‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା।ତୁରନ୍ତ ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ କରିବା ପାଇଁ କହିଲେ ପ୍ରଭାତୀ ପରିଡ଼ା ।ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସରକା କହିଛନ୍ତି । ଏଥିରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି। ସେମାନଙ୍କୁ ଅନୁରୋଧ କରିଛନ୍ତି, ଟଙ୍କା ପାଇବା ପାଇଁ ଶୀଘ୍ର ଆବେଦନ କରନ୍ତୁ।
Author: sanitelevision
ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ।ପରିକି ମନ୍ଦିର ପରିସରରେ ମୋବାଇଲ ଫୋନ୍ ମଧ୍ୟ ନିଷେଧ କରାଯାଇଛି। ନିୟମ ଉଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା ।ବର୍ତ୍ତମାନ ପୁଲିସ୍ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ। ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ। ସେହିପରି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପଚୁନ ଓ ୟୁରେନସ ଦୃଶ୍ୟମାନ ହେବେ। ସାଧାରଣ ଲୋକେ ଯେପରି ଏହି ବିରଳ ଦୃଶ୍ୟକୁ ଦେଖିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସବୁଦିନ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ
ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ରକୁ ସଞ୍ଚାଳନରେ ବାଧା ସୃଷ୍ଟି କରେ ଏବଂ ହୃଦଘାତର ଆଶଙ୍କା ଅନେକ ଗୁଣ ବଢାଇ ଦିଏ |ଏହା ମଧୁମେହ, ହୃଦରୋଗ ଓ ହୃଦଘାତ, ଉଚ୍ଚରକ୍ତଚାପ, ମସ୍ତିଷ୍କଘାତ, ଫ୍ୟାଟି ଲିଭର୍, ଡିସ୍-ଲିପିଡେମିଆ, ନିଶ୍ୱାସପ୍ରଶ୍ବାସରେ, ଆଣ୍ଠୁଗଣ୍ଠି ବାତ ପ୍ରଜନନ କ୍ଷମତା ହ୍ରାସ ଆଦିର କାରଣ ହୋଇଥାଏ |ମିଶିଗନ୍ ୟୁନିଭରସିଟିର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ରେଟ୍ ମିଟ୍ ଏବଂ ତେଲିଆ ଖାଦ୍ୟ ଯେପରିକି ବର୍ଗର, ସସ୍, ଭିନେଗାର ଆହାର ସମ୍ବନ୍ଧିତ ଖାଦ୍ୟ ଆମ ମୃତ୍ୟୁର କାରଣ ହୋଇପାରେ ।ରେଡ୍-ମିଟ୍ କ’ଣ: ଯେମିତିକି ନାଁରୁ ଜଣାପଡୁଛି ଏହା ନାଲି ରଙ୍ଗର ମା°ସ ହୋଇଥିବ। ଯଦି ଆମେ ମାଛ କିମ୍ବା କୁକୁଡ଼ା କିମ୍ବା ଅନ୍ୟ କୌଣସି ଚଢେଇ ମା°ସ ଦେଖିବା ତାହେଲେ ତାହା ଇଷତ୍…
ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈ କୁଳ ପାଟଣା ଗାଁରେ ବାହାଘର ହୋଇଛି । ପୂର୍ବ ପ୍ରସ୍ତୁତ ଅନୁସାରେ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ବରଯାତ୍ରୀଙ୍କ ଖାଇବା ହେବାର ବ୍ୟବସ୍ଥା ଥିଲା। ଏହି ଖବର ପାଇ କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଉପସ୍ଥିତରେ ଏହି ଭୋଜି ଭାତ ନକରିବାକୁ କନ୍ୟାଘରକୁ ବୁଝାସୁଝା କରାଯାଇଥିଲା । ବରଯାତ୍ରୀମାନଙ୍କ ପାଇଁ କରାଯାଉଥିବା ଭୋଜିକୁ ବନ୍ଦ…
ସମାନ ନାଗରିକ ସଂହିତା (ୟୁସିସି)ର ନିୟମାବଳୀଗୁଡ଼ିକୁ ଉତ୍ତରାଖଣ୍ଡ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଖୁବ୍ଶୀଘ୍ର ୟୁସିସି କାର୍ଯ୍ୟକାରୀ ହେବା ନେଇ ତାରିଖ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର କହିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ତାଲିମ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିବାରୁ ଯଥାଶୀଘ୍ର ସମ୍ଭବ ରାଜ୍ୟରେ ୟୁସିସି ଲାଗୁ ହେବ ବୋଲି ଧାମି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବା ନେଇ ୨୦୨୨ ନିର୍ବାଚନ ପୂର୍ବରୁ ଭାଜପା ପ୍ରତିଶ୍ରୁତି ଦେଇଥିଲା । ବିଶେଷଜ୍ଞ କମିଟି ଚିଠା ନିୟମାବଳୀ ପ୍ରସ୍ତୁତ କରିବା ପରେ ବିଧାନସଭାରେ ବିଲ୍ ଗୃହୀତ ହୋଇଥିଲା । ରାଜ୍ୟପାଳ ଏବଂ ରାଷ୍ଟ୍ରପତି ବିଲ୍କୁ ଅନୁମୋଦନ କରିସାରିଥିବାରୁ ଏହା ଆଇନରେ ପରିଣତ ହୋଇଛି । ସମସ୍ତଙ୍କ ପାଇଁ ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବାକୁ ଯାଉଛି ।
ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ ମହିଳା ମାଓବାଦୀ ମଧ୍ୟ ଅଛନ୍ତି |ଘଟଣାସ୍ଥଳରୁ ବିପୁଳ ପରିମାଣର ମାରାଣାସ୍ତ୍ର, ଆଇଡି ଓ ଗୋଟେ SLR ବନ୍ଧୁକ ଜବତ କରାଯାଇଛି। ଓଡ଼ିଶା-ଛତିଶଗଡ଼ ପୋଲିସର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି। ଓଡ଼ିଶାର SOG ଓ ଛତିଶଗଡ଼ E-30 ଫୋର୍ସ ପକ୍ଷରୁ ଅପରେସନ କରାଯାଇଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ସୋମବାର ଦିନ ଦୁଇ ମାଓବାଦୀ ନିହତ ହୋଇଥିବା ବେଳେ ମଙ୍ଗଳବାର ଟଳିଥିଲେ ୧୦ରୁ ଅଧିକ ମାଓବାଦୀ । ଏନ୍କାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏବେବି କୁମ୍ବିଂ ଅପରେସନ ଜାରି ରହିଛି ।
ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଏହି ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ ,ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ , ଯାହାନିଆ ଠାରୁ ଗଙ୍ଗା ଦେବୀ ପର୍ଯ୍ୟନ୍ତ ଗୋଟିଏ ଟିମ ସେହିପରି ଯାହାନିଆ ଠାରୁ ବାଲେଶ୍ଵର ପର୍ଯ୍ୟନ୍ତ ସମୁଦ୍ର କୂଳରେ ଦୁଇଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ତେବେ ଅସ୍ତରଙ୍ଗ-ଚନ୍ଦ୍ରଭାଗା ମୁହାଣ ନିକଟରେ ଡେରା ପକାଇଥିବା ଟିମ୍ ଗୋଟିଏ ହେଲେ ଡଲଫିନ ଦେଖିବାକୁ ପାଇ ନ ଥିବା କହିଛନ୍ତି ଅସ୍ତରଙ୍ଗ ବନ ଅଧିକାରୀ ମୋନାଲିସା ମହାପାତ୍ର । ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ…
ସୋମବାର (ଜାନୁଆରୀ ୨୦)ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ କହିଥିଲେ ଯେ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଶପଥ ଗ୍ରହଣ କରିବାର କିଛି ସମୟ ପରେ, ରାଷ୍ଟ୍ରପତି ଟ୍ରମ୍ପ ଅନେକ ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। କହିଲେ ପାନାମା କେନାଲ ଉପରେ ପୁଣି କବ୍ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍ଫ ଅଫ୍ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଆମେରିକାକୁ ଓହରିଯିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଟ୍ରମ୍ପ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି।ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ।। ମେକ୍ସିକୋ ଏବଂ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଆଶା କରାଯାଉଛି ଯେ ଏହି ନିୟମ ଆସନ୍ତା ମାସ (ଫେବୃଆରୀ)ରୁ କାର୍ଯ୍ୟକାରୀ…
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମଲେଖାଇବା ନିୟମକୁ ଦେଇ କୁ ସଂଶୋଧିତ କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।ତେବେ ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯିବ । ଏହି ଶିଶୁ ବାଟିକା ପାଇଁ ପିଲାଙ୍କର ବୟସ ୫ରୁ ୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଯେଉଁଥିରେ ପିଲାମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ନେଇ ସ୍ବଳ୍ପ ଖେଳ କୁଦ, ମାନସିକ ଭାବେ ପାଠ ପଢିବାକୁ ପ୍ରସ୍ତୁତ କରାଯିବ ।









