ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳ ୮ଟା ବେଳକୁ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ । ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ । ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗ ଟିମ୍ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି ।ବର୍ତ୍ତମାନ ମେଡିକାଲ ଟିମର ଚିକିତ୍ସା ଜାରି ରହିଥିବା ବେଳେ, ସମସ୍ତେ ସୁସ୍ଥ ଥିବା ଡାକ୍ତର ନିହାର ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି I
Author: sanitelevision
ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।ସୂଚନାରୁ ପ୍ରକାଶ, ଲିଓନେଲ୍ ମେସି କୋଲକାତାର ଲେକ୍ ସିଟିରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ସେ ବଲିଉଡ୍ ଷ୍ଟାର ଶାହରୁଖ ଖାନ ଏବଂ ଆରପିଜିଏସ୍ ଗ୍ରୁପ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ଭେଟିଥିଲେ। ତା’ପରେ ସେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମକୁ ଯାଇଥିଲେ, ଯେଉଁଠାରେ ପ୍ରଶଂସକମାନେ ତାଙ୍କର ଏକ ଝଲକ ଦେଖିବାକୁ ପୂର୍ବରୁ ଜଗିଥିଲେ। ସେଠାରେ ଏକ ବିରାଟ ଭିଡ଼ ଥିଲା ଏବଂ ମେସି ପଡ଼ିଆରେ ଥିବା ସମସ୍ତଙ୍କୁ ହାତ ହଲାଇଥିଲେ। ପରେ, ଅନେକ ଲୋକ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଏହା ପରେ, ସେ ଶୀଘ୍ର ଷ୍ଟାଡିୟମ ଛାଡି ଚାଲିଗଲେ। ମେସି ଷ୍ଟାଡିୟମ୍ ଛାଡିବା ପରେ ପଡିଆ ଭିତରକୁ ଧସେଇ ପଶିଲେ କ୍ରୋଧିତ ଫ୍ୟାନ୍ସ। ମେସିଙ୍କୁ ନଦେଖିବାରୁ ପ୍ରବଳ ଗଣ୍ଡଗୋଳ…
ମହାନଦୀ ପ୍ରସଙ୍ଗରେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଟାର୍ଗେଟ । ମହାନଦୀ ସଙ୍କଟର ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, ଆପୋସ ସମାଧାନ ପାଇଁ ସର୍ତ୍ତାବଳୀ କଣ ରହିବ । ଏହା ସହ ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରି ଯିବେନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ ଗତ କିଛି ଦଶନ୍ଧି ହେଲା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ଓଡ଼ିଶାର ବିନା ସହମତିରେ ଏବଂ ଆନ୍ତଃରାଜ୍ୟ ନଦୀଜଳ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼ ସରକାର ମହାନଦୀର ଜଳସ୍ରୋତକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛନ୍ତି। ଜଳସେଚନ ନାଁରେ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦିଆଯାଉଛି, ଯାହାଫଳରେ ଓଡ଼ିଶାରେ ମହାନଦୀ ଶୁଷ୍କ ହେବାକୁ ବସିଲାଣି।ସେ ଆହୁରି…
୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟ ବରିଷ୍ଠ ସାଂସଦ ମଧ୍ୟ ଉପସ୍ଥିତ ରହି ସଂସଦ ଆକ୍ରମଣରେ ସହିଦଙ୍କ ସ୍ମୃତିଚାରଣ କରାଯାଇଛି ।ସୂଚନା ଅନୁଯାୟୀ, ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ କିଛି ସମୟ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିରୋଧୀ ଦଳ ନେତ୍ରୀ ସୋନିଆ ଗାନ୍ଧୀ ଗୃହ ଛାଡ଼ି ଚାଲିଯାଇଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଗୃହରେ ବିଲ୍ ଉପରେ ଭାଷଣ ଦେଉଥିଲେ। ସଂସଦ ଭିତରେ ଏବଂ ବାହାରେ ବିଶୃଙ୍ଖଳା ଥିଲା। କ’ଣ ଘଟୁଛି ତାହା କେହି ବୁଝିପାରୁ ନଥିଲେ। ଦେଶର ସବୁଠାରୁ ସୁରକ୍ଷିତ ଅଞ୍ଚଳ, ଲୁଟିୟନ୍ସର ଦିଲ୍ଲୀର ସବୁଠାରୁ ସୁଦୃଢ଼ ସ୍ଥାନ, ସଂସଦ…
ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ ମିଳିଛି। ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟା ଠାରୁ ଦ୍ଵାରଫିଟା, ରାତ୍ର ୧୧ଟା ସୁଦ୍ଧା ହେବ ରାତ୍ର ପହୁଡ଼ । ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ସୁନାବେଶ ନୀତି ହେବ।୧୪ ଜାନୁଆରୀ ୨୦୨୬ ମକର ସଂକ୍ରାନ୍ତି ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି। ଜାନୁଆରୀ ୧ ଇଂରାଜୀ ନବବର୍ଷରେ ଜନ ଗହଳି ଦୃଷ୍ଟିରୁ ଡିସେମ୍ବର ୩୧ ତାରିଖରେ ରାତ୍ର ୧୧ ପୂର୍ବରୁ ପହୁଡ଼ ହେବ । ପୁଣି ରାତିରେ ଦ୍ଵାର ଫିଟା ହୋଇ ଦର୍ଶନ ବ୍ୟବସ୍ଥା କରାଯିବ । ଫଳରେ ବଡ ଦାଣ୍ଡରେ ଥିବା ଭକ୍ତ ମାନେ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ମାନେ ଗଠନ କରିବେ ସବ୍…
ପୁଟିନଙ୍କୁ ଅପେକ୍ଷା କରି ହଟହଟା ହୋଇଛନ୍ତି ଶରିଫ । ଶେଷରେ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ନିକଟରେ ପହଞ୍ଚି ଅପଦସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତୁର୍କମେନିସ୍ତାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇଥିଲେ । ଏହି ବୈଠକରେ ତୁର୍କୀର ରାଷ୍ଟ୍ରପତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରେ ରୁଷ ରାଷ୍ଟ୍ରପତିଙ୍କୁ ଶରିଫ ଭେଟିବାର କାର୍ଯ୍ୟକ୍ରମ ଥିଲା । ପୁଟିନ ପ୍ରଥମେ ତୁର୍କୀ ରାଷ୍ଟ୍ରପତିଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ଅଧିକ ସମୟ ଧରି ଚାଲିଥିଲା । ପୁଟିନଙ୍କୁ ଭେଟିବା ପାଇଁ ଦୀର୍ଘ ୪୦ ମିନିଟ ଧରି ଅପେକ୍ଷା କରି ବସି ରହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ହେଲେ ପୁଟିନଙ୍କ ବୈଠକ ନସରିବାରୁ ଶରିଫଙ୍କ ଧୈର୍ଯ୍ୟ ଚାଲିଯାଇଥିଲା । ବିଳମ୍ବ ସହିନପାରି ଶରିଫ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ବୈଠକ ସ୍ଥାନକୁ ଚାଲି ଯାଇଥିଲେ। ତେବେ ପୁଟିନ…
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ ସାର୍ ଯାଞ୍ଚ କରିବାବେଳେ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଛି। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ୍ ବନ୍ଧୁକ ଜବତ କରିଛି। ଏବଂ ଜବତ ବନ୍ଧୁକକୁ ଫରେନସିକ୍ ଟେଷ୍ଟ ପାଇଁ ପଠାଇଛି। ଛାତ୍ରକୁ ସୁଧାର ଗୃହରେ ରଖି ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ବର୍ଗରେ ପହଞ୍ଚିଛି। ବାୟୁରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଶନିବାର ପ୍ରତ୍ୟୁଷରେ ରାଜଧାନୀର ଅନେକ ଅଞ୍ଚଳରେ କୁହୁଡ଼ି ଏବଂ ହାଲୁକା କୁହୁଡ଼ି ଦୃଶ୍ୟମାନତାକୁ ହ୍ରାସ କରିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁଯାୟୀ, 0-50 ‘ଭଲ’, 51-100 ‘ସନ୍ତୋଷଜନକ’, 101-200 ‘ମଧ୍ୟମ’, 201-300 ‘ଖରାପ’, 301-400 ‘ଅତ୍ୟନ୍ତ ଖରାପ’ ଏବଂ 401-500 ‘ଗମ୍ଭୀର’। CPCB କହିଛି ଯେ ଏହି ପ୍ରତ୍ୟେକ ବର୍ଗ ପ୍ରଦୂଷଣର ସ୍ତର ଏବଂ ଏହା ସହିତ ଜଡିତ ସ୍ୱାସ୍ଥ୍ୟ ବିପଦକୁ ସୂଚିତ କରେ। ଶୀତ ବଢ଼ିବା ସହିତ, ଦିଲ୍ଲୀର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ବିପଦପୂର୍ଣ୍ଣ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି। ଶନିବାରର ସାମଗ୍ରିକ AQI “ଅତ୍ୟନ୍ତ ଖରାପ” ବର୍ଗରେ ଖସି ଆସିଛି, ଯାହା ଦୀର୍ଘ ସମୟ ଧରି ସଂସ୍ପର୍ଶରେ ଥିବା ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଶ୍ୱାସକ୍ରିୟା ରୋଗର ବିପଦ ସୃଷ୍ଟି କରୁଛି।
ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ ଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ଥିଲା । ଉଦ୍ଧାରକାରୀମାନେ ସମସ୍ତେ ପିପିଇ କିଟ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ହୋଇଛି । କଙ୍କାଳ ଉଦ୍ଧାର ପରେ ସେସବୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀକୁ ନିଆଯିବ । ସେଠାରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । ରାମୁର କଙ୍କାଳ ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିବା ବେଳେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ…
ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ ।କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ…









