ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ । ଯେଉଁଥିରେ ତାଙ୍କୁ ଏକ ରାତ୍ରି ଭୋଜନରେ ସାମିଲ ହେବାକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏକ କ୍ୟାଣ୍ଡେଲ ଲାଇଟ୍ ଡିନରରେ ଭାରତର ଏହି ଧନୀ ଦମ୍ପତ୍ତି ସାମିଲ ହେଇଥିଲେ । ଯେଉଁଠି ସେ ଟ୍ରମ୍ପଙ୍କ ସହିତ ଏହି ଫଟୋ ଉଠାଇଛନ୍ତି ।ଟ୍ରମ୍ପ ଶପଥ ନେବା ପରେ, ତାଙ୍କ ନୂଆ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ,…
Author: sanitelevision
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ସକାଳର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ…
ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଘଟିଛି। ୫୭ ଜଣ ପର୍ଯ୍ୟଟକଙ୍କୁ ନେଇ ପରିଭ୍ରମଣ କରାଇବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜଙ୍ଗଲ ମଝିରେ ଟୟଟ୍ରେନ୍ ଅଟକି ଯାଇଛି।। ଟୟ ଟ୍ରେନର ଇଞ୍ଜିନ ଓ ବ୍ୟାଟେରୀ ବଗିକୁ ସଂଯୋଗ କରୁଥିବା ଅନ୍ୟ ୩ଟି ପର୍ଯ୍ୟଟକ ବସିବା ବଗିଗୁଡ଼ିକ ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା । ବଗିଗୁଡ଼ିକୁ ସଂଯୋଗ କରି ଧରି ରହିଥିବା ଏୟାର ପାଇପ୍ ଏବଂ ହୁକ ଗୁଡ଼ିକ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଅନ୍ୟ ଗାଡ଼ି ସାହାଯ୍ୟରେ ଉଦ୍ଧାର କରିଥିଲେ । ପରେ ଟୟ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ସେମାନଙ୍କ ଟିକେଟ ପଇସା ଫେରାଇ ଦିଆଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଛନ୍ତି ।ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ନଭେମ୍ବର ୮ତାରିଖରେ ନନ୍ଦନକାନନରେ ଏହି ଆଧୁନିକ ବ୍ୟାଟେରି ଚାଳିତ ଟୟଟ୍ରେନ୍ ଆରମ୍ଭ ହୋଇଥିଲା।…
ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।। ଏହା ସହ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ମାସକୁ ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨ ହଜାର ୫୨୦ ଟଙ୍କା ଏବଂ ୩୦୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ୪ ହଜାର ୨୦୦ଟଙ୍କା ଦେଉଥିବାବେଳେ, ଆସନ୍ତା ଫେବୃୟାରୀ ପହିଲାରୁ…
ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ସାରୁଆଳି ଗାଁର ଜଣଙ୍କ ବଗିଚାରେ ନାବାଳକମାନେ ଖେଳୁଥିବା ବେଳେ କାନ୍ଧିଆ ଖାଇଥିଲେ ।କାନ୍ଧିଆରେ ଲୁଣ ଲଗାଇଖାଇବାକୁ ଯାଉ ପଟାସ ସାରକୁ ଖାଇଦେଇଥିଲେ। କିଛି ସମୟ ପରେ ଖେଳୁଥିବା ବେଳେ ନାବାଳକ ମାନେ ପ୍ରବଳ ବାନ୍ତି କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଥିବା ଜଣାପଡିଛି।
ଡଲଫିନ୍ ଗଣନା ନେଇ ଶେଷ ହୋଇଛି ଟ୍ରେନିଂ କାର୍ଯ୍ୟକ୍ରମ । ବାଲୁଗାଁ-ବଡ଼କୂଳ ସ୍ଥିତ CDA ର ରିସର୍ଚ୍ଚ ସେଣ୍ଟର ପରିସରରେ ଏବଂ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ସୋମବାର ସକାଳ ୬ଟା ସମୟରେ ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱ।ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯିବ । ଆଜି ଅର୍ଥାତ ୨୦, ୨୧, ୨୨ ଅର୍ଥାତ ୩ ଦିନ ଧରି ଡଲଫିନ୍ ଗଣନା ହେବ।ବିଶେଷଜ୍ଞ, ଗବେଷକ, ରିସର୍ଚ୍ଚ ପର୍ସନ ଓ ଟୁରିଷ୍ଟ ଗାଇଡ୍, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ହେଉଛନ୍ତି । ପାଗ ଅନୁକୂଳ ରହିଲେ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।
ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଥିବାରୁ ଜିଓଲୋଜିକାଲି ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଡ୍ରୋନ୍ ଜରିଆରେ ଖୋଜା ଅଭିଯାନ ଆରମ୍ଭ ହୋଇଛି। ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି। ଏଆଇ କହିବ କେଉଁଠି ଅଛି କେଉଁ ଖଣି । ଡ୍ରୋନ୍ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା। ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଖଣିଜ ସର୍ଭେ ଜୋର୍ ଧରିବ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, କଟକ ଜିଲାର ନାରାଜରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଏକ ଇଭି ଗାଡି ଏବଂ ଉପାଦାନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ଜଗତସିଂହପୁର ଜିଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି।
ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ । ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରା ପଡିବେ ।ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଲଂଘନକାରୀଙ୍କୁ ୨ ହଜାର କରିମାନା କିମ୍ବା ୩ ମାସର ଜେଲଦଣ୍ଡ ହୋଇପାରେ ।ରାଜ୍ୟରେ ଥିବା 22 ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଇ – ଡିଟେକ୍ସନ ଜରିଆରେ କଟିବ ଇ-ଚାଲାଣ । ପୁନର୍ବାର ଉଲଂଘନ କଲେ 4 ହଜାର ଟଙ୍କା ଫାଇନ କିମ୍ବା 3 ମାସ ଜେଲ ଦଣ୍ଡ ମିଳିବ ।
ଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ। ପୋଲିସର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଥିରେ ରହିବ ଲାପଟପ୍, ସ୍ମାର୍ଟ ଫୋନ୍, ପେନ୍ ଡ୍ରାଇଭ୍ । ତଦନ୍ତକରି ଅଧିକାରୀଙ୍କୁ ଇନ୍ଧନ, ମେଣ୍ଟେନଂଶ ପାଇଁ ମଧ୍ୟ ଖର୍ଚ୍ଚ ଦିଆଯିବ । ଏଣିକି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ବଜେଟ । ଏନେଇ ରାଜ୍ୟ ସରକାରଙ୍କୁ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗତ ବର୍ଷ ଦୁଇ ଲକ୍ଷ 11ହଜାର ମାମଲା ହୋଇଥିଲା । ତଦନ୍ତକାରୀ ଅଧିକାରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛନ୍ତି । ସେଥିପାଇଁ…
ମୋଦି ସରକାରଙ୍କ ବଡ ଭେଟି । ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସ୍ବାମୀତ୍ବ ଯୋଜନାରେ ଦେଶର ୫୦ ହଜାରରୁ ଅଧିକ ଗାଁରେ ୬୫ ଲକ୍ଷର ସଂପତ୍ତି କାର୍ଡ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହି କାର୍ଯ୍ୟକ୍ରମରେ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖର ସମ୍ପତ୍ତି ମାଲିକମାନଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ଯେ ଦେଶର ବିକାଶରେ ଜମି ଏବଂ ଘର ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ସମ୍ପତ୍ତିର ରେକର୍ଡ ଥାଏ, ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଏ ।ଏବେବି ଭାରତର ଅନେକ ଗାଁରେ କୋଟି କୋଟି ଟଙ୍କାର ସଂପତ୍ତି ଥିବା ସତ୍ତ୍ବେ ଆଇନଗତ ଦଲିଲ ନଥିବା ଯୋଗୁ ଅସୁବିଧାର ସାମ୍ନା କରନ୍ତି…









