ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ ଜୀବନ୍ତ ନାଗସାପକୁ ଧରି ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର କ’ଣ ହୋଇଛି ବୋଲି ପଚାରିବାରୁ, ବ୍ୟକ୍ତି ଜଣକ ତାଙ୍କ ପକେଟରୁ ଜୀବନ୍ତ ନାଗସାପ ବାହାର କରି ଡାକ୍ତରଙ୍କୁ କହିଲେ ଯେ ଏହି ସାପ କାମୁଡ଼ି ଦେଇଛି । ସାପଟି ଦେଖିବା ପରେ ଡାକ୍ତରଖାନାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଥୁରା-ବୃନ୍ଦାବନ ରୋଡର ପିଏମବି ପଲିଟେକ୍ନିକ୍ ନିକଟରେ ଇ-ରିକ୍ସା ଚାଳକ ଦୀପକ ରାଜପୁତ ଗାଡି ଧରି ଫେରୁଥିଲେ। ହଠାତ୍ ଏକ ନାଗ ସାପ ତାଙ୍କ ଇ-ରିକ୍ସା ଉପରେ ଚଢ଼ିଗଲା ଏବଂ ତାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଲା। ଜଣେ ସାଧାରଣ ଲୋକ ଏ ଅବସ୍ଥାରେ କ’ଣ କରିବ? ଚିତ୍କାର କରିବ, ସାପକୁ ମାରିଦେବ, ନଚେତ୍ ଦୌଡ଼ି ପଳାଇଯିବ। କିନ୍ତୁ ଦୀପକ ସେପରି କରିନଥିଲେ । ସାପ ତାଙ୍କୁ…
Author: sanitelevision
ଯାତ୍ରା ପେଣ୍ଡାଲ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଯାତ୍ରା ଡ୍ୟାନ୍ସରଙ୍କ ଉପରେ ବାଜିବ ଛାଟ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ଉପରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶଗଡ ପରି ଓଡ଼ିଶାରେ ବି ହୋଇପାରେ କାର୍ଯ୍ୟନୁଷ୍ଠାନ । ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଜନମତ ମଧ୍ୟ ସ୍ପଷ୍ଟ ଅଛି, ଅଶ୍ଳୀଳ ନୃତ୍ୟ ନ ହେଉ। ଏନେଇ ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ମଧ୍ୟ ଅବଗତ କରାଯାଇଛି। ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି। ଆଗକୁ ଖଣ୍ଡଗିରି ଯାତ୍ରା ଥିବାବେଳେ ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ପରିଣାମ ସାମ୍ନା କରିବାକୁ ପଡିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ମଙ୍ଗଳବାର ପ୍ରକାଶ କରିଛନ୍ତି।ସୂଚନା ଅନୁଯାୟ, ଯାତ୍ରା ପେଣ୍ଡାଲରେ ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ…
କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ ‘୧୦-ମିନିଟ ଡେଲିଭରି’ ଦାବିକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।ସୂତ୍ର ଅନୁସାରେ, ବ୍ଲିଙ୍କଇଟ୍ ପରେ ଅନ୍ୟ କ୍ଵିକ୍ ଇ-କମର୍ସ କମ୍ପାନୀ ମଧ୍ୟ ସମାନ ଘୋଷଣା କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ସମସ୍ତ କ୍ଵିକ୍ ଇ-କମର୍ସ କମ୍ପାନୀ ପ୍ରତିଶ୍ରୁତି ଦେଇ କହିଛନ୍ତି ସେମାନେ ବ୍ରାଣ୍ଡର ବିଜ୍ଞାପନ, ସୋସିଆଲ୍ ମିଡିଆରୁ ୧୦ ମିନିଟ୍ ଡେଲିଭରି ସମୟ ସୀମାକୁ ପ୍ରତ୍ୟାହାର କରିବେ । ସୂଚନା ଅନୁସାରେ, କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ ବ୍ଲିଙ୍କଇଟ୍, ଜେପ୍ଟୋ, ସ୍ଵିଗି ଓ ଜୋମାଟୋର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୧୦ ମିନିଟ୍ ସମୟ ସୀମା ହଟାଇବା ଲାଗି କହିଛନ୍ତି କେନ୍ଦ୍ର…
ରଥଯାତ୍ରାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ। ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ଏଣିକି ପ୍ରତି ମାସରେ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି।। ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଭିଡ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ବୈଠକ ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ ।ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ । ମଳୟ ବିଷୋୟୀ, ସୁନୀଲ ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାୟକଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।୨ ବିହାରୀ ଅପରାଧି ଶିଶୁପାଳ ପାଶୱାନ, କୁନ୍ଦନ କୁମାରଙ୍କ ଜାମିନ ମଧ୍ୟ ଖାରଜ କରିଛନ୍ତି କୋର୍ଟ ।ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା ।ସମ୍ପ୍ରତି ଏହି ହତ୍ୟା ଘଟଣାର ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରିଥିଲା ବ୍ରହ୍ମପୁର ପୋଲିସ ।
ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ସଙ୍କେତ । ମନ୍ତ୍ରୀ କହିଛନ୍ତି ଯେ ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ସନ୍ତକ ହିସାବରେ ରଖାଯିବ । ମ୍ୟୁଜ୍ୟିମ ଭାବେ ବ୍ୟବହାର କରାଯିବ । ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ, ବ୍ୟବହାର କରାଯିବ । ଲୋକସେବା ଭବନ ଓ ବିଧାନସଭା ମଝିରେ ନିର୍ମାଣ ହେବ ନୂଆ ବିଧାନସଭା ।ଭଙ୍ଗାଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ । ମନ୍ତ୍ରୀ କହିଛନ୍ତି ଯେ ଏସବୁ କୋଠାଗୁଡିକ ବିପଦ ସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତିନୋଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ୍ । ଖାରବେଳ ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ ଅଫିସ୍ । ପାୱାର ହାଉସ୍ ଛକକୁ ଲାଗି ଏଡିଏମ ଓ ଓଏସଇପିଏ ଅଫିସ୍ ନିର୍ମାଣ ହେବ ।
ରାଜ୍ୟରେ ବଢିଲା ବୁଥ ସଂଖ୍ୟା । SIR ପୂର୍ବରୁ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି । ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି। SIR ପାଇଁ ଓଡ଼ିଶା ପ୍ରସ୍ତୁତ । ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ମାସ ଧରି ଚାଲିଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୦୨ରେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କ ସଂଶୋଧନ ଦରକାର ନାହିଁ । ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ । ଯେଉଁମାନଙ୍କର ନାଁ ୨୦୦୨ ତାଲିକାରେ ନଥିବ ସେମାନଙ୍କୁ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ ।୨୦୨୫ ଏବଂ ୨୦୦୨ ଡାଟା ଇଣ୍ଟିଗ୍ରେଟ ହୋଇସାରିଛି | ୭୦ ପ୍ରତିଶତ…
ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ। ଗତଥର ବି ସିଏଚ୍ଏସ୍ସିରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନ ପତ୍ର ଲିକ୍ ହୋଇନଥିଲା। ତେଣୁ ଚଳିତ ଥର ଏହି ପଦଦ୍ଧି ଆପଣାଯିବ ବୋଲି ଆଲୋଚନା ହେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଚଳିତ ବର୍ଷ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା। ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଗରିଆବନ୍ଦ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖରେ ଯାତ୍ରାକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଛତିଶଗଡ଼ ପୋଲିସ ୧୭ଜଣ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଅପେରା ପାଇଁ ଅନୁମତି ଦେଇଥିବା ଉପଜିଲାପାଳ ତୁଳସୀଦାସ ମକରମ୍ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅନ୍ୟପକ୍ଷେ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନ ହେବ…
ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଦାବି ଗ୍ରହଣ କରାଯିବ ନାହିଁ । ବାଂଲାଦେଶ ଦଳ ଭାରତରେ କୌଣସି ଗମ୍ଭୀର ବିପଦର ସମ୍ମୁଖୀନ ହେଉନାହିଁ । ଆଉ ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ ହେବ ।ଫେବ୍ରୁଆରୀ ୭ରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ବକପ୍। ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ଦେଖାଇବା ସହ ଆଇସିସିର ଦ୍ବାରସ୍ଥ ହୋଇଥିଲା ବାଂଲାଦେଶ କ୍ରିକେଟ ବୋର୍ଡ। ବାଂଲାଦେଶ କ୍ରିକେଟ ପରାମର୍ଶଦାତା ଆସିଫ ନଜରୁଲ ଏନେଇ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାକୁ ମିଛ କହିବା ସହ ଆଇସିସି କହିଛି ଯାଞ୍ଚ ବେଳେ ବାଂଲାଦେଶ ଖେଳାଳିଙ୍କୁ ଭାରତରେ କୌଣସି ବିପଦ ନାହିଁ ବୋଲି ଜଣା ପଡିଛି।









