Author: sanitelevision

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଏପରି ସମସ୍ୟା ପାଲଟିଛି, ଯାହା ପ୍ରତିବର୍ଷ ଶୀତଦିନ ଆସିଲେ ଭୟଙ୍କର ରୂପ ଧାରଣ କରେ । ଚିନ୍ତାରେ ରାଜଧାନୀବାସୀ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପବନରେ ବହୁଛି ବିଷ। ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ‘ଗ୍ୟାସ୍ ଚାମ୍ବର’ ସ୍ଥିତି ଜାନୁଆରୀ ମାସ ଶେଷ ହେବାକୁ ଆସିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଜାନୁଆରୀ ୧୯ ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, ସେହିପରି ଆନନ୍ଦ ବିହାର ୪୮୯ ଏବଂ ଅଶୋକ ବିହାର ୪୬୩ ରେକର୍ଡ କରାଯାଇଛି । ଅକ୍ଟୋବର ୨୦୨୫ରୁ ପ୍ରଦୂଷଣ ବୃଦ୍ଧି ପାଇବା ଆରମ୍ଭ କଲା । ଏହା ନଭେମ୍ବରରେ ଶୀର୍ଷରେ ପହଞ୍ଚିଥିଲା, AQI 400-୫୦୦ ଉପରେ ଥିଲା । ଡିସେମ୍ବରରେ ଏହା ସାମାନ୍ୟ ହ୍ରାସ ପାଇଥିଲା । ବର୍ଦ୍ଧିତ ପବନ ବେଗ ଯୋଗୁଁ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ, ଦିଲ୍ଲୀର…

Read More

ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ରୁପା କିଲୋ ୩ ଲକ୍ଷ ଟପିଲା । ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି। ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ ୧.୫ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ରୁପାର ମୂଲ୍ୟ କମିବାକୁ ନା ଧରୁନି । MCX ରେ ମାର୍ଚ୍ଚ ମାସରେ ରୂପା ଫ୍ୟୁଚର୍ସ ୧୩,୫୫୦ କିମ୍ବା ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୩,୦୧,୩୧୫ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ତଥ୍ୟକୁ ଦେଖିଲେ, ଡିସେମ୍ବର ୩୧,୨୦୨୫ରେ ୧୦ଗ୍ରାମ ସୁନାର…

Read More

ରାଜ୍ୟରେ ବେଆଇନ ବାଲି, ପଥର କାରବାର ଓ ପରିବହନ କରୁଥିବା ମାଫିଆମାନଙ୍କୁ କଡା ଚେତାବନି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।ସରକାର କୌଣସି ନୂଆ ନିୟମ କରିନାହାଁନ୍ତି, ବରଂ ପୁରୁଣା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି।ବେଆଇନ ଭାବେ ବାଲି ବୋହୁଥିବା ଟ୍ରକ୍ ଏବଂ ବିନା ପରମିଟ୍‌ରେ ଚାଲୁଥିବା ଗାଡ଼ି ବିରୋଧରେ ଅଭିଯାନ ଜାରି ରହିବ।ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବାରୁ ଏଥିରେ କେନ୍ଦ୍ରୀୟ ଏଜେନ୍ସିର ସହାୟତା ନିଆଯାଉଛି।ତେବେ ଗଞ୍ଜାମରେ ବେଆଇନ ବାଲି ଓ ପଥର ମାଫିଆଙ୍କ ଘରେ ଚଢାଉ କରି ପ୍ରାୟ ୨.୬୩ କୋଟି ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏହା ସହ ଅନେକ ବିଳାସପୂର୍ଣ୍ଣ ଗାଡ଼ି…

Read More

ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡା ଚାଲିବ ଡଲଫିନ ଗଣନା । ଡଲଫିନ ଗଣନା ପାଇଁ ଗଠନ ହେଲା ୧୮ଟି ଟିମ । GPS ଟ୍ରାକ୍ ରେ ବାଇନକୁଲାର୍ ଦ୍ୱାରା ଏହି ଗଣନା କରାଯିବ। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ଜଣ । ବୋଟ ଆସୋସିଏସନକୁ ସୂଚନା ଦିଆଯାଇଛି । ଏନେଇ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରହିବ ।

Read More

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଟୁ ଦାଶ, ସୁନୀଲ ଅକୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ବିହାରୀ ସୁଟର କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ ସହ ଗୁଳି ଫୁଟାଇଥିବା କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଏହି ମାମଲାରେ ଗିରଫ ହୋଇଛନ୍ତି ।ଆଜି କୋର୍ଟରେ ଏହି ମାମଲାର କମିଟମେଣ୍ଟ ହେବାକୁ ଥିବାବେଳେ ଗିରଫ ସମସ୍ତ ୧୬ ଅଭିଯୁକ୍ତ ହାଜର ହେବେ ବୋଲି ସୂଚନା ମିଳିଛି ।ବର୍ତ୍ତମାନ ୧୫ଜଣ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଡୁ ଦାଶ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ମାମଲାର ତଦନ୍ତ ଜାରି ରହିଛି। କମିଟମେଣ୍ଟ ପରେ ଆଗାମୀ ଦିନରେ ପୁଲିସ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯିବ। ତାହାପରେ ଅଭିଯୁକ୍ତଙ୍କ…

Read More

ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣାରେ ତେଜୁଛି ବିବାଦ । ପୂର୍ବତନ ଜେଲର ଓ ବର୍ତ୍ତମାନର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟା ଯୁଦ୍ଧ । ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳ, ପୂର୍ବତନ ଜେଲର ସନ୍ତୋସିନୀ ଦାସଙ୍କ ବିରୋଧରେ ଚୌଦ୍ଵାର ଥାନାରେ ଆଜି ପାଲଟା ଏତଲା ଦେଇଛନ୍ତି । ଏତଲାରେ ପୂର୍ବତନ ଜେଲର ତଥା କଣ୍ଟାବାଞ୍ଜି ଜେଲର ବର୍ତ୍ତମାନ ଜେଲର ସନ୍ତୋଷିନୀ ଦାସ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି କହିଛନ୍ତି । ସରକାରୀ ରେକର୍ଡରେ ଜାଲିୟାତି ହୋଇନାହିଁ ବୋଲି ସେ କହିଛନ୍ତି ।ଏହାସହ ସନ୍ତୋଷିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଣାଇଛନ୍ତି ।ପୁଲିସ ତଦନ୍ତ କରୁଛି, ସତ ସାମ୍ନାକୁ ଆସିବ ବୋଲି ଅଧିକ୍ଷକ ରାଉଳ ପ୍ରତିକ୍ରିୟା ରଖିଛନ୍ତି ।

Read More

ଚିଲିକାରେ ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ । ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ । ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଥିଲେ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆସିଛନ୍ତି ୪ ହଜାର ୯ ଶହ ୭୨ଟିପକ୍ଷୀ । ସେଥିମଧ୍ୟରେ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଅଛନ୍ତି । ଚିଲିକାର ନୀଳ ଜଳରାଶିରେ ଚଳିତ ବର୍ଷ ମୋଟ ୧୯୬ଟି ପ୍ରଜାତିର ପକ୍ଷୀ ବିଚରଣ କରୁଥିବା ଦେଖାଯାଇଛି । ଏହି ନୂଆ ଅତିଥିଙ୍କ ଆଗମନ ଚିଲିକାର ଜୈବ-ବିବିଧତାକୁ ଆହୁରି ସମୃଦ୍ଧ କରିଛି । ଚିଲିକାରେ ଉପଯୁକ୍ତ ଖାଦ୍ୟ ଏବଂ ସୁରକ୍ଷିତ ପରିବେଶ…

Read More

ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା। ଏଣିକି ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ସେ କହିଛନ୍ତି ଯେ ୧୧ ପୃଷ୍ଠାର ଚିଠା ମାର୍ଗଦର୍ଶିକାକୁ ଅନୁମୋଦନ ମିଳିଛି । ଅନୁମୋଦନ ଦେଇଛନ୍ତି ପରିଚାଳନା କମିଟି । ସରକାରଙ୍କ ଅନୁମୋଦନ ପରେ ଚୂଡାନ୍ତ ଏସଓପି ଆସିବ । ଚୂଡାନ୍ତ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଗଣତିମଣତି ହେବ ।

Read More

ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଯୋଗଜୟାନନ୍ଦ RCCF ଭୁବନେଶ୍ୱର ଯୋଗଦେଇ ଉଦଘାଟନ କରିଥିଲେ ।୫ଟି ରେଞ୍ଜ ରେ ମୋଟ ୨୨ ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ ଏହି ପକ୍ଷୀ ଗଣନାରେ ନିୟୋଜିତ ରହିବେ । ସକାଳ ୬ ଟାରୁ…

Read More

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ମୁମ୍ବାଇ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତି ବେଳେ ମୃତ୍ୟୁ ଘଟିଛି।ଗତ ୧୦ ତାରିଖରେ ହୋଇଥିଲା ବିମାନ ଦୁର୍ଘଟଣାଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ…

Read More