ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଶପଥ ଗ୍ରହଣ କରିବେ। ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି।ସୂଚନାନୁଯାୟୀ, ଏହି ଶପଥ ଉତ୍ସବ ହାଇକୋର୍ଟ ପରିସରରେ ପୂର୍ବାହ୍ଣ ୧୦ଟାରେ ହେବ । ଏହି ସମାରୋହରେ ଉପସ୍ଥିତ ରହିବେ ହାଇକୋର୍ଟର ସମସ୍ତ ବିଚାରପତି ।ସୂଚନାମୁତାବକ ଜଷ୍ଟିସ୍ ହରୀଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ରହିଛନ୍ତି । ସୁପ୍ରିମକୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଏ ସଂକ୍ରାନ୍ତରେ ଗତ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।
Author: sanitelevision
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ପହଞ୍ଚିବେ । ଏଠାରୁ ହେଲିକପ୍ଟରରେ ନୟାଗଡ଼ ଅଭିମୁଖେ ଯିବେ । ସେଠାରେ କାଳିଆପଲ୍ଲୀରେ ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗ ଦେବେ । ଏହାସହ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବେ । ସୋମବାର ସନ୍ଧ୍ୟା ୬ ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ ଓ ସେଇଠି ରାତ୍ରିଯାପନ କରିବେ ।ପରଦିନ ଅର୍ଥାତ ମଙ୍ଗଳବାର ୨୫ ତାରିଖ ସକାଳେ ବାୟୁସେନା ବିମାନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ ମା’ କଇଁଚ ଅଣ୍ଡାଦାନ କରିଛନ୍ତି। ସମୁଦ୍ରକୂଳ ନିକଟରେ ଅନେକ କଇଁଛ ପହଁରୁଥିବାରୁ ଆଉ କିଛିଦିନ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷାକୁ କଡାକଡ଼ି କରାଯାଇଛି। ବିଶେଷକରି ପୋଡ଼ମପେଟାଠାରୁ ସିଦ୍ଧାନ୍ତ ନଗର ଓ ସମୁଦ୍ର ମୁହାଁଣଠାରୁ ପୁରୁଣାବନ୍ଧ ମା’ ଗଙ୍ଗାଦେବୀ ସମ୍ମୁଖ ପର୍ଯ୍ୟନ୍ତ ବେଳାଭୂମିରେ ଅଣ୍ଡାଦାନ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଥିଲେ।
ବଦଳିବ ପାଗ । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁରରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨ ମିମି ବର୍ଷା ହୋଇଛି। ନୟାଗଡ଼ରେ ୨୮.୨, କଟକରେ ୨୮, ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬, କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ ୧୦.୨ମିମି ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା ମଙ୍ଗଳବାରଠାରୁ ତାତି କ୍ରମଶଃ ଉପରମୁହାଁ ହେବ। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ।
ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ । ୨୪ରେ ଅପରାହ୍ଣ ୫ଟା ୨୫ରୁ ସନ୍ଧ୍ୟା ୬ଟା ୫ ଯାଏ କଟକଣା । ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଅପରାହ୍ନ ସାଢେ ୧୨ରେ ବାୟୁସେବା ବିମାନ ଯୋଗେ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରିବେ ।ରାଷ୍ଟ୍ରପତି ୨୪ ତାରିଖ ଅପରାହ୍ନ ୩.୩୫ ମିନିଟ ସମୟରେ ନୟାଗଡ଼ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱାବସୁ…
ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା, ତା’ପରେ ଦେଶରେ ୬୮ ଦିନର ଲକଡାଉନ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ୨୦୨୦, ୨୨ ମାର୍ଚ୍ଚର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା । କରୋନା ମହାମାରୀକୁ ମାତ୍ ଦେବା ପାଇଁ ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରୁ ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ । ଲକଡାଉନ ପରେ, ଏମିତି ଲାଗୁଥିଲା ଯେପରି ଜୀବନର ଗତି ହୋଇଯାଇଛି ଠପ୍ । ନିର୍ଜନ ରାସ୍ତା, ଦୋକାନ ବଜାରରେ ତାଲା, ସବୁଠି ନୀରବତା । କରୋନା ସମୟରେ ଲାଗୁ ହୋଇଥିବା ଏହି ଲକଡାଉନ୍ କିଛି ମାସ ଧରି ରହିଥିଲା ବଲବତ୍ତର । ୨୨ ମାର୍ଚ୍ଚ ୨୦୨୦ରେ, ‘ଜନତା କର୍ଫ୍ୟୁ’କୁ ଦେଶବ୍ୟାପୀ ଲୋକଙ୍କଠାରୁ ବିପୁଳ ସମର୍ଥନ ମିଳିଥିଲା। ରାସ୍ତାଗୁଡ଼ିକ ଖାଲି ଥିଲା, ଦୋକାନ, କାର୍ଯ୍ୟାଳୟ ଏବଂ ସାଧାରଣ ପରିବହନ ସବୁ ବନ୍ଦ ଥିଲା। ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରେ…
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ମନୁ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଏବେ ତନାଘନା କରୁଛି ସିବିଆଇ । ନବ…
ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍ । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ପାଠ୍ୟକ୍ରମ । ଶନିବାର ଏ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଏହି ନୂଆ ସିଲାବସ୍ ଆସିବ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ତାହା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।ସେହିପରି ସ୍କୁଲ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା…
୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍ ଲାଇଟ୍ଗୁଡ଼ିକୁ ବନ୍ଦ କରିବେ। ପ୍ରତିବର୍ଷ ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍ ରହିଛି “The Power of Nature”।ବର୍ତ୍ତମାନ ବିଶ୍ୱର ୧୯୦ରୁ ଅଧିକ ଦେଶ ଏହି ‘ସୁଇଚ୍ ଅଫ୍’ ଇଭେଣ୍ଟରେ ଭାଗ ନେଉଛନ୍ତି।
ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୮୯ ହଜାର ୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୭୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୨, ୩୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୨,୪୦୦ ଟଙ୍କା ଓ ୮୯,୭୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୨, ୪୫୦ ଟଙ୍କା ଓ ୮୯, ୯୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ…








