Author: sanitelevision

ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଡ୍ରେସ୍, ଶାଢୀ, ଧୋତିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଉଛି । ରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିକଟରେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତିଛବି ଥିବା ଏକ ଧୋତି ପିନ୍ଧ ବଡ ଦାଣ୍ଡରେ କିର୍ତ୍ତନ କରୁଥିବା ନଜର ଆସିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Read More

ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗା ରୁଜା ଓ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ। ଦିନ ଦ୍ୱିପହରରେ ଘରେ ପଶି ଆକ୍ରମଣ ହେଉଛି । ତଥାପି ପୋଲିସ ପ୍ରଶାସନ ତଥା ସରକାର ସମସ୍ତେ ନିରବଦ୍ରଷ୍ଟା ସାଜିଛି। ଏବେ ଯାଏଁ କାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏପରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଖବର ଅନୁଯାୟୀ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କ ଘରେ କିଛି ଲୋକ ଭଙ୍ଗାରୁଜା କରିଥିଲେ । ଏହାସହ କିଛି ସମର୍ଥକଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ଅନେକ ଲୋକ ଗୁରୁତର ହୋଇଥିଲେ ।

Read More

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ଭବତଃ ସ୍ଥାନେ ସ୍ଥାନେ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ବୃଦ୍ଧି ହୋଇପାରେ ।

Read More

ମହାଙ୍ଗା ପଡ଼ିଲା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ। କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଯେ ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଟଙ୍କା।ମୁଁ ଓଡ଼ିଶାବାସୀଙ୍କ ପ୍ରତି, ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣୀ। ୨୦୧୫ ମସିହାରେ ଆମ ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ବ୍ୟବହାର ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

Read More

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି |ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।ଶୋଇଥିବା ବେଳେ ସ୍ଵାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହୋଇଥାଏ । ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ରାତି ସାଢ଼େ ୧୨ଟା ବେଳକୁ ଘର ଭିତରୁ ଶୋଇଥିବା ଅବସ୍ଥାରେ ଆଲୋକ ମହାପାତ୍ରଙ୍କ ମୃତଦେହ ମିଳିଥିଲା । ପୁଆଣିଆଁର ଆଲୋକ ମହାପାତ୍ର ପ୍ରାୟ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିଙ୍କୁ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଲୋକଙ୍କ ସ୍ତ୍ରୀ ଗତ…

Read More

ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ । ସେ ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ । ତାଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଓ ଜ୍ୟୋତିଷ ଥିଲେ ଓ ସେ ବାପାଙ୍କଠାରୁ ଶାସ୍ତ୍ର ଆଲୋଚନା ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ଅଧ୍ୟୟନ କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା…

Read More

ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି ।ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଶିବରାଜଙ୍କ ପ୍ରତି ଆଇଏସଆଇ ଆଗ୍ରହ ଦେଖାଇବା ସମ୍ପର୍କରେ ସୂଚନା ମିଳିଛି। ତାଙ୍କର ପୂର୍ବରୁ Z+ ସୁରକ୍ଷା ଥିଲା, କିନ୍ତୁ ଏହି ସୁରକ୍ଷାକୁ ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସି ଏବଂ ମଧ୍ୟପ୍ରଦେଶ ଡିଜିପିଙ୍କୁ ଶିବରାଜ ସିଂଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଯେମିତି କିଛି ନରୁହେ ତାହା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରଦେଶର ମୁଖ୍ୟ…

Read More

ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ ଓ କଥା ସଂଗ୍ରାମର ଉର୍ଦ୍ଦୁ ସଂସ୍କରଣ ବି ପଢ଼ା ଯାଉଛି ।ତେବେ ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ମଧ୍ୟରୁ ଗୋଟିଏ ଅଛି। ୧୯୩୦ରେ ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ବପୂର୍ଣ୍ଣ ସଂଗ୍ରହ ପାକିସ୍ତାନୀ ବିଦ୍ବାନ JCR ଉଲନରଙ୍କ ଦ୍ୱାରା କରାଯାଇଥିଲା। ହେଲେ ଦେଶ ବିଭାଜନ ହେବା ପରେ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ…

Read More

ଆସନ୍ତା ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ୨୦୨୬ ମାଟ୍ରିକ ପରୀକ୍ଷାକୁ ଏଥର ଶୁଙ୍ଖଲିତ ଢଙ୍ଗରେ ପରିଚାଳନା କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ । ଆସାଧୁ ଉପାୟ ଅଵଲମ୍ବନ ନକରନ୍ତି ସେଥିପାଇଁ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରିବାକୁ କଡା ନିର୍ଦ୍ଦେଶ ଦେଇଛି ବୋର୍ଡ । ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ବୋର୍ଡ ପକ୍ଷରୁ ସିସିଟିଭି ଲଗାଯିବ । । ଏହି ସମସ୍ତ କ୍ୟାମେରାର ଫିଡ୍ ବୋର୍ଡ଼ କାର୍ଯ୍ୟାଳୟ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମ୍‌ରେ ମନିଟର କରାଯିବ । ପ୍ରତିଟି ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ଦୁଇଟି ଲାଇନ୍ ୱାଟରମାର୍କ ରହିବ। ପୃଷ୍ଠାର ତଳୁ ଉପର ପର୍ଯ୍ୟନ୍ତ ଦୁଇଟି ଯାକ ଲାଇନ୍ ଥିବ । ଏହା ଦ୍ୱାରା କୌଣସି ପ୍ରଶ୍ନପତ୍ର ଫଟୋ ଉଠାଇ ଲିକ୍ ହେଲେ ତୁରନ୍ତ ଚିହ୍ନଟ ହୋଇଯିବ ଏବଂ ସେହି କେନ୍ଦ୍ର ଓ ସେଟ୍ ନମ୍ବର ଧରାପଡ଼ିବ।ଗତବର୍ଷ କେବଳ…

Read More