ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହ।ନନ୍ଦିଆ ବୋଲି ଜଣାପଡିଛି ।ବିକାଶ ଜାମପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗୁରୁବାର ଯୁବତୀଙ୍କ ଘର ସମ୍ମୁଖରେ ରହିଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଯୁବକ ଜଣକ ପ୍ରେମରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ରାଜଗାଙ୍ଗପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Author: sanitelevision
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ର Website https://msp.odisha.gov.in କୁ ଯାଇ ଆବେଦନ କରିବାକୁ ହେବ ।ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କାର ଓ ଆଞ୍ଚଳିତ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ସାମିଲ ଅଛି ।
ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ସଦର ଥାନାରେ ମାମଲା ରୁଜୁ ପରେ ବଢିଲା ଗିରଫ ସମ୍ଭାବନା । ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛି ।ଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି ।୧୨ ତାରିଖରେ ଚନ୍ଦନଭାଟିରେ ଯାତ୍ରା ଦୁର୍ଗାମନ୍ଦିରରେ ଅଶ୍ଳୀଳ ନୃତ୍ୟ କରିଥିଲେ ନିଶା। ଏହାକୁ ନେଇ ତାଙ୍କ ବିରୋଧରେ ବିଭିନ୍ନ ଲୋକ ଅଭିଯୋଗ କରିଥିଲେ। ଏହି ମାମଲାରେ ୨ ଆୟୋଜକ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେରଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢ଼ିଛି। ଏହାପରେ ବଲାଙ୍ଗିର ପୋଲିସର ଗୋଟିଏ ଟିମ୍ ଭୁବନେଶ୍ବର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି। ନିକଟରେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ…
ନିବେଶକ ଓ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଖୁବ୍ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ବ୍ୟାବସାୟିକ ସହଜତାକୁ ଉନ୍ନତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସଂଶୋଧିତ ପର୍ଯ୍ୟଟନ ନୀତିରେ ୩ ତାରକା ଏବଂ ତାଠୁ ଅଧିକ ହୋଟେଲ ଓ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯାଇଛି। ଏଥିସହିତ…
ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂତନ ବର୍ଷର ସେଲ୍ ‘Sail into 2026’ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ ନୁହେଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି ।ଯଦି ଆପଣ ଇଣ୍ଡିଗୋର ସିଧାସଳଖ ଚ୍ୟାନେଲ୍, ଯେପରିକି ଏହାର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସିଧାସଳଖ ଏକ ଘରୋଇ ବିମାନ ବୁକ୍ କରନ୍ତି, ତେବେ ୦-୨୪ ମାସ ବୟସର ପିଲାମାନେ ମାତ୍ର ୧ଟଙ୍କାରେ ଯାତ୍ରା କରିପାରିବେ ।ଏଥିପାଇଁ ଜନ୍ମ ପ୍ରମାଣପତ୍ର, ହସ୍ପିଟାଲ ଡିସଚାର୍ଜ କାଗଜପତ୍ର, ଟୀକାକରଣ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ବୟସ ପ୍ରମାଣକାରୀ ଡକ୍ୟୁମେଣ୍ଟଗୁଡ଼ିକୁ ଚେକ୍-ଇନ୍ ସମୟରେ ଉପସ୍ଥାପନ କରିବାକୁ ପଡିବ । ଏହି ପ୍ରମାଣ ବିନା, ଶିଶୁର ଟିକେଟ୍ ପାଇଁ ସମ୍ପୂର୍ଣ୍ଣ ଭଡ଼ା ଦେବାକୁ ପଡିବ । ଇଣ୍ଡିଗୋର ନୂତନ ବର୍ଷ ସେଲ୍ ଜାନୁଆରୀ ୧୩ ରୁ ଜାନୁଆରୀ ୧୬, ୨୦୨୬ ପର୍ଯ୍ୟନ୍ତ ବୁକିଂ ପାଇଁ ଖୋଲା…
ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ।ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ କୁନି ଛତ୍ରିଆ ।କୁନି ଘୁଡୁକାର ଥିଲେ ସ୍ୱର। ତୁଷୁରାର ସୁନାମ ଧନ୍ୟ କଳାକାର ବଡ଼ ଛତ୍ରୀଆଙ୍କ ସ୍ତ୍ରୀ ଥିଲେ କୁନି। ଛୋଟ-ବଡ଼ ଘୁଡୁକା ବାଲାଙ୍କ ସ୍ୱର ଥିଲେ କୁନି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ କୁନିଙ୍କୁ ୩୬ ବର୍ଷ ବୟସ ହେଉଥିଲା। ଆଜି ତାଙ୍କ ମରଶରୀର ବୁର୍ଲାରୁ ତୁଷୁରା ସ୍ଥିତ ତାଙ୍କ ଘରକୁ ଅଣାଯାଇଛି। ତୁଷୁରାରେ ଶେଷକୃତ୍ୟ ସମ୍ପନ୍ନ ହେବ। ତୁଷୁରା ଭଳି ଛୋଟ ଜାଗାକୁ ଯାଇ ସାନ ବଡ ଘୁଡୁକା ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ…
ମାଟ୍ରିମୋନି ସାଇଟ୍ରେ ମିଛ ବିବାହ ପ୍ରତିଶ୍ରୁତି । ସାନ ଭାଇ ସହ ବାହାଘର କରାଇବାକୁ କହି ଯୁବତୀଙ୍କୁ ଠକେଇ । ୨୨ ଲକ୍ଷ ଟଙ୍କାର ଚୂନ ଲଗାଇଲେ ନକଲି ଡାକ୍ତର । ଆଉ ଶେଷରେ ଧରାପଡି ବନ୍ଧାହେଲେ ଠକ ଡାକ୍ତର ରଞ୍ଜୀବ କୁମାର ପ୍ରଧାନ । ସୂଚନାମୁତାବକ ୨୦୨୧ରେ ମାଟ୍ରିମୋନି ସାଇଟ୍ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଜଣା…
ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନ୍ରେ ଗପିବାର ଭିଡିଓ ଭାଇରାଲ ହୋଇଛି । ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ତାକୁ ନେଇ ଉଠିଛି ପ୍ରଶ୍ନ ।
ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଏହି ଦିବସରେ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଭାରତୀୟ ସୈନ୍ୟଙ୍କ ଆତ୍ମବଳକୁ ଦୃଢ଼ କରାଯାଏ। ଏଥିସହ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯାଏ। ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ ବ୍ରିଟିଶରମାନଙ୍କ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା(Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ। କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ…









