ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର୍ ସର୍ଭେ ।ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ ।SIR ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ । ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରାଯିବାର ପ୍ରାଥମିକ ଲକ୍ଷ୍ୟ ରହିଛି ।
Author: sanitelevision
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ଚାରିଆଡେ ବିବାଦ ଦେଖାଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରୁ ଓହରିନଥିଲା। ଏପିରିକି ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତିରୁ ପ୍ରଶାସନ ଓହରିବ ନାହିଁ ବୋଲି ରୋକଠୋକ୍ କହିଥିଲା ପ୍ରଶାସନ। ଶେଷରେ ଏବେ ନିଜ ନିଷ୍ପତ୍ତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ । ପାର୍କିଂ ଫି ଦିନକୁ ୫ଶହ ଟଙ୍କା ବଦଳରେ ୨୪୦ ଟଙ୍କା ରଖାଯିବ । ଏହି ନିୟମ…
କଟକକୁ ଆସିବ ନାହିଁ କୌଣସି ଘରୋଇ ବସ । ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି ।୨୪ରୁ ଗଡ଼ିବନି ଘରୋଇ ବସ୍। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି।ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ।ବୈଠକରେ ୮ ଜିଲ୍ଲାର ୧୮ ଆସୋସିଏସନ ସାମିଲ । ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଗାଜାରେ ଯୁଦ୍ଧ ଶେଷ ହୋଇଛି ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଯାହାକୁ ପୂର୍ବରୁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା।ଟ୍ରମ୍ପ କହିଛନ୍ତି ଯେ ଆମେରିକା ପରମାଣୁ ଶକ୍ତି ସମ୍ପନ୍ନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିଛି। ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ, ଭାରତ ମେ’…
ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା ବେଳେ କିଛି ଦିନ ଧରି ତାଙ୍କୁ ଚିକିତ୍ସା କରାଯିବା ପରେ ଶେଷରେ ପ୍ରଥମଥର ପାଇଁ ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ । ପୂର୍ବରୁ କଟକରେ ଏଭଳି ଦୁଇଟି ଘଟଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଗୁପ୍ତାଙ୍ଗଟି କଟି ଯାଇଥିବା…
ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇଓ୍ବେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଟୋଲ୍ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି ।ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି, ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା । ଏହି ‘ନୋ-ଷ୍ଟପ୍’ ସିଷ୍ଟମ୍ର ପାଇଲଟ୍ ପ୍ରକଳ୍ପ ବର୍ତ୍ତମାନ ଦେଶର ୨୫ଟି ଟୋଲ୍ ପ୍ଲାଜାରେ ପରୀକ୍ଷା ଭିତ୍ତିରେ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ଡିଜିଟାଲ ପରିବର୍ତ୍ତନକୁ ଲାଗୁ କରିବା ପାଇଁ ଅନ୍ତିମ ରୂପ ଦେଉଛି ।ଭବିଷ୍ୟତରେ କେବଳ FASTag କିମ୍ବା UPI ମାଧ୍ୟମରେ ଟୋଲ୍ ଟିକସ ପ୍ରଦାନ କରାଯିବ ।…
ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । SDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଶା।ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ନିଶା ମହାରଣାଙ୍କ ନାମରେ ବଲାଙ୍ଗୀର ସଦର ଥାନାରେ ଏତଲା ରୁଜୁ ହୋଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିଠାରେ ଆୟୋଜିତ ଏକ ଅପେରା ମଞ୍ଚରେ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ନୃତ୍ୟ ପ୍ରଦର୍ଶନ ଆଳରେ ସେ ଅଶ୍ଳୀଳତା ପ୍ରଦର୍ଶନ କରିବାରୁ ଦର୍ଶକମାନେ ଚେୟାର ଆଦି ଫୋପାଡ଼ାଫୋପଡ଼ି କରିଥିଲେ । ଏହି ଘଟଣାକୁ…
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଏଥିସହ ଅପରାହ୍ଣ ୪ଟା ଠାରୁ ଡିଜିଟାଲ ପ୍ରମାଣପତ୍ର ମିଳିପାରିବ। ପରୀକ୍ଷାର୍ଥୀ ଫେବୃଆରୀ ୧୭ ପର୍ଯ୍ୟନ୍ତ ଏହା ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି।ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ପରୀକ୍ଷା ଫଳ ସେହି ସମୟରୁ ଉପଲବ୍ଧ ହେବ। ପରୀକ୍ଷାଫଳ ପ୍ରକାଶନ ତାରିଖଠାରୁ ମାସକ ପର୍ଯ୍ୟନ୍ତ ଡିଜିଟାଲ ସାର୍ଟିଫିକେଟ ଅନ୍ଲାଇନ୍ରେ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟବହାରିକ ଜ୍ଞାନ ଓ ସମାଲୋଚନାତ୍ମକ ଚିନ୍ତାଧାର ଶିଖିପାରିବେ । ଜନ୍ମଠୁ ଦ୍ୱାଦଶ ଶ୍ରେଣୀ ଯାଏ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ ।
ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । DRG, STF ଏବଂ CRPF କୋବ୍ରା ଜବାନ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା । ଏବେ ବି ଗୁଳିବିନିମୟ ଜାରି ରହିଛି ।









