Author: sanitelevision

ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ନକଲି ଔଷଧ ମଧ୍ୟ ମିଳୁଥିବା ଜଣା ପଡିଛି।ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି । ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ ହୋଇଛି ।ନକଲି ମେଡିସନ୍ ନେଇ ୧୦୭ ମାମଲା ହୋଇଥିବା ବେଳେ ୧୫ ଜଣ ଗିରଫ ହୋଇଛନ୍ତି । ୩ ବର୍ଷ ମଧ୍ୟରେ ୩,୪୬୨ଟି ଚଢ଼ାଉ କରାଯାଇଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ।ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି କିମ୍ବା ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି।…

Read More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟରରେ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ସିଧାସଳଖ ନୟାଗଡ଼ ଜିଲ୍ଲାର କାଣ୍ଟିଲୋ ଯାଇଛନ୍ତି। ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ।ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି। ତେବେ ଏହି ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଜନସାଧାରଣଙ୍କ ପାଇଁ ୨୪…

Read More

ଚିଟ୍‌ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା ଏ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ୯୬ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫କୋଟି ୯୫ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ କରିଥିଲେ କମିଶନ ।

Read More

ନକଲି ପୋଲିସ ସବ୍‌-ଇନସ୍‌ପେକ୍ଟର ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା । ମାନସ ନକଲି ପୋଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା ।ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇକାର୍ଡ, କାର୍, ଲାପଟପ୍, ମୋବାଇଲ ଫୋନ ଜବତ ହୋଇଛି l କେତେଜଣଙ୍କୁ ମାନସ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସୂଚନା ମିଳିପାରନାହିଁ ।

Read More

ଜାଗୃତି ଶୁକ୍ଳାଙ୍କ ସହ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି।ଦ୍ଵିତୀୟ ବିବାହ ପରେ ଅନେକ ଭଲପାଇବା ସହ ଦର୍ଶକଙ୍କ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଅନୁଭବ। ଅନେକ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଅନେକ ବର୍ଷାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏହା ମଧ୍ୟରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ଦମ୍ପତ୍ତି। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିସ କାମନା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ପତ୍ନୀ ଜାଗ୍ରତି ଶୁକ୍ଳା। ନାଲି ଶାଢୀ ପିନ୍ଧି ହାତରେ ନାଲି ଶଙ୍ଖା ପିନ୍ଧି ଆଉ ମଥାରେ ଅନୁଭବଙ୍କ ନାଁର ସିନ୍ଦୂର ଆଉ ବେକରେ ମଙ୍ଗଳ ସୂତ୍ର ପିନ୍ଧି ପୁରା ଓଡ଼ିଆ ଘରର ବୋହୂ ବେଶରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜାଗ୍ରତି।

Read More

ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ।ନକ୍ସଲ ଅପରେସନରୁ ଫେରୁଥିବା ସମୟରେ, ଗୋର୍ଲା ନାଲା ନିକଟସ୍ଥ ମୁଖ୍ୟ ରାସ୍ତାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣର ଶିକାର ହୋଇଥିଲା ଯବାନ ଭର୍ତ୍ତି ଏସଟିଏଫ ଗାଡି। ଏଏସ୍ପି ଚନ୍ଦ୍ରକାନ୍ତ ଗୋବର୍ଣ୍ଣ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

Read More

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି । ବରଗଡ଼ ନଦୀପଠାରୁ ଯାଇଥିବା ନାବାଳିକାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତେବେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିଲା। ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୁରୁଷ ବନ୍ଧୁଙ୍କୁ ଧରି ନାବାଳିକାଙ୍କ ସମ୍ପର୍କରେ ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ନାବାଳିକାଙ୍କ ହତ୍ୟାରେ ଅନ୍ୟ…

Read More

ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ OERC । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ OERC । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ ।ଗତ ମାର୍ଚ୍ଚ ୧ରେ ବସିଥିଲା ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ଏଥିରେ ଦର ବୃଦ୍ଧି ନେଇ କମ୍ପାନୀମାନେ ଦେଇଥିବା ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲରୁ ନୂଆ ବିଜୁଳି ଦର ଲାଗୁ ହେବ ।

Read More

ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ। ପିଆଜ ଉପରେ ଥିବା ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ଶନିବାର କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏହାଦ୍ବାରା ପିଆଜ ଚାଷୀ ଓ ରପ୍ତାନିକାରୀ ଆଶ୍ବସ୍ତି ପାଇବେ। କାରଣ ଦେଶରେ ପିଆଜ ମହଜୁଦ ପରିମାଣ ବଢ଼ିବା ଓ ଦର ହ୍ରାସ ପାଇଥିବାରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ ରପ୍ତାନିକାରୀ ଦାବି କରିଥିଲେ। ଏହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ବୋଲି ରାଜସ୍ବ ବିଭାଗ ବିଜ୍ଞପ୍ତି ଜାରି କରିଛି।ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି, “ପିଆଜ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ଉପରେ ଲାଭ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ସାଧାରଣ ଗ୍ରାହକଙ୍କ ପାଇଁ ପିଆଜର ଉଚିତ ମୂଲ୍ୟ ବଜାୟ ରଖିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ରବି ଫସଲ ସମୟରେ…

Read More

ନବ ଦାସ ହତ୍ୟାକାଣ୍ଡ ମାମଲା। ଝାରସୁଗୁଡାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନର ମାରାଥନ୍ ଛାନଭିନ୍ ପରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଛାଡିଛି । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ୧୪ରୁ ୧୫ ଜଣଙ୍କର ବୟାନ ରେକର୍ଡ କରିସାରିଛି। ଏ ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, ହସ୍ପିଟାଲରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଆଜି ଚୌଦ୍ବାର ଜେଲରେ ରହିଥିବା ଗୋପାଳକୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିପାରେ ।

Read More