ପଶ୍ଚିମବଙ୍ଗ ବଙ୍ଗୋପସାଗର ଉପକୂଳରୁ ମିଳିଛି ଦୁଇଟି ନୂଆ ପ୍ରଜାତି ସାମୁଦ୍ରିକ କୀଟ । ଏହି ନୂଆ ପ୍ରଜାତିଗୁଡ଼ିକୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା (Namalycastis solenotognatha) ଏବଂ ନେରେଇସ ଧ୍ରୀତିଏଇ (Nereis dhritiae) ଭାବେ ନାମକରଣ କରାଯାଇଛି । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର ।ଏହି ଗବେଷଣା ସମ୍ପର୍କିତ ତଥ୍ୟ “Description of two new species of nereidids (Annelida: Nereididae) from West Bengal, India, Bay of Bengal” ଜୁ’ ଟାକ୍ସା (Zootaxa) ନାମକ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ତ ହୋଇଛି । Namalycastis solenotognatha ପ୍ରଜାତିର ନାମକରଣ ଗ୍ରୀକ୍ ଶବ୍ଦ solenotos (ଯାହାର ଅର୍ଥ କଳା ଦାଗ ) ଓ gnatha (ଦାନ୍ତ) ର ସମ୍ମିଳନ ଉପରେ ଆଧାରିତ । ଯାହା ଏହି…
Author: sanitelevision
ଆଇପିଏଲ ୨୦୨୬ ପାଇଁ ଚାଲିଛି ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇସାରିଛନ୍ତି । ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯାହାକୁ ୨୦୨୪ ଆଇପିଏଲ ନିଲାମରେ କେକେଆର ୨୪ କୋଟି ୭୫ ଲକ୍ଷରେ କିଣିଥିଲା ।ଏହା ସହ ଗ୍ରୀନ୍ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ୨୦୨୪ ମସିହାରେ କେକେଆର ୨୪.୭୫ କୋଟିରେ କିଣିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଯଦିଓ କୋଲକାତା ନାଇଟ୍…
ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଛନ୍ତି ମେୟର। ୟୁନିଟ୍ ୪ ମାଛ ମାର୍କେଟ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଚଢାଉ । ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଲେ ମେୟର । ବିଭିନ୍ନ ହୋଟେଲ୍, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କାଟିଲେ । ଅଳିଆ ଗଦାଇବା ପାଇଁ ଫାଇନ୍ କାଟିଲେ ମେୟର୍ । ଏହାଛଡା ଗୋଲ ଏଡୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନକୁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି। ଏହା ସହିତ, ୟୁନିଟ୍-୪ ମସଜିଦ ନିକଟରେ ମିଳିଥିବା ପରିତ୍ୟକ୍ତ କାର ଏବଂ ବାଇକ୍ ଜବତ କରାଯାଇଛି ।
ଓଡ଼ିଶା ହେବ ଫାର୍ମା ହବ୍। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଡ୍ରଗ୍ ମାନୁଫାକଚରିଂ ୟୁନିଟ୍ ଖୋର୍ଦ୍ଧାରେ, ଡ଼ିଭାଇସ ମାନୁଫାକଚରିଂ ୟୁନିଟ୍ ବି ଖୋର୍ଦ୍ଧାରେ ନିର୍ମାଣ ହେବ । ଫାର୍ମା ସମ୍ମିଳନୀରେ ୨୦ ଦେଶରୁ ବଡ଼ କମ୍ପାନୀ ଆସିଛନ୍ତି । ସମ୍ ଲାଇଫ ସାଇନସେସ୍ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଗୋଠପାଟଣା ଠାରେ ହେବ ସମ୍ ଲାଇଫ୍ ସାଇନ୍ସ ଔଷଧ ଉତ୍ପାଦନ କେନ୍ଦ୍ର । ଏଠାରେ ୨୦୨୭ରୁ…
ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।ଶନିବାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକମାନେ ଟିକେଟ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଭିଭିଆଇପି, ରାଜନେତା ଓ ପୋଲିସ୍ ଅଧିକାରୀଙ୍କ ଭିଡ଼ ଯୋଗୁଁ ତାଙ୍କୁ ଠିକ୍ ଭାବରେ ଦେଖିପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶକମାନେ ଷ୍ଟାଡିୟମ୍ରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ବ୍ୟାପକ ଲାଠିଚାର୍ଜ କରିବାକୁ ପଡ଼ିଥିଲା ଏବଂ ଆରଏଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ହଙ୍ଗାମା କାରଣରୁ ମେସି ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ। ଘଟଣାର ମୁଖ୍ୟ ଆୟୋଜକ ଶତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଛି। ଟିକେଟର…
ଭୁବନେଶ୍ବର ଧଉଳିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ତନାଘନା ତଦନ୍ତ । ଫେରାର ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଏହି ଅପରାଧର ଭିଡିଓ ରେକର୍ଡ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଗିଛନ୍ତି, ଧଉଳି ଘଟଣାରେ ସରକାର ଉଚିତ ପଦକ୍ଷେପ ନେବେ । ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବିଷୟରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ପୃଥ୍ବୀରାଜ।
ଭୁବନେଶ୍ବରର ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି ରାଜଧାନୀର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି। ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିଛି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ଵନୀୟତା ହରାଉଛନ୍ତି ସରକାର। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ । ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର…
ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁର ଚାଷୀ । ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି । ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ବଜାରରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବୋଧ ହୁଏ ଏ ବର୍ଷ ଧାନ କିଣିବେ ନାହିଁ ।ଆଜି ସମ୍ବଲପୁରରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ସହରର ବିଭିନ୍ନ ସ୍ଥାନରେ ଚାଷୀମାନେ ବସି ପ୍ରତୀକାତ୍ମକ ଭାବେ ଖୋଲା ମାର୍କେଟରେ ଧାନ ବିକିଛନ୍ତି। ଚାଷୀଙ୍କୁ ଏଯାଏ ଟୋକନ ଦିଆଯାଇନାହିଁ। ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନେବୁ ବୋଲି ସେମାନେ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କଥାକୁ ମଧ୍ୟ ସେମାନେ କଡ଼ା ନିନ୍ଦା କରିଛନ୍ତି। ମଣ୍ଡିରେ ବିକି ନ ପାରିଲେ, ଖୋଲା ମାର୍କେଟରେ ଧାନ ବିକ ବୋଲି ମନ୍ତ୍ରୀ କହିଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚାଷୀ ଆନ୍ଦେଳନ…
ପ୍ରକାଶ ପାଇଛି ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ରବିବାରକୁ ଛାଡ଼ି ମିଳିବ ଆଉ ୮୨ଟି ଛୁଟି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ।ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ପରେ ସ୍ଥିତି ଦେଖି ଏହି ସମୟସୀମା ବଢିପାରେ। ଦୁର୍ଗାପୂଜା ଓ ଶୀତ ସମୟରେ ୮ ଦିନ ଲେଖାଏ ଛୁଟି ରହିବ। ପୂଜା ଛୁଟି ଅକ୍ଟୋବର ୧୭ରୁ ୨୬ ଯାଏ ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଫୁଲବାଣୀ ଜେଲ୍ କୁ ସ୍ଥାନାନ୍ତର କରାଯାଇଛି ।









