ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ଗତକାଲି ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି।
Author: sanitelevision
ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷଧରି ଚାଲିଥିଲା ବେଆଇନ ଔଷଧ ଦୋକାନ। ବର୍ତ୍ତମାନ ବେଆଇନୀ ଔଷଧ ବ୍ୟବସାୟର ପର୍ଦ୍ଦାଫାସ କରିଛି ଡ୍ରଗ୍ସ ସ୍କ୍ୱାଡ୍ ।ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବରପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଆସି ଚଢାଉ କରିଛି । ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି ଔଷଧ ସହ ହୋମିଓପ୍ୟାଥି ଔଷଧ ମଧ୍ୟ ଜବତ କରାଯାଇଛି। ‘ଆରୋଗ୍ୟ ସଦନ’ ନାମରେ ଚକଚକିଆ ବୋର୍ଡ ଲଗାଇ ଗ୍ରାହକଙ୍କୁ ଠକିବାର ଚତୁର ଉପାୟ ଅପଣାଇଥିବା ବ୍ୟବସାୟୀ ଦୀର୍ଘ ସମୟ ଧରି ନିର୍ଭୟରେ ଦୋକାନ ଖୋଲି ରଖିଥିଲେ। ଦୋକାନରେ ଚଢ଼ାଉ ପରେ ଡ୍ରଗ୍ସ ବିଭାଗ ଦୋକାନ ମାଲିକଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇ…
ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ସରକାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଶିକ୍ଷା ମାନଦଣ୍ଡରେ ଉନ୍ନତି ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କିଛି ଲୋକ କୁମ୍ଭୀର ଟିକୁ ଟେକା ପଥର ଫିଙ୍ଗିବା ସହିତ ବିରକ୍ତି କରୁଥିବା ଦେଖିବକୁ ମିଳିଛି । କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର ହୋଇଥିବାବେଳେ ଲମ୍ବ ୫ରୁ୬ ଫୁଟ୍ ବୋଲି ଅନୁମାନ କରାଯାଉଛି । ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି ତା ଦେହରେ ଜିପିଏସ ଲାଗିଛି । ତେଣୁ ଏହି ପ୍ରଜାତିର କୁମ୍ଭୀରମାନେ ସାଧାରଣ ମାଛ ଖାଉଥିବା ବେଳେ ଲୋକମାନଙ୍କୁ କୌଣସି କ୍ଷତି କରିନଥାନ୍ତି । ଲୋକମାନେ ଭୟଭୀତ ନହେବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି । ଶୀତ ଦିନ ଥିବାରୁ ଖରା ଖାଇବାକୁ ବାଲି ଉପରକୁ ଚାଲି ଆସିଥିବା ବନ ବିଭାଗ କହିଛି । ଭଗିପୁର ବନ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନଦୀ କୂଳରେ ନିୟୋଜିତ କରାଯାଇଛି । ସେପଟେ ନଦୀ କୂଳିଆ…
ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି । ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୧୩ ତାରିଖ ସନ୍ଧ୍ୟାରୁ ୧୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ହିନ୍ଦୁ ସମାଜର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଭୋଗ ଉପବାସରେ ରଖାଯାଇଛି । ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ତାଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଷ୍ଟେସନ ଡାଇରୀ କରାଯାଇଥିବା ଲିଙ୍ଗରାଜ ଥାନା ଅଧିକାରୀ…
ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ ହାତୀଛୁଆ ଗୁରୁବାର ଠାବ ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବୋମା ଚୋବାଇ ହାତୀର ମୁହଁ କ୍ଷତାକ୍ତ ହୋଇଥିଲା। ୫/୬ ଦିନ ପୂର୍ବରୁ ଏହି କ୍ଷତ ହୋଇଥିବାରୁ ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅଧିକ ଚିକିତ୍ସା ପାଇଁ ସନ୍ଧ୍ୟାରେ ‘ଐରାବତ’ ଗାଡ଼ିରେ ଗୁରୁତର ହାତୀଛୁଆକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧା ବାଟରେ ହାତୀ ଛୁଆର…
ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ।ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ସଂପୂର୍ଣ୍ଣ ନିଷେଧ ରହିବ। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ। ରାସ୍ତା, ଡ୍ରେନ, ଜଳାଶୟ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ନିଷେଧ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ଆମିଷ ବିକ୍ରି ହେଉଛି । ଚାରି ପାଖରେ ଫାଷ୍ଟଫୁଡ୍ ଦୋକାନ ରହିଛି । ଫଳରେ ଖାଦ୍ୟ ଆଶାରେ ପକ୍ଷୀମାନେ ଚାରିପାଖ ଉଡୁଛନ୍ତି । ପକ୍ଷୀ ବିମାନରେ ମାଡ଼ ହେବା ଫଳରେ ବିମାନ ଦୁର୍ଘଟଣା ଆଶଙ୍କା ରହୁଛି । ଏହାକୁ ନଜର ରଖି ନିକଟରେ…
ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ବି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍ଓସି(ନୋ ଅବ୍ଜେକ୍ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ ପରୀକ୍ଷା ଦେବେ ତା’ର ଆଡ୍ମିଟ୍ କାର୍ଡ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ଦେଖାଇବେ। ଯଦି ସେମାନେ ଯେଉଁ ପରୀକ୍ଷା ଦେଉଛନ୍ତି ସେଥିରେ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ସେମାନେ ସରକାରୀ ପଦ୍ଧତିରେ ସେହି ବିଭାଗରୁ ରିଲିଭ ହେବେ, ସେମାନଙ୍କ ଅଧାପନ୍ତରିଆ କାର୍ଯ୍ୟକୁ ସାରିବେ।ଆଗରୁ ସରକାରୀ କର୍ମଚାରୀ ଏହିସବୁ ପରୀକ୍ଷା ଦେବାକୁ ହେଲେ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଠାରୁ ଏନ୍ଓସି ଆଣିବାକୁ…
ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ।ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରୁଅ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ହେଉଥିଲା
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ ବୁଦାରେ ପଡ଼ିଥିବା ଦେଖିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରି ଆଣି ସେ ଗ୍ରାମବାସୀ, ସ୍ଥାନୀୟ ଆଶା ଓ ଆଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ମଧ୍ୟ ଜଣାଇଥିଲେ । ମୁଷା ନିଜ ବାହାଘରର ୧୮ ବର୍ଷ ପରେ ମଧ୍ୟ ନିସନ୍ତାନ ଥିବାରୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ପନ୍ତ୍ରୀ ଶିଶୁପୁତ୍ରକୁ ପାଳିଥିଲେ।ଏନେଇ ମୋଟଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛି ଶିଶୁ ମଙ୍ଗଳ କମିଟି। ପ୍ରାୟ ମାସକ ପରେ କୌଣସି ସୁତ୍ରରୁ ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗ , ଚାଇଲ୍ଡ ହେଲପ୍ଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ କୋଳରୁ ଶିଶୁ ପୁତ୍ରଟିକୁ ଉଠାଇ ଆଣି ଶିଶୁ ମଙ୍ଗଳ ସମିତିରେ ହାଜର କରାଇ ଶିଶୁ ଗୃହରେ ନେଇ ରଖିଥିଲେ ।…









