ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ । ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ! ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି । କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି ।
Author: sanitelevision
ଉତ୍ତରପ୍ରଦେଶର ଏକ ମନ୍ଦିରରେ ଏକ କୁକୁର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କୁକୁରଟି କିଛି ଦିନ ଧରି ବିନା ଖାଦ୍ୟପେୟରେ ଭଗବାନ ହନୁମାନ ଏବଂ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରୁଛି। ପ୍ରଥମ ତିନି ଦିନ ଧରି, ସେ ଭଗବାନ ହନୁମାନଙ୍କ ପ୍ରତିମା ପରିକ୍ରମା କଲା ଏବଂ ତା’ପରେ ମନ୍ଦିର ପରିସରରେ ଅବସ୍ଥିତ ଦେବୀ ଦୁର୍ଗାଙ୍କ ପ୍ରତିମା ପରିକ୍ରମା କରୁଛି।୨୪ ଘଣ୍ଟା ପରିକ୍ରମା କରିବା ପରେ, କୁକୁରଟି ଗୁରୁବାର ପ୍ରାୟ ତିନି ଘଣ୍ଟା ବିଶ୍ରାମ ନେଇଥିଲା। ଗ୍ରାମବାସୀମାନେ ମନ୍ଦିର ପରିସରରେ ଏକ ଗଦି ରଖିଛନ୍ତି, ଯାହା ଉପରେ ସେ ବିଶ୍ରାମ ନେଉଛି। ଆଶ୍ଚର୍ଯ୍ୟର କଥା, ମନ୍ଦିରକୁ ଆସୁଥିବା ଭକ୍ତମାନେ ଏବେ କୁକୁର ଆଗରେ ପ୍ରଣାମ କରୁଛନ୍ତି। ବିଶ୍ରାମ ନେବା ପରେ, କୁକୁରଟି ପୁଣି ଥରେ ଦେବୀ ଦୁର୍ଗାଙ୍କ ପ୍ରତିମା ପରିକ୍ରମା କରିବାକୁ ଆରମ୍ଭ କରିଛି।ଶହ ଶହ ଗାଁ ଲୋକ ମନ୍ଦିରକୁ ଆସି ପ୍ରାର୍ଥନା କରୁଛନ୍ତି। କେତେକ ବିଶ୍ୱାସ କରନ୍ତି ଯେ କୁକୁରଟି…
୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା। ବନ୍ଧା ହୋଇଥିବା ମହିଳାଙ୍କୁ ନିଜ ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧା ମାଆ ଓ ବାପା।ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।ହେଲେ ହସ୍ତାଙ୍କୁ ମୁମ୍ବାଇରେ ଜଣେ ପରିବାର ହାତକୁ ଟେକି ଦେଇଥିଲା ସ୍ୱାମୀ ପ୍ରେମା। ପରେ ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ନେଇଯାଇଥିଲେ ସେହି ପରିବାର। ଘରୁ ମୁମ୍ବାଇ ଯିବାର ୧୦ ବର୍ଷ ହୋଇଯାଇଥିଲେ ବି ଥରୁଟିଏ ଫେରି ନାହାନ୍ତି ସେ। ବୃଦ୍ଧ…
ନିପା ଭୁତାଣୁକୁ ନେଇ ଆତଙ୍କିତ ନହେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ମନ୍ତ୍ରୀ ।ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ ହୋଇଛି। ଏପରିକି ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଏବଂ ରାଜ୍ୟର ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି। ରାଜ୍ୟରେ ଏଯାଏଁ ନିପା ଭାଇରସ୍ ଚିହ୍ନଟ ହୋଇ ନାହିଁ। ଯଦି ଏଭଳି କେସ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି। ସୂଚନାମୁତାବକ ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ୍ । ପଶ୍ଚିମବଙ୍ଗରୁ ନମୁନା ପଠାଯିବା ପରେ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିପା ଭାଇରସକୁ ଚିହ୍ନଟ କରିଛି। ଏହି ଭାଇରସ ମାରାତ୍ମକ, ଏବଂ ଲକ୍ଷଣ ଦେଖାଦେଲେ, ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ପରି କ୍ୱାରେଣ୍ଟାଇନ୍ କରାଯିବା ଉଚିତ। ନିପା ଭାଇରସ (ଏନଆଇଭି) ଏକ ଗମ୍ଭୀର ସଂକ୍ରମଣ ଯାହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ।…
ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା । ୫ଟି ରେଞ୍ଜରେ ମୋଟ ୨୨ଟି ଟିମ କରିବେ ଗଣନା । ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡାରେ କରିବେ ଗଣନା । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ହେବ ଡଲଫିନ ଗଣନା । ୧୮ଟି ଟିମରେ ୯୦ ଜଣ ବାଲୁଗାଁ ଓ ସାତପଡାରେ କରିବେ ଗଣନା ।ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାର ନୀଳ ଜଳରାଶିକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ୫ଟି ବନାଂଚଳ ବାଲୁଗାଁ, ଟାଙ୍ଗୀ, ରମ୍ଭା, ଚିଲିକା ଏବଂ ସାତପଡ଼ା ଏବଂ ୧୪ଟି ଉପବିଭାଗ ଓ ୪୫ଟି ଚକଲାକୁ ନେଇ ଗଠିତ।
ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍ ଖାଇ କୋମଳମତି ବାଳକର ଚାଲିଗଲା ଜୀବନ।ଏହି ଘଟଣା ବେଗୁନିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମରେ ଘଟିଛି ।ଅଭୟ ପାଇକରାୟଙ୍କ ଗୋଟିଏ ବୋଲି ପୁଅ ତାପସ। ଗାଁ ସ୍କୁଲ ଶିଶୁ ବାଟିକାରେ ପଢୁଥିଲେ। ଗତ ସୋମବାର ସ୍କୁଲ, ଟ୍ୟୁସନ ସାରି ଘରକୁ ଫେରିଥିଲେ। ଘରେ ଥିବା ଏକ ବେନାମୀ କମ୍ପାନୀ ଚିପ୍ସ ଖାଇବା ବେଳେ ସେଥିରେ ଥିବା ଗିଫ୍ଟ(ଫ୍ରି କୁପନ) ବେଲୁନ ଫୁଙ୍କିବା ବେଳେ ହଠାତ ତଣ୍ଟି ଭିତରକୁ ଚାଲି ଯାଇଥିଲା। ଫଳରେ ଶ୍ୱାସ ରୁଦ୍ଧ ହୋଇ ଅଣ ନିଶ୍ୱାସୀ ହୋଇ ପଡିଥିଲେ। ପରିବାର ଲୋକେ ପ୍ରଥମ ବୋତଲମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମେଡିକାଲ ନେଇଯାଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହିଭଳି କିଛି ଦିନ ପୂର୍ବରୁ କନ୍ଧମାଳର ଦାରିଙ୍ଗବାଡ଼ି ବ୍ଲକ ମୁସିମାହା ଗାଁର ରଞ୍ଜିତ ପ୍ରଧାନଙ୍କ ପୁଅ ବିଗଲ ପ୍ରଧାନର ପ୍ୟାକେଟ ଫୁଡ୍ ଖାଇ ଚାଲି ଯାଇଥିଲା ଜୀବନ ।…
ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଆଲମାରୀରେ ବିଡ଼ା ବିଡ଼ା ନୋଟ୍ ରଖାଯାଇଛି। ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଇଡି ଚଢାଉ କରୁଛି । ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ। ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, କନିଷି, ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ମଧ୍ୟ ଚଢାଉ ।ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ…
ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ କରିଛନ୍ତି ।ସୂଚନା ଥାଉକି, ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହି କୋଲଡ୍ରିଙ୍କୁ କିଣିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା । ଏହା ପିଇବା ପରେ ଦୌଡ଼ରେ ଭାଗ ନେଲେ ବିଜୟ ସୁନିଶ୍ଚିତ ଓ ଦେହରେ ଶକ୍ତି ବଢ଼ିବା ବିଜ୍ଞାପନରୁ ପ୍ରଭାବିତ ହୋଇଥିଲେ ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ । ବିଜ୍ଞାପନରେ ସଲମନ ଖାନ ଓ ହ୍ରିତିକ ରୋଶନ ଅଭିନୟ କରିଥିବା ଯୋଗୁଁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଛି । ଏନେଇ କଳାହାଣ୍ଡି ଖାଉଟି ଅଦାଲତରେ ସେ ଫିଲ୍ମ ଅଭିନେତା…
ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ ଟେକ୍ନୋଲୋଜି ମ୍ୟୁଜିୟମ(ବିଆଇଟିଏମ୍) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମସ୍ ଅଧୀନସ୍ଥ ବିଆଇଟିଏମ୍ର ନିର୍ଦ୍ଦେଶକ ଅର୍ଣ୍ଣବ ଚାଟାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଖୁବଶୀଘ୍ର ଏକ ବୈଷୟିକ ଦଳ ଆସି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଅର୍ଣ୍ଣବ ଚାଟାର୍ଜୀ । ଏହାର ନବୀକରଣ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯିବ । ଏହି ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟରେ ପଠାଣି ସାମନ୍ତ ସୃଷ୍ଟି କରିବାରେ ସହାୟକ…
ଭାଜପା ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ନିର୍ବାଚନ ଏବଂ ୧୯ ତାରିଖରେ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏ ନାମାଙ୍କନ ପ୍ରକ୍ରିୟା ରହିଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ୨୦ତାରିଖରେ ହିଁ ଘୋଷଣା ହେବ ସଭାପତିଙ୍କ ନାମ । ତେବେ ଯଦି ଜଣେ ହିଁ ବ୍ୟକ୍ତି ନାମାଙ୍କନ ଦାଖଲ କରିବେ ତେବେ ସେହି ଦିନ ହିଁ ତାଙ୍କ ନାମକୁ ଘୋଷଣା କରାଯିବ ।ବର୍ତ୍ତମାନ ନୀତୀନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।









