ନୂଆ ରେକର୍ଡ ସୃଷ୍ଟି କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୨୫ରେ ସର୍ବକାଳୀନ ରେକର୍ଡ ହୋଇଛି । ୫.୧୫ ମିଲିୟନ ଯାତ୍ରୀ ବିମାନରେ ଯାତାୟତ କରିଛନ୍ତି । କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନଥବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଯାତ୍ରୀଙ୍କ ଏହି ଯାତାୟାତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି। ଏବେ ଭୁବନେଶ୍ୱର ବିମାନବନ୍ଦରରୁ ମୋଟ୍ ୨୮ଟି ସ୍ଥାନକୁ ବିମାନ ଉଡ଼ାଣ କରୁଛି।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ପରିଚାଳିତ। AAI ହେଉଛି ଭାରତର ଅନେକ ବିମାନବନ୍ଦରର ପରିଚାଳନା ପରିଚାଳନା କରୁଥିବା ପରିଚାଳନା ସଂସ୍ଥା।
Author: sanitelevision
ଶିମିଳିପାଳର କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, କୁମ୍ଭୀରଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ୩ ଅଧିକ। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ । ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା ।ଶିମିଳିପାଳ ଏବଂ ଆଖପାଖ ଅଞ୍ଚଳରେ ଗୋମୁହା କିମ୍ବା ମାଗର ପ୍ରଜାତିର ଅଧିକ କୁମ୍ଭୀର ଦେଖାଯାଆନ୍ତି। ଶିମିଳିପାଳ ଦକ୍ଷିଣ ଜଙ୍ଗଲରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ଜଙ୍ଗଲରେ ଗୋଟିଏ ଏବଂ ରାମତୀର୍ଥରେ ୫ଟି କୁମ୍ଭୀର ଅଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ଅଛନ୍ତି।
ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ। ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କ ଯୋଗ୍ୟତା ନାହିଁ ସେବା କରିବାକୁ। ଏକାମ୍ର ବିଧାୟକ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଇନ ଆସିବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତିକାନ୍ତିରେ ଅବହେଳା କରନ୍ତୁ ନାହିଁ। ୨ ରୁ ୪ ମାସ ମଧ୍ୟରେ ଆଇନ ଆସିବ। ଓଡ଼ିଶା ସରକାର ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବର୍ତ୍ତମାନ ଏହା…
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ । ଗତ ରବିବାର ଅପରାହ୍ନ ସମୟରେ ଘର ପାଖରେ ନାବାଳିକା ଜଣକ ବୁଲୁଥୁବା ବେଳେ ସମ୍ପର୍କୀୟ ଜେଜେ ନାବାଳିକାକୁ ଡାକି ଥିଲା । ଗୁହାଳ ଭିତରେ ପାଟିରେ ହାତ ଦେଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜୀବନରୁ ମାରିଦେବାକୁ ଧମକ ଦେବଉଥିବାରୁ ନାବାଳିକା ଜଣକ ଡରରେ ଘରେ କାହାକୁ କହିନଥିଲା । ପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲା । ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଗିରଫ କରିଥିଲା। ଏବେ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।
ଆଗକୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ ନପିନ୍ଧିବା ପାଇଁ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ କଟିବ । ଯଦି ଏହି ପଏଣ୍ଟ ନିର୍ଦ୍ଦିଷ୍ଟ ସୀମା ପାର୍ କରିଯାଏ, ତେବେ ଲାଇସେନ୍ସ ରଦ୍ଦ ହୋଇପାରେ କିମ୍ବା ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ ।ସେହିପରି ଗାଡ଼ିର ବୀମା ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ । ଯଦି ଅଧିକ ନିୟମ ଭାଙ୍ଗନ୍ତି ଏବଂ ପେନାଲ୍ଟି ପଏଣ୍ଟ ଅଧିକ ରୁହେ, ତେବେ…
ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକରନୀତି । କାଳିଆ ଠାକୁରଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଆଜି ମହାପ୍ରଭୁଙ୍କର ମକରଚୌରାସୀ ବେଶ ଅନୁଷ୍ଠିତ ହେବ। ତେବେ ଆଜି ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ । ଏହି ପାନର ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ । ମହାପ୍ରଭୁଙ୍କ ହଡ଼ପ ନାୟକ ସେବାୟତ ଶ୍ରୀମନ୍ଦିର ଭିତରେ ଅତ୍ୟନ୍ତ ସତର୍କତାର ସହ ଏହି ବିରାଟକାୟ ପାନ ପ୍ରସ୍ତୁତ କରିଥାନ୍ତି । ଏହି ବିଶାଳ ପାନରେ ପ୍ରାୟ ସାତ କଡା ପାନ ବ୍ୟବହୃତ ହୋଇଥାଏ । ପାନକୁ ପାନ ଯୋଡ଼ି ଲବଙ୍ଗ ସଂଯୋଗ କରାଯାଇ ଏହି ବିଶାଳ ପାନ ପ୍ରସ୍ତୁତ ହୋଇଥାଏ । ଏହି ପାନରେ ଗୁଆ,ଗୁଜୁରାତି,କର୍ପୁର ,ଚନ୍ଦନ ,କେଶର ଭଳି ସୁବାସିତ ସାମଗ୍ରୀ ମିଶିଥାଏ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସମୟରେ ଏହି ବିରାଟ ପାନ ଅର୍ପଣ…
ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ବଢିଲା ନିପା ଭୟ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ପୂର୍ବରୁ କେବେ ନିପା ଭୂତାଣୁ ଚିହ୍ନଟ ହୋଇନି। କେନ୍ଦ୍ର ସରକାର ଯଦି କୌଣସି ନିର୍ଦ୍ଦେଶାବଳୀ ଜାରି କରନ୍ତି ତାହେଲେ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିବେ। ବର୍ତ୍ତମାନ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି। କୋଭିଡ୍ ପରିସ୍ଥିତିରେ ଅନ୍ୟ…
ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ । ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି । ଏହି ନିୟମ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସରକାରୀ ଅଫିସରେ କଡ଼ାକଡ଼ି ଲାଗୁ ହେବ । ସମସ୍ତ ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆ ଭାଷାରେ ହେବ। ନିୟମ ଖିଲାପ କଲେ ଅଧିକାରୀଙ୍କ ବିରୋଧରେ ହେବ ନୋଟିସ୍। ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ କରାଯିବ ଓ ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଅନୁଷ୍ଠାନ ଯେପରିକି ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ବୟଂ ଚାଳିତ ସଂସ୍ଥା ଇତ୍ୟାଦି ଏହି ନିର୍ଦ୍ଦେଶକୁ ପାଳନ କରିବେ।
ମକରଠାରୁ ଦିନ ହୁଏ ବକର। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ, ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ସେ ସୂର୍ଯ୍ୟଙ୍କର ପୁତ୍ର ଭାବରେ କଳ୍ପିତ। ଏହିଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ତିଳଜଳ ବା ରାଶି ପଡ଼ିଥିବା ପାଣିରେ ସ୍ନାନ କରି କଳାବସ୍ତ୍ର ପିନ୍ଧନ୍ତି ଏବଂ ଅନ୍ନ, ବସ୍ତ୍ର, ଘୃତ, କମ୍ବଳ ଇତ୍ୟାଦି ଦାନ…
ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି।ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ଏଣୁ ଆଜି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ସୂଚନା ମୁତାବକ ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଲାଗିରହିଛି। କ୍ଷୀର ଆଉଟା ନୀତି କିଏ…









