ଗିରଫ ହେଲେ ଦୁଇ ଜାହାଜ । ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ଗିରଫ କରିଛି ପାରାଦୀପ ମେରାଇନ ପୋଲିସ ।ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବାବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ଓସେନ୍ ଜାଡେ, ଓସେନ୍ ମୋର୍ଗାନାଇଟ ଜାହାଜ ପାରାଦୀପରେ ଥିବା ବେଳେ ଆଲ୍ଫାଡ୍ ମେରାଇନ ଲିମିଟେଡ ପକ୍ଷ୍ୟରୁ ଏହି ମାମଲା ଦାୟର କରାଯାଇଥିଲା । ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ୍ ଜଜ୍ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜକୁ ଗିରଫ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍ଥାନ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜାହାଜ ସପୋର୍ଟିଂ ଜାହାଜ ଭାବେ କାର୍ଯ୍ୟ କରନ୍ତି ।






