ବ୍ୟବସାୟରେ ଲାଞ୍ଚ ଟଙ୍କା ଲଗାଉଥିଲେ ସରକାରୀ ବାବୁ । ଯାଜପୁର ଜାରକା ଆର୍ଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଚଢ଼ାଉ ବେଳେ ଏସବୁ କାରନାମା ପଦାକୁ ଆସିଛି । ଭୁବନେଶ୍ୱର ସଦର ବାଲିଅନ୍ତା ଥାନା ବେଣ୍ଟପୁର ଗାଁରେ ଭୀମସେନଙ୍କ ଘର । ତାଙ୍କର ଆଲିସାନ ଘର ସାଙ୍ଗକୁ ସିଲିଂ ଦେଖି ଭିଜିଲାନ୍ସ ଟେରା ।ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ ହଜାର ୯୪୦ଟଙ୍କା ଲାଞ୍ଚ ନେଉଥିଲେ । ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ତାଙ୍କୁ ଜେରା କରାଯାଇଥିଲା । ଗତକାଲି ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର…
Author: sanitelevision
ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ଉମା ନନ୍ଦୁରୀଙ୍କୁ ପିସିସିଏଫ୍(କେଏଲ୍) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ପ୍ରେମକୁମାର ଝା’ଙ୍କୁ ପିସିସିଏଫ୍(ବନ୍ୟପ୍ରାଣୀ) ଏବଂ ସିଡବ୍ଲ୍ୟୁଏଲ୍ଡବ୍ଲ୍ୟୁ ସହିତ ଓଡ଼ିଶା ବନନିଗମ ପରିଚାଳନା ନିର୍ଦ୍ଦେଶକ, ଡ. କେ. ମୃଗସେନ୍ଙ୍କୁ ପିସିସିଏଫ୍-ହପ୍ର ପିସିସିଏଫ୍, ଏଫ୍ଡି ଓ ଆଞ୍ଚଳିକ ନିର୍ଦ୍ଦେଶକ, ମନୋଜ ଭି. ନାୟାରଙ୍କୁ ନନ୍ଦନକାନନ ନିର୍ଦ୍ଦେଶକ ସହ କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି. ରାଜେଶଙ୍କୁ ପରିବେଶ ନିର୍ଦ୍ଦେଶକ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।
ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି। ଏମିତିରେ ଦୁଇ ତିନି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। କିଛି କିଛି ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ଏମିତିରେ ୩ ଦିନ ହେବ ମୟୁରଭଞ୍ଜରେ ଲାଗି ରହିଛି ବର୍ଷା। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟକୁ ୨ ଦିନ ବନ୍ଦ ରଖିବା ନେଇ ନିଷ୍ପତ୍ତି ହୋଇଛି।
ଆଗକୁ ଆସୁଛି ଇଦ୍, ରାମ ନବମୀ, ହନୁମାନ ଜୟନ୍ତୀ। ତେଣୁ ଶାନ୍ତି ଶୃଙ୍ଖଳା ସହ ସବୁ ପର୍ବ ପାଳନ ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ। ଦାଗୀ କ୍ରିମିନାଲଙ୍କୁ ତଡ଼ିପାର କରାଯିବ। ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଏପ୍ରିଲ ୬ରେ ଶ୍ରୀରାମ ନବମୀ, ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି ।ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଡିଜିପି ଖୁରାନିଆ ପର୍ବପର୍ବାଣୀ ଗୁଡିକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ବେଶ୍ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି।ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ।ଏଥିପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ସମେତ ୧୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।
କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା । ଗୃହରେ ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ । ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ।କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସିଧା କହିଛନ୍ତି ମନ୍ତ୍ରୀ କିଛି ଜାଣିନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ । ପୁଣି ପୁରୁଣା କଥାକୁ ଦୋହରାଇ କହିଛନ୍ତି ଉତ୍କଳ,କଳିଙ୍ଗ ଓ କୋଶଳକୁ ନେଇ ଗଠନ ହୋଇଛି ଓଡ଼ିଶା ।
ଆକ୍ସନରେ ବହ୍ମପୁର ପୋଲିସ। ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ହୁକା ବାର୍ ଉପରେ ହେଉଛି ଘନ ଘନ ଚଢ଼ାଉ। ଜବତ କରାଯାଉଛି ହୁକା ସାମଗ୍ରୀ। ବ୍ରହ୍ମପୁର ସହରରେ ଖୁଲମ ଖୁଲା ଚାଲିଥିବା ଅନେକ ହୁକା ବାର୍ ଉପରେ ଶୁକ୍ରବାର ଏଭଳି ଚଢ଼ାଉ କରିଛି ପୋଲିସ । ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବେଆଇନ୍ ଭାବରେ ଚାଲିଥିଲା ହୁକ୍କା ବାର୍। ଏହି ହୁକ୍କା ବାର୍ ଗୁଡ଼ିକରେ ଅନେକ ସମୟରେ ଲାଗି ରହୁଥିଲା ଗ୍ରାହକଙ୍କ ଭିଡ଼। ବିଶେଷ କରି ନାବାଳକ ଏହି ହୁକ୍କା ବାର୍ ଗୁଡ଼ିକରେ ଭିଡ଼ ଜମାଉଥିଲେ। ଏନେଇ ଖବର ପାଇ ଉକ୍ତ ହୁକ୍କା ବାର୍ ଗୁଡ଼ିକରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ।ନିଶା ଦ୍ରବ୍ୟ ବିକ୍ରି କରିବାର କୌଣସି ଅନୁମତି ଦର୍ଶାଇ ପାରିନାହାନ୍ତି ସମ୍ପୃକ୍ତ ହୋଟେଲ ତଥା ବାର୍ ମାଲିକ।ନାବାଳକମାନେ ଏଭଳି ନିଶା ଦ୍ରବ୍ୟ ସେବନ…
ଗିରଫ ହେଲେ ଦୁଇ ଜାହାଜ । ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ଗିରଫ କରିଛି ପାରାଦୀପ ମେରାଇନ ପୋଲିସ ।ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବାବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ଓସେନ୍ ଜାଡେ, ଓସେନ୍ ମୋର୍ଗାନାଇଟ ଜାହାଜ ପାରାଦୀପରେ ଥିବା ବେଳେ ଆଲ୍ଫାଡ୍ ମେରାଇନ ଲିମିଟେଡ ପକ୍ଷ୍ୟରୁ ଏହି ମାମଲା ଦାୟର କରାଯାଇଥିଲା । ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ୍ ଜଜ୍ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜକୁ ଗିରଫ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍ଥାନ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜାହାଜ…
ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଆଜି ଘଟିଯାଇଛି ଏକ ଅଘଟଣ । ଷ୍ଟିଲ ମେଲ୍ଟିଂ ସପ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ସ୍ଥାନୀୟ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ କାରଖାନା କର୍ତ୍ତୃପକ୍ଷ ଓ ପୋଲିସ ଦ୍ବାରା ଅନୁସନ୍ଧାନ ଜାରି ରଖିଛି । ତେବେ ଶ୍ରମିକମାନେ ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ଦୋକାନରେ କାମ କରୁଥିଲେ। ହଠାତ୍ ଦୋକାନରେ ଏକ ବିସ୍ଫୋରଣ ଘଟି ଜଣେ ମହିଳା ସମେତ ଅତି କମରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ । ଶ୍ରମିକମାନେ ପ୍ରାୟତଃ ପୋଡ଼ି ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଇସ୍ପାତ କାରଖାନାର ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଏବେ ସେଠାରେ ସମସ୍ତ ଆହତ କର୍ମଚାରୀ ମାନଙ୍କ ଚିକିତ୍ସା ଜାରି ରହିଛି…
କଟକ ଚୌଦ୍ୱାରର ଚାରବାଟିଆରେ ଏକ ବେସାମରିକ ବିମାନବନ୍ଦର ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ତେବେ ଏହି ଦାବିକୁ ପୁଣିଥରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ଉପସ୍ଥାପନ କରିଛନ୍ତି କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ।ଚାରବାଟିଆ ଏୟାରଷ୍ଟ୍ରିପରେ ARC ଦ୍ୱାରା ପରିଚାଳିତ ସୁବିଧାରେ ୪.୯ କିଲୋମିଟର ରନୱେ ରହିଛି । ଯାହା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରନୱେ ଲମ୍ବର ଦୁଇଗୁଣ । ଫଳରେ ଏହା ବଡ଼ ବଡ଼ ବିମାନ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ । ପ୍ରତିରକ୍ଷା କ୍ଷେତ୍ରରେ ଏହାର ଭୂମିକା ରହିଛି । ଏହା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାତ୍ର ୩୩ କିଲୋମିଟର ଦୂରରେ ଅବସ୍ଥିତ । ସାଂସଦ ଭର୍ତ୍ତୃହରି ମହତାବ ୨୦୨୫ ଫେବ୍ରୁଆରୀ ପ୍ରସ୍ତାବରେ ଚାରବାଟିଆରେ ବିମାନବନ୍ଦରର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ନିକଟରେ ଶିଳ୍ପାଞ୍ଚଳ ଅଭିବୃଦ୍ଧି ଘଟିଥିବାରୁ ଏବଂ କାମ ଆରମ୍ଭ…









