Author: sanitelevision

ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ । ଏପର୍ଯ୍ୟନ୍ତ ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଯାଞ୍ଚ ଜାରି ରହିଛି ।ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଇ-କେୱାଇସି ଯାଞ୍ଚବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ । ଯୋଜନାରୁ ବାହାରି…

Read More

ଆସନ୍ତା ୨୬ ତାରିଖରେ ଭୁବନେଶ୍ଵର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୨୪ ତାରିଖ ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟତ ନିମନ୍ତେ କଟକଣା ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍‌ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହାନଗୁଡ଼ିକ କେଶରୀ ଟକିଜ୍‌ଠାରୁ ଆଗକୁ ନ ଯାଇ ସେହିଠାରୁ ବାମପାର୍ଶ୍ୱ ଲେନ୍‌ରେ ଯିବ। ସେହିପରି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ…

Read More

ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ପୋଲିସ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନାଥାଉକି, ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ଏତେ ଦିନ ବିତିଯାଇଥିଲେବି ଏପର୍ଯ୍ୟନ୍ତ ସବୁ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରିନଥିଲା |ସେପଟେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ପୀଡ଼ିତାଙ୍କ ଚିକିତ୍ସା ଚାଲଥିବାବେଳେ ସୋମବାର ଆସିଥିବା ଯୁବତୀଙ୍କ ମେଡିକାଲ ରିପୋର୍ଟରୁ, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍‌ ଟେଷ୍ଟ ଓ ସିଟିସ୍କାନ୍‌ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ…

Read More

ପିଏମ୍ ପୋଷଣ ଯୋଜନାରେ କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକାଙ୍କ ପାଇଁ ଖୁସି ଖବର । ପାଚକ-ପାଚିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) ରାଜ୍ୟରେ ନିୟୋଜିତ ହୋଇଥିବା ୧,୧୨,୦୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ପରି ଶସ୍ୟର ପରିବହନ ଖର୍ଚ୍ଚକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ସର୍ବାଧିକ ୭୫ଟଙ୍କା…

Read More

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। କାଳ ୧୦ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍‌ବୋଧନ ଦେବେ । ଏହାପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ ।୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

Read More

ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନ ଦ୍ୱାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡିଶା ପୋଲିସର SOG ଯବାନଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓଡ଼ିଶା ପୁଲିସର ଏସଓଜି ଯବାନଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Read More

୩ ଦିନିଆ ଜାତୀୟ କର୍ମଶାଳାରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି ) । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ନେଇ ବିଜ୍ଞପ୍ତି ଜାରି ହୋଇଛି।ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଶିଶୁ ବାଟିକା ୩ କୁ ଆରମ୍ଭ କରିବ ଓଡ଼ିଶା। ଓଡ଼ିଶାର ୬୩ ହଜାର ସ୍କୁଲ୍ ରେ ଶିଶୁ ବାଟିକା ୩ ଅନୁଯାୟୀ ୫ ବର୍ଷର ପିଲାଙ୍କୁ ନେଇ ଏପ୍ରିଲ ମାସରେ ଆରମ୍ଭ ହେବ ଶିଶୁ ବାଟିକା । ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଆୟୋଜନ ରେ ଜାତୀୟ ଶିକ୍ଷାନୀତି ୨୦୨୦ ର ୩ ଦିନିଆ…

Read More

ଅମାନିଆ ଗାଡି ଚାଳକ ସବଧାନ! ଏଣିକି ଆଉ ଚଳିବନି ମୋଡିଫାଏଡ ସାଇଲେନ୍ସର।ବେଶୀ ବିଶୃଙ୍ଖଳା କଲେ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଡିସିପି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରୋଡ଼ ସେଫଟି ପାଇଁ ଏନଫୋର୍ସମେଣ୍ଟ କମିଶନରେଟ ପୋଲିସ ଆରମ୍ଭ କରିଛି । ବିକଟାଳ ଶବ୍ଦ କରି ଗାଡି ଚଲାଉଥିବା ରୋଡ ରୋମିଓଙ୍କୁ ବିଶୃଙ୍ଖଳା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ଯାନବାହନ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି। ତେବେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରୋକିବା ପାଇଁ 10 ଟି ଜାଗାରେ ଗତକାଲି ରାତିରେ ବ୍ଲକିଂ କରାଯାଇଥିଲା । ବହୁ ଗାଡି ଜବତ କରି ଚାଲାଣ କରାଯାଇଛି । ଆଗକୁ ଆହୁରି ଜୋରଦାର ହେବ ଟ୍ରାଫିକ ଚେକିଂ ହେବ ବୋଲି…

Read More

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ।ଦୂରଦୂରାନ୍ତରୁ ଅନେକ ଭକ୍ତ କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଲୋକଙ୍କ ବିଶ୍ୱାସ କୁମ୍ଭମେଳାରେ ଶାହି ସ୍ନାନ କରିବା ଦ୍ୱାରା ପାପ କ୍ଷୟ ହେବ ଏବଂ ପୁଣ୍ୟ ମିଳିବ ।ତେବେ ଏହା ପୂର୍ବରୁ ୨୭ ଜାନୁଆରୀ ରେ ମହାକୁଂଭ ଯିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ ଫେବୃୟାରୀ ଏବଂ ୧୦ ଫେବୃୟାରୀରେ ମହାକୁମ୍ଭରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ଯାଏଁ ଚାଲିବ। ଏହା ମଧ୍ୟରେ ମୋଟ ୬ଟି ସ୍ନାନ ଅବସର ରହିଛି, ଯାହା ମଧ୍ୟରୁ ୩ଟି ଅମୃତ ସ୍ନାନ। ୩ ଅମୃତ ସ୍ନାନ ମଧ୍ୟରୁ ଗୋଟେ ସ୍ନାନ ସରିଛି।

Read More

ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି।ଜାତୀୟ ପତାକା ଉତ୍ତୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି।ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ। ତେବେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୁବର୍ନପୁର, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସୁନ୍ଦରଗଡ, ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯାଜପୁର, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାୟଗଡା, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗଜପତି ପତାକା ଉତ୍ତୋଳନ…

Read More