ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଜି ମହାକାଶଚାରୀଙ୍କୁ ଫେରାଇ ଆଣୁଥିବା ଏଣ୍ଡେଭର ସ୍ପେଶ କ୍ରାଫ୍ଟ ଅନଡକିଂ କରିବ । କାଲି ସେମାନେ କାଲିଫର୍ଣ୍ଣିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାଶ୍ ଡାଉନ କରିବେ । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ସ୍ଥାପନ ହେବାର ୨୫ ବର୍ଷର ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ହୋଇଛି । ଚାରି ମହାକାଶଚାରୀ ଫେରିବା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୩ ଜଣ ଆଷ୍ଟ୍ରୋନଟ ରହିବେ । କ୍ରିଉ ୧୨ ମିଶନ ଲଂଚ ହେବା ପରେ ଅନ୍ୟ ମହାକାଶଚାରୀମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବେ । ଏହି ଘଟଣା ସ୍ପେଶ ମିସନର ଚାଲେଞ୍ଜକୁ ପୁଣି ଥରେ…
Author: sanitelevision
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାର ଏକ ବିଲରୁ ମିଳିଛି ମହିଳାଙ୍କ ମୃତଦେହ । ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, ଗୁରୁବାର ଦିନ ସୁନ୍ଦରଗଡ଼ ଟାଉନ ଥାନା ଶଙ୍କାରର ଏକ ବିଲରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିଥିଲେ ।ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସେପଟେ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ତାଙ୍କ ମୁହଁ ଓ ଶରୀର ଅନେକ ସ୍ଥାନରେ ଗଭୀର କ୍ଷତ ରହିଛି । କଣ ପାଇଁ ଓ କିଏ ମହିଳାଙ୍କୁ ହତ୍ୟା କଲେ କାରଣ ଜଣାପଡିନି ।ମୃତ ମହିଳାଙ୍କ ନାମ ଗୁରୁବାରୀ ମାଝୀ ଓ ସ୍ୱାମୀ ଗୋପାଳ ଲାକ୍ରା ବୋଲି ଜଣାପଡିଛି ।ପୋଲିସ…
ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ “ଜବରଦସ୍ତି’ ବୋଲି ଧରାଯାଇ ପାରିବ ନାହିଁ । ସେହି ଆଧାରରେ ଜଣେ ବ୍ୟକ୍ତିଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଏକ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି । ସୂଚନା ମୁତାବକ, ୨୦୦୬ରେ ସୋନପୁର ଜିଲ୍ଲା ତରଭା ଥାନାରେ ଜଣେ ପୀଡ଼ିତା ଅଭିଯୋଗ କରିଥିଲେ ଯେ, ମହେନ୍ଦ୍ର ପ୍ରଧାନ ତାଙ୍କୁ ଛୁରି ଦେଖାଇ ଜୋର ଜବରଦସ୍ତି ବଳାତ୍କାର କରିଥିଲେ ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ । ପରେ ପୀଡ଼ିତା ଜଣକ ଗର୍ଭବତୀ ହୋଇଥିଲେ, ଏହା ଜାଣିବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଦେଇଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଏହି ମାମଲାରେ…
ଶୀତ ପ୍ରକୋପରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ । ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ହାଡ଼ ଭଙ୍ଗା ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଏହି ୬ ଜିଲ୍ଲାକୁ ଶୀତ ଲହରୀ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାକୁ ନେଇ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ…
ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ଣଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ବନ୍ଦ ଥିଲା ନୀତିକାନ୍ତି ।ଅନ୍ୟପଟେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ଭୋଗ ମଧ୍ୟ କରୁଛନ୍ତି ହେଲେ ଏହାର ଫଳ ଶୂନ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।ଗତବର୍ଷରୁ ଏହି ବିବାଦ ରହିଥିବା ବେଳେ ପ୍ରଶାସନ ବା ଦେଵତ୍ତୋର କମିସନ ଏଥିରେ ହସ୍ତକ୍ଷେପ କରିନାହାନ୍ତି ।ଗତ ବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବା ବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ…
ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍କୁ ହ୍ରାସ କରି ଖୁବ୍ କମ୍ କରିଦେଇଛି। ସଂଶୋଧିତ ମାନଦଣ୍ଡ ଅନୁସାରେ, ଏବେ ସାଧାରଣ ବର୍ଗ ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ କ୍ବାଲିଫାଇଂ ୫୦ପର୍ସେଣ୍ଟାଇଲକୁ କମ୍ କରି ୭ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। ଅପରପକ୍ଷରେ ସାଧାରଣ ବର୍ଗର ବେଞ୍ଚମାର୍କ ଦିବ୍ୟାଙ୍ଗତା(ପିଡବ୍ଲୁବିଡି)ଛାତ୍ରଛାତ୍ରୀଙ୍କ ପାଇଁ ପର୍ସେଣ୍ଟାଇଲ ୪୫ରୁ ୫ କୁ ହ୍ରାସ କରାଯାଇଛି । ସେହିପରି, ଏସ୍ସି, ଏସ୍ଟି ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ପର୍ସେଣ୍ଟାଇଲ ୪୦ ରୁ ୦ କୁ ହ୍ରାସ କରାଯାଇଛି । ଏହାର ଅନୁରୂପ କଟ-ଅଫ୍ ସ୍କୋର ୮୦୦ରୁ ମାଇନସ୍ ୪୦ କରାଯାଇଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ (ଏନ୍ବିଇଏମ୍ଏସ୍) ଦ୍ୱାରା ଏହି ଘୋଷଣା କରାଯାଇଛି । ଯାହା କାଉନସେଲିଂ…
ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି । ଭାରତୀୟ ପାସପୋର୍ଟର ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହୋଇଛି ।ଚଳିତ ବର୍ଷ ଏସୀୟ ଦେଶଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସିଙ୍ଗାପୁରର ପାସପୋର୍ଟ ବିଶ୍ୱର ସବୁଠାରୁ ପାୱାରଫୁଲ୍ ରହିଛି, ଯାହା ୧୯୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ଏହା ପରେ ଜାପାନ ଏବଂ ଦକ୍ଷିଣ କୋରିଆ (୧୮୮ଟି ଦେଶ ସହିତ) ଅଛନ୍ତି । ନିକଟରେ, ଆରବ ଅମିରାତ୍ (UAE) ପଞ୍ଚମ ସ୍ଥାନରେ ପହଞ୍ଚି ଚଳିତ ବର୍ଷ ଖୁବ୍ ଚର୍ଚ୍ଚାରେ ରହିଛି ।ରତୀୟ ପାସପୋର୍ଟଧାରୀ ୫୫ଟି ଦେଶରେ ଭିସା-ମୁକ୍ତ ପ୍ରବେଶ କରିପାରିବେ । ଗତ ବର୍ଷ ଏହି ସଂଖ୍ୟା ୫୭ ଥିଲା । ୨୦୦୬ ମସିହାରେ ଭାରତ ପାସପୋର୍ଟ ୭୧ତମ ସ୍ଥାନରେ ଥିଲା । କିନ୍ତୁ ସେବେଠାରୁ ଏହା ହ୍ରାସ ପାଇଛି। ଏହା ଏବେ ମଧ୍ୟମ ସ୍ତରରେ ଅଛି ।ବଢ଼ିଥିବା ସୁବିଧାର ଫାଇଦା ଏସିଆ, ଆଫ୍ରିକା, ଓସେନିଆ, କାରିବିଆନ…
ବ୍ରହ୍ମପୁରରେ ଥିବା ଏକ ଘରୋଇ ବସ୍ର ଚାଲାଣ ଉତ୍ତର ପ୍ରଦେଶର ଆଗ୍ରା ସହରରେ କଟିଛି| ବସ୍ ମାଲିକଙ୍କ ମୋବାଇଲକୁ ଅସିଛି ୭୫ ହଜାର ୫୨୦ ଟଙ୍କାର ଚାଲାଣ। ଏ ନେଇ ବସ୍ ମାଲିକ ପ୍ରକାଶ ଚନ୍ଦ୍ର ଦାସ ଗଞ୍ଜାମ ପରିବହନ ବିଭାଗର ଦ୍ବାରସ୍ଥ ହୋଇଛନ୍ତି । ଗୋଟିଏ ନମ୍ବରରେ ଦୁଇଟି ବସ୍ ଚାଲିଛି। ଏମିତିକି ସେ ଅଭିଯୋଗ କରିଛନ୍ତି ଚାଲାଣ ସମୟରେ ଯେଉଁ ଫଟୋ ଅପଲୋଡ ହୋଇଛି ତାହା ତାଙ୍କ ଗାଡି ନୁହେଁ ।ତାଙ୍କ ଗାଡିର ନମ୍ବର ଲଗାଇ ଅନ୍ୟ ଏକ ଗାଡି ଚାଲୁଛି ବୋଲି କହିଛନ୍ତି। ବ୍ରହ୍ମପୁର ଅଚଂଳର ଏହି ବସର ନମ୍ବର ହେଉଛି OD05N0770 । ଆସନ୍ତା ୨୮ରେ ଗାଡ଼ିର ଫିଟନେସ୍ ଓ ବୀମା ସରିଯାଉଛି। ଏଣୁ ୭୫ ହଜାର ଟଙ୍କାର ଚାଲାନ୍ କଟିଛି | ଅନ୍ୟ ଏକ ଗାଡ଼ି ବେଆଇନ ଭାବେ ତାଙ୍କ ଗାଡ଼ିର ନମ୍ବର ବ୍ୟବହାର କରି ଚଲାଉଥିବାରୁ ଏଭଳି ସମସ୍ୟା ହୋଇଥିବା ଅନୁମାନ କରାଯାଉଛି।…
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ ପାଇଛି । ଏହା ଅନୁସାରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ବର ନଂ୧ ମାନ୍ୟତା ପ୍ରଦାନ କରାଯାଇଛି । ୭୮୫ ପଏଣ୍ଟ ସହ ସେ ପ୍ରଥମ ସ୍ଥାନରେ ଅଛନ୍ତି । ସେ ଦୀର୍ଘ ଦିନ ପରେ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଏଥର ସେ ଗୋଟିଏ ସ୍ଥାନ ଉନ୍ନତି କରିଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ୭୮୪ ରେଟିଂ ସହିତ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନ ମଧ୍ୟରେ କେବଳ ଗୋଟିଏ ରେଟିଂ ପଏଣ୍ଟ ପାର୍ଥକ୍ୟ ଅଛି। ୩ୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ । ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତର ଅଭିଷେକ ଶର୍ମା ନଂ୧ରେ ଥିବାବେଳେ ଦ୍ବିତୀୟ…
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କାବାହିଲିପଡାର ସୁଇପର କଲୋନୀର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ମିଳିଛି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ।୨୦୨୬ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ରାଜେନ୍ଦ୍ର ପାତ୍ର, ରାଷ୍ଟ୍ରପତି ଭବନରେ ହେବାକୁ ଥିବା “ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀରେ ଅତିଥି ଭାବେ ଯୋଗଦେବେ ।ରାଷ୍ଟ୍ରପିତ ଭବନରୁ ନିମନ୍ତ୍ରଣ ପତ୍ର ପାଇବା ପରେ ରାଜେନ୍ଦ୍ର ଏବଂ ପରିବାର ଲୋକଙ୍କ ମନରେ ନାହିଁ ନଥିବା ଖୁସି l ରାଜେନ୍ଦ୍ର ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାପର ଭାବେ ପୌରପାଳିକା ପକ୍ଷରୁ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତେବେ ରାଜେନ୍ଦ୍ର ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଜଣେ ସ୍ବଛ ସାଥୀ ଭାବେ ସମ୍ମାନିତ ହେବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।









