Author: sanitelevision

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ।ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଲାଗି ହଲ୍‌ ଟିକେଟ ଉପଲବ୍ଧ ହେବ। jeemain.nta.nic.in. ୱେବସାଇଟରୁ ଛାତ୍ରଛାତ୍ରୀମାନେ ହଲ ଟିକେଟ ପାଇପାରିବେ।ପୂର୍ବରୁ ହଲ ଟିକେଟ ଜାରି କରାଯିବ। ଚଳିତ ମାସ ଆରମ୍ଭରୁ ସହର ସ୍ଲିପ ପ୍ରକାଶ କରାଯାଇଥିଲା। ଯାହାଫଳରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଆଗୁଆ ନିଜ ନିଜ ପରୀକ୍ଷା କେନ୍ଦ୍ର ବା ପରୀକ୍ଷା ପାଇଁ ସ୍ଥିରୀକୃତ ସହରକୁ ଯାତ୍ରା କରିପାରିବେ।

Read More

ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ସେ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି ।ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି । ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ପୂର୍ବରୁ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି ବୋଲି କେତେ ଜିଲ୍ଲା ରେ ବିବାଦ ଦେଖା ଦେଇଛି । କିନ୍ତୁ ଏବେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ସଫା ସଫା କହିଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି…

Read More

ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ। ଦୋଳିରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।ମେଡିକାଲ୍‌ ଭିତରେ ଶିକ୍ଷକଙ୍କୁ ଘେରିଲେ ମୃତ ଛାତ୍ରଙ୍କ ପରିବାର ।ତେବେ ଏପରି ଘଟଣା ପଛରେ ସ୍କୁଲ କତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ମେଡିକାଲ ପରିସରରେ ଏବେ ସ୍ଥାନୀୟ ଲୋକଙ୍କ ଗହଳି ଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ ତଳକୁ ଖସି ପଡ଼ିଥିଲେ । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ନିକଟ ଦାନଗଦି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଛାତ୍ର ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Read More

ଆୟକରଦାତା ନେଉଥିଲେ ରାସନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାମୁତାବକ ଏବେ ସରକାରଙ୍କ ନିର୍ଦ୍ଦେଶାନୁସାରେ, ରାସନ କାର୍ଡରୁ ମିଳୁଥିବା ରାସନ ଲାଗି ହିତାଧିକାରୀଙ୍କୁ ଇକେୱାଇସି(eKYC) କରିବାକୁ ବାଧ୍ୟ୍ୟ । ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ହିତାଧିକାରୀଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ରାସନ କାର୍ଡଧାରୀ ଇକେୱାଇସି କରୁନାହାନ୍ତି,…

Read More

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଏନେି କରିନା କପୁର ତାଙ୍କର ବୟାନ ରେକର୍ଡ କରିଛନ୍ତି । କରିନା କପୁର ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ,ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ ବିଲ୍ଡିଂର ୧୨ ମହଲାକୁ ପଠାଇଦେଲେ । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି । କରିନା ଏହା ମଧ୍ୟ କହିଥିଲେ ଯେ ଆକ୍ରମଣକାରୀ ଘରୁ କିଛି ଚୋରି କରି ନାହାଁନ୍ତି, କିନ୍ତୁ ସେ ବହୁତ ଆକ୍ରମଣାତ୍ମକ ଥିଲେ । ସେ ସୈଫଙ୍କୁ ଅନେକ ଥର ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମୁଁ ବହୁତ ଭୟଭୀତ ହୋଇଯାଇଥିଲି,ସେଥିପାଇଁ କରିସ୍ମା ମତେ ତାଙ୍କ ନିଜ…

Read More

ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ଏହି ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ । ସଂସଦ ବଜେଟ୍ ଅଧିବେଶନ ସମୟରେ ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭର ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ସଂଯୁକ୍ତ ବୈଠକରୁ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଷ୍ଟଦଶ ଲୋକସଭାର ଏହା ତୃତୀୟ…

Read More

ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା ।ସୂଚନାନୁଯାୟୀ, ଦୀଘା ମୁହାଣ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଟଲରଟି କିଭଳି ବୁଡ଼ିଲା ତାହାକୁ ନେଇ ସ୍ଥାନୀୟ ମେରାଇନ ଥାନା ପୋଲିସ ଅଧିକ ତଦନ୍ତ କରୁଛି।

Read More

ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୫ ଜଣକୁ ଗିରଫ କରିଛି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗୁରୁବାର ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଟୁସୁ ପର୍ବ ଦେଖିବାକୁ ଯାଇଥିବା ସମୟରେ, ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ୬ ଦୁର୍ବୃତ୍ତ। ଯୁବତୀଙ୍କୁୁ ଦୁର୍ବୃତ୍ତମାନେ ବିଶ୍ରା ଥାନା ତେତେରକେଲା କୋଏଲ ନଦୀ ପଠାରେ ଗଣ ଦୁର୍ଷ୍ମମ କରିଥିଲେ। ସେପଟେ ପୁରୁଷ ବନ୍ଧୁଙ୍କ ଅଭିଯୋଗ ଅନୁସାରେ ପୋଲିସ ଏହି ଦୁର୍ବୃତ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ହେଲେ ଏହି ସମୟରେ ଜଣେ ଅଭିଯୁକ୍ତ ଫେରାର ଅଛି |ଗତ କିଛି ମାସ ହେବ ରାଉରକେଲା ସହରକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। କେବଳ ରାଉରକେଲା ସହରରେ ଗତ ସେପ୍ଟେମ୍ୱରରୁ ଆଜି ପର୍ଯ୍ୟନ୍ତ ୧୨ଟି ନାବାଳିକା ଦୁଷ୍କର୍ମ ମାମଲା ଘଟିଯାଇଛି। ଏହା ରାଉରକେଲା ପୁଲିସ ପାଇଁ…

Read More

ବାପା ବିଜୟକୁମାର ମା’ ସ୍ୱପ୍ନାଙ୍କ ଝିଅ ଦେବସ୍ମିତା ଲକ୍ଷ୍ୟ ରଖିଛନ୍ତି ୟୁନିଫର୍ମରେ ନହେଲେ ପ୍ରଶାସନିକ ସ୍ତରରେ ଦେଶର ସେବା କରିବେ l ରାଜ୍ୟର ୧୫୦ଜଣ NCC କ୍ୟାଡ଼ରଙ୍କ ମଧ୍ୟରୁ ଜଣେ ମାତ୍ର ଚୟନ ହୋଇଥିବା ଦେବସ୍ମିତା ଏବେ ନୂଆ ଆଶା ଓ ନୂଆ ସ୍ୱପ୍ନର ଖୁସି । କାରଣ ତାଙ୍କୁ ଡାକିଛନ୍ତି ପ୍ରଥମ ନାଗରିକ ମେଡ଼ମ ପ୍ରେସିଡେଣ୍ଟ l ଖୋଦ ମହାମହିମଙ୍କ ନିମନ୍ତ୍ରଣ ତାଙ୍କ ସହ ବସି ରାତ୍ରି ଭୋଜନ କରିବେ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ସିନିୟର NCC ଅଫିସର ଦେବସ୍ମିତା ବେନିଆ l ଘରେ ପୁରା ପରିବାର ଏବେ ଖୁସି କାରଣ ସ୍ୱପ୍ନ ବି ଏମିତି ଦେଖିନଥିଲେ ।

Read More

ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ । ତେଣୁ ଉପଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ସହିତ ଏହି ଆଇନର ଦୁରୂପଯୋଗକୁ ରୋକିବାରେ ଉପଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି ।ଏହି ଆଇନ ଅନୁଯାୟୀ…

Read More