Author: sanitelevision

ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବୋଲି ଜଣାପଡିଛି ।ଗୁରୁବାର ସକାଳୁ ଛାତ୍ରୀଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଜଣକ ପରିସ୍ରା କରିବାକୁ ଯାଇ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ କରିଥିଲେ। ବର୍ତ୍ତମାନ ଛାତ୍ରୀଜଣକ ମେଡିକାଲର ମାତୃଶିଶୁ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଛାତ୍ରୀଜଣକ ପୂର୍ବରୁ ଗର୍ଭବତୀ ଥିବା ସମ୍ପର୍କରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । ଅନ୍ୟପକ୍ଷେ ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କର ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଜଣାପଡିଛି।ଏହାକୁ ନେଇ ପ୍ରଶ୍ନବାଚୀ…

Read More

ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବାଣ ରେଡ୍ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଚାଲିଛି ରେଡ୍। ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା।ଏହି ଘଟଣାରେ ରେଡ ହେବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ।

Read More

ଓଡ଼ିଶାରେ ରହିଛି ଭରପୁର ସୁନା ଖଣି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ଦେବଗଡ଼ କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ସୁନା ଖଣି ଥିବା ସୂଚନା ମିଳିଛି ।ପୂର୍ବରୁ ରାଜ୍ୟରେ ଦେବଗଡ଼ ଜିଲାର ଆଡ଼ାସ-ରାମପାଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ସ୍ତରରେ ଅନ୍ବେଷଣ କଲାବେଳେ ସୁନାର ସନ୍ଧାନ ମିଳିଛି। ତେବେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ଲାଗି ଅନୁସନ୍ଧାନ ଜାରି ରହିଥିବା ନେଇ ବିଧାନସଭାରେ ଗୁରୁବାର ଖଣି ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି।ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମପାହାଡ ଅଞ୍ଚଳରେ ସୁନା ଖଣି ଅନ୍ଵେଷଣ ନିମନ୍ତେ ପ୍ରାରମ୍ଭିକ…

Read More

କୋଭିଡରେ ପ୍ରାଣ ହରାଇଛନ୍ତି ୫୦ ଜଣ ସାମ୍ବାଦିକ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ସର୍ୱାଧିକ ଗଂଜାମରୁ ୧୦, ଖୋଦ୍ଧା ଓ ଭୁବନେଶ୍ୱରରୁ ୮ ଜଣ । ସୁନ୍ଦରଗଡରେ ୪ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ୫୦ରୁ ୪୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ମିଳିଛି ।

Read More

ଆଜି ବିଧାନସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଦୀର୍ଘଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁ ନ ଥିଲା। ସେହିପରି ଗୁରୁବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।ତେବେ ଆଜି ବିଧାନ ସଭା ଆରମ୍ଭରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । କିନ୍ତୁ ଏହା ପରେ ପରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଆରମ୍ଭ କରିଦେଇଥିଲେ । ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ଆଦେଶ ଦେଇଥିଲେ , ହେଲେ କିଛି କି ଖାତିର ନକରି ବିଧାୟକମାନେ ହୁଇସିଲ୍ ବଜାଇବା ଜାରି ରଖିଥିଲେ ।…

Read More

କିଛି ଦିନର ବିରତି ପରେ ଏବେ ପୁଣି ଥରେ ପିପିଲିକୁ ଫେରିଲା ବାର୍ଡ ଫ୍ଲୁ! ପିପିଲିରେ ପୁଣି କୁକୁଡ଼ା ମଡ଼କ । ଅଜଣା ରୋଗରେ ଅନେକ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି କୁକୁଡା ଚାଷୀ । ବର୍ତ୍ତମାନ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଆଯାଏ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଦେଖାଦେବାର ଆଶଙ୍କା ରହୁଛି। ମରିଥିବା କୁକୁଡ଼ାଙ୍କୁ ଚାଷୀ ପୋତିବ କେମିତି ତାକୁ ନେଇ ଚିନ୍ତାରେ। ପ୍ରଶାସନ ତରଫରୁ ପରୀକ୍ଷା କରିବାକୁ ଚାଷୀ ଦାବି କରୁଛନ୍ତି। ଗତ ସପ୍ତାହେ ଭିତରେ ପିପିଲି ଅଞ୍ଚଳର ଅନେକ ଫାର୍ମରୁ ୨ ହାଜରରୁ ଅଧିକ କୁକୁଡ଼ା ମରିଥିବା ନେଇ ସୂଚନା ମିଳିଛି ।

Read More

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା ଏହି ଜଙ୍ଗଲରେ। ତେଣୁ ପୋଲିସ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ବଡ଼ କ୍ଷତି ହୋଇଥିବା ଜଣାପଡ଼ିଛି। ଏବେବି ଗୁଳିବିନିମୟ ଜାରି ରହିଛି।ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ପୋରଣ ହୋଇଛି । STF ଏବଂ DRG ଯବାନ ମାଓ ଦମନ ପାଇଁ କମ୍ବିଂ ଅପରେସନରେ ଯାଇଥିବା ବେଳେ ମାଓବାଦୀ କରିଥିଲେ IED ବିସ୍ପୋରଣ । ଏହି ଘଟଣା ପରେ ଅବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Read More

ଉତ୍ତର ପ୍ରଦେଶ ମିରଟରେ ସୌରଭ ରାଜପୁତ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସ୍ତ୍ରୀ ମୁସ୍କାନ ଯେପରି ଭାବେ ପ୍ରେମିକ ସାହିଲ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କଲେ ତାହା ପୋଲିସକୁ ବି ଆଶ୍ଚର୍ଯ୍ୟ କରିଛି । ମୁସ୍କାନ ଓ ତାଙ୍କ ପ୍ରେମିକ କେବଳ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିନାହାନ୍ତି ବରଂ ଶବକୁ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ପକାଇ ଦେଇଥିଲେ । ସୂଚନାମୁତାବକ ମାର୍ଚ୍ଚ ୪ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ତାକୁ ଖାଇବା ପରେ ସୌରଭ ସଂଜ୍ଞାହୀନ ହୋଇଯାଇଥିଲେ। ଏହା ପରେ ପ୍ରେମିକ ସାହିଲଙ୍କୁ ମୁସ୍କାନ ନିଜ ଘରକୁ ଡାକିଥିଲେ। ସାହିଲ ସୌରଭଙ୍କ ଛାତିରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପୂର୍ବ ଯୋଜନା ମୁତାବକ…

Read More

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ବଦଳିବ । ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏସବୁ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ପାଇଣ ଲକ୍ଷ୍ୟ ରଖାଯାଇଛି । ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍‌ ପ୍ରଦାନ କରାଯିବ। ଏହି କିଟ୍‌ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ…

Read More

ୟୁଟ୍ୟୁବର ସରୋଜ ମିଶ୍ର(ତପି)ଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତପି ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଛି।ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ସୂଚନା ଅନୁସାରେ, ତପି ମିଶ୍ର ଜଣେ ଓଡ଼ିଆ ଲେଖିକା ବନସ୍ମିତା ପତିଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ। ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରାଯାଇଥିଲା। ବନସ୍ମିତା ଏକ ଫେସ୍‌ବୁକ୍ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ଆକ୍ଷେପଜନକ ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ। ତେବେ ବନସ୍ମିତାଙ୍କ ଲେଖାକୁ ନକଲ…

Read More