Author: sanitelevision

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଫୁଲବାଣୀ ଜେଲ୍ କୁ ସ୍ଥାନାନ୍ତର କରାଯାଇଛି ।

Read More

ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ । ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି ବିଜୟ କେବଳ ଏକ ଭୂରାଜନୈତିକ ସଫଳତା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସ୍ୱାଧୀନତା ଏବଂ ନ୍ୟାୟର ବିଜୟ ମଧ୍ୟ ଥିଲା । ଏହି ଐତିହାସିକ ଯୁଦ୍ଧରେ, ଭାରତୀୟ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଦକ୍ଷ ରଣନୀତି ପ୍ରଦର୍ଶନ କରିଥିଲେ । ହଜାର ହଜାର ଭାରତୀୟ ସୈନିକ ସର୍ବୋଚ୍ଚ ବଳିଦାନ ଦେଇଥିଲେ।୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧ ଫଳରେ ବିଶ୍ୱ ମାନଚିତ୍ରରେ ପୂର୍ବ ପାକିସ୍ତାନ…

Read More

IPL ୨୦୨୬ର ନିଲାମୀ ଅର୍ଥାତ୍ ମିନି ଅକ୍ସନ୍ ଆଜି ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ ୱିକେଟ ନେବା ସହ ମୋଟ ୧୦୦ ରନ କରିଛନ୍ତି । ସେହିପରି ୨୫ ବର୍ଷିୟ ସ୍ୱସ୍ତିକ ସାମଲ ୧୩ଟି ଟି-୨୦ ଖେଳି ୩୬୨ ରନ କରିଛନ୍ତି । ସର୍ବାଧିକ ରନ ରହିଛି ୧୦୫ । ମୋଟ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ଅଛନ୍ତି । ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା…

Read More

ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ଜେନାପୁର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆ ଭିଜୁଆଲ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସନ୍ଦିଗଧଙ୍କୁ ଧରିବାକୁ ଏବେ ବି ରେଡ ଜାରି ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ କରିଛି ବିଜେଡି । ସେପଟେ ପୋଲିସ ବିଭାଗକୁ ୫ ଦିନର ମହଲତ ଦେଇଛି ଦଳ । ୫ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଡିଜି ଅଫିସ ସମେତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।ଅନ୍ୟପଟେ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଥିଲେ ହିମାଂଶୁଙ୍କ ସମର୍ଥକ ତାଙ୍କ ଫାର୍ମ ହାଉସରେ ପଶି ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆରୋପ ପ୍ରତ୍ୟାରୋପ ଭିତରେ କାର୍ଯ୍ୟାନୁଷ୍ଠାନ ଦାବିରେ ହିମାଂଶୁଙ୍କ…

Read More

ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲ୍‌ଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫, ସସ୍‌ଷ୍ଟେନେବୁଲ ହାର୍ନେସିଙ୍ଗ୍‌ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (ଶାନ୍ତି) ବିଲ୍ ୨୦୨୫ ଓ ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ବିଲ୍ ୨୦୨୫କୁ ଆଗତ କରିଥିଲେ। କେନ୍ଦ୍ର ସରକାର ଦେଶର ଉଚ୍ଚ ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିଲ୍‌ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ମାନଦଣ୍ଡ ନିର୍ଦ୍ଧାରଣ, ନିୟନ୍ତ୍ରଣ ସମନ୍ବୟ ଏବଂ ଉତ୍କର୍ଷ, ସ୍ବାୟତ୍ତତା ଏବଂ ସ୍ବଚ୍ଛ ମାନ୍ୟତାକୁ‌ ପ୍ରୋତ୍ସାହିତ କରିବାପାଇଁ ‘ବିକଶିତ ଭାରତ ଶିକ୍ଷା‌ ଅଧିଷ୍ଠାନ’ ପ୍ରତିଷ୍ଠା କରିବାକୁ ଚାହୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବିଲ୍‌ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସ୍ୱାଧୀନ…

Read More

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂଆ ୱେବସାଇଟ୍‌କୁ ଲୋକାର୍ପଣ କରିଛନ୍ତି।ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ । ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି ।ନୂତନ ୱେବସାଇଟ୍‌ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ ବ୍ୟବସ୍ଥା, ବାର୍ତ୍ତା…

Read More

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ପରେ କୋଠ ଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ସେହିପରି ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି…

Read More

ଓଡ଼ିଆ ପୁଅ ସୁମିତ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ୨୦୧ କିଲୋମିଟର ପଥ ଚାଲିଛନ୍ତି। ତାହା ପୁଣି ଟ୍ରେଡ ମିଲ୍‌ରେ।ସୁମିତଙ୍କ ଘର ସୁନ୍ଦରଗଡ଼ ଜିଲାର ରାଉରକେଲାରେ। ସେ ଏକ ଟ୍ରେଡ୍‌ ମିଲ୍‌ରେ ୪୮ ଘଣ୍ଟା ଧରି ଚାଲିଥିଲେ। ଏହି ଦୃଶ୍ୟ ଦେଖିବାକୁ ପରିବାରବର୍ଗଙ୍କ ସମେତ ଜନସାଧାରଣ ବି ଉପସ୍ଥିତ ଥି​‌ଲେ। ସ୍ଥାନୀୟ ସିଭିକ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଫଳତା ପରେ ସୁମିତଙ୍କ ନାମକୁ ଗିନିଜ ବୁକ ଅଫ ଦ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇପାରେ। ପୂର୍ବରୁ ୧୨ ଘଣ୍ଟାରେ ୬୯ କିଲୋମିଟର ଦୌଡ଼ି ସୁମିତ କୁମାର ରେକର୍ଡ କରିଥିଲେ । ଏବେ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଗିନିସ ଓ୍ବାର୍ଲଡ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Read More

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦେଇଛି । ଯେଉଁମାନେ କିଛି କାରଣ ବଶତଃ ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର 18 ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଡିସେମ୍ବର 19 ତାରିଖରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ବିନା ଆଡମିଟ କାର୍ଡରେ ମଧ୍ୟ ପିଲା ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା । ରେଜିଷ୍ଟ୍ରେସନ ନମ୍ବର ଆଧାରରେ ପିଲାମାନେ ଇଣ୍ଟରନାଲ ଦେଇପାରିବେ । ମାତ୍ର ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆବଶ୍ୟକ ହେବ । ପରବର୍ତ୍ତୀ ସମୟରେ ଆଡମିଟ କାର୍ଡ ଆସିଲେ ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏହାଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ବଦଳରେ…

Read More

ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି। ଆଇଏନଏସ୍ ଆଦିତ୍ୟରେ ଡବ୍ଲୁକେଓ (ଓ୍ବାଚ୍ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି। ୨୦୨୨ ମେ ମାସରେ ଆଇଏନଏସ୍ ଦିଲ୍ଲୀରେ ସବ୍-ଲେଫ୍ଟନାଣ୍ଟ (ଆଫ୍ଲୋଟ୍) ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବା ପରେ ଲେଫ୍ଟନାଣ୍ଟ ଦେଓ ଏସଏଲଟି (ଏକ୍ସ) ଟେକ୍ କୋର୍ସ କରିଥିଲେ ଏବଂ ଏହା ପରେ ୨୦୨୩ ଏପ୍ରେଲ ମାସରେ ଓ୍ବାଚ୍ କିପିଂ ଡ୍ୟୁଟି ପାଇଁ ଆଇଏନଏସ୍ ଆଦିତ୍ୟରେ ନିଯୁକ୍ତ ହୋଇଥିଲେ। ୨୦୨୩ ଡିସେମ୍ବରରେ ସେ ଆଇଏନଏସ୍ ଆଦିତ୍ୟରେ ଓ୍ବାଚ୍ କିପିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ନିଜର କାର୍ଯ୍ୟକାଳ ମଧ୍ୟରେ ଲେଫ୍ଟନାଣ୍ଟ ଦେଓ ଏକାଧିକ ଫ୍ଲିଟ୍ ଡିପ୍ଲୟମେଣ୍ଟ…

Read More