ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ପଚରାଯାଇଥିଲା…
ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ସ୍ଥାନରେ ବିତର୍କ ହୋଇଛି । କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି । AIIMS ଦିଲ୍ଲୀର ପ୍ରଫେସର ଡକ୍ଟର ସୁଧୀର ଆରୋରାଙ୍କ ଅନୁଯାୟୀ;ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ଉପରେ ବହୁତ କମ୍ ଗବେଷଣା କରାଯାଇଛି, ଯେତେବେଳେ କିଛି ଅଧ୍ୟୟନ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜାରି ରହିଛି। ଡକ୍ଟର ସୁଧୀର ଆରୋରା କହିଛନ୍ତି ଯେ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ମୃତ୍ୟୁ ଗୁଡ଼ିକ କୋଭିଡ୍-19 ସହିତ ଜଡିତ ନୁହେଁ। ସେ ପରାମର୍ଶ ଦେଇଛନ୍ତି ଯେ, ଖରାପ ଜୀବନଶୈଳୀ ଏବଂ କାର୍ଯ୍ୟ ଅଭ୍ୟାସ ଏହାର ପଛର କାରଣ ହୋଇଥାଇପାରେ। ଅନେକ ଯୁବକ ମଦ୍ୟପାନ ଏବଂ ଧୂମପାନ ନିଶାରେ ପୀଡିତ, ଯାହା ସିଧାସଳଖ ଧମନୀ ରୋଗ ଭଳି ଗମ୍ଭୀର ରୋଗରେ…









