Author: sanitelevision

ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ଏହି ବର୍ଦ୍ଧିତ ତାପମାତ୍ରା କୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ ୨୯ ତାରିଖ ବେଳକୁ ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲା ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ସୁବର୍ଣ୍ଣପୁର ରହିଛି।

Read More

ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ଘଟଣା ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ବିଧାୟକ । ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି ।ବିଧାନସଭାରେ ବିରୋଧ କରାଯାଉଥିବାବେଳେ ପୋଲିସ ଜୋର ଜବରଦସ୍ତି ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି। ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଅଣାଗଲା ଓ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଲେ ବିଧାନସଭା ସୁରକ୍ଷାକର୍ମୀ। ଏହାକୁ ପ୍ରତିବାଦ କରି ମାଷ୍ଟରକ୍ୟାଣ୍ଟିନ ଛକରେ ରାଜରାସ୍ତାରେ ବସିଛନ୍ତି କଂଗ୍ରେସ ବିଧାୟକ। ସୂଚନା ଅନୁସାରେ ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ନେଇ କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ଶାସକ ଦଳର ଅଭିଯୋଗ ପରେ ବିଧାନସଭାରୁ…

Read More

ଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍‌ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍‌ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍‌ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଛି।ଏଭଳି ଘଟଣା ଘଟିଛି ମେଲବର୍ଣ୍ଣରେ ଏକ କନସର୍ଟ ସମୟରେ । ଯେଉଁଠାରେ ନେହା ଲାଇଭ୍ ପରଫର୍ମାନ୍ସ ସମୟରେ କାନ୍ଦିଥିବାର ଦେଖିବାକୁ ମିଳିଥିଲା । ନେହା ତାଙ୍କ ସୋ’ ପାଇଁ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ନେହାଙ୍କ ଉପରେ ରାଗିଯାଇ ଫେରିଯିବାକୁ କହିଥିଲେ । ନେହା କକ୍କର ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଥିବା କିଛି ଲୋକ ତାଙ୍କୁ ସମାଲେୋଚନା କରି କହିଥିଲେ ,ଏହା ଭାରତ ନୁହେଁ କି…

Read More

ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ।ବିଜେଡି ଗୋଟେ ଖୋଲା ବହି । ଯାହା ବି ରାଜନୈତିକ ଆଲୋଚନା ହେବ ସମସ୍ତେ ନିଶ୍ଚୟ ଜାଣିବେ । ଡିଲିମିଟେସନ ବୈଠକରେ ବିଜେଡି ସାମିଲ ହେଲା ସମସ୍ତେ ଜାଣିଲେ । ଆଗକୁ ଯାହା ରାଜନୈତିକ ପଦକ୍ଷେପ ନିଆଯିବ ସମସ୍ତଙ୍କୁ ଜଣାଯିବ । ଏବେ କୌଣସି ରାଜନୈତିକ ସମୀକରଣ ନାହିଁ କି ଆଗକୁ ହେବାର ନାହିଁ । ତେବେ ନବୀନ ବାବୁଙ୍କର ଦିଲ୍ଲୀରେ ଘର ଅଛି । ବହୁତ ଦିନ ହେବ ସେ ଯାଇନାହାନ୍ତି ବୋଲି ଏବେ ଯାଇଛନ୍ତି । ତେଣୁ ରାଜନୀତି କରିବା ଆବଶ୍ୟକ ନାହିଁ |

Read More

ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କୋଠା ଓ ଜମି ସଉକ । ଭିଜିଲାନ୍ସ ଚଢାଉ ବେଳେ ୧୧ଟି ପ୍ଲଟ ଓ ବଡ଼ ବଡ଼ କୋଠା ଠାବ କରିଛି ଭିଜିଲାନ୍ସ ।ରେଡ୍‌ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର।ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା।ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ବି ଚାଲିଛି ଚଢାଉ। ସେହିପରି ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଛି। ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଛି। ଗଞ୍ଜାମ ଜିଲା ସୋରଡ଼ାରେ ଥିବା…

Read More

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ ମିଳିବା ପରଠାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଆଶାବାଦୀ ଯେ, ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ, ସେମାନଙ୍କ ଦରମା ଯଥେଷ୍ଟ ବୃଦ୍ଧି ପାଇବ।ତଥାପି, କିଛି ବିଭାଗ ଅଛି ଯାହା ଅଷ୍ଟମ ବେତନ କମିଶନ ଅଧୀନରେ ଆସିବ ନାହିଁ । ଅର୍ଥାତ୍ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ମଧ୍ୟ ସେମାନଙ୍କର ଦରମା ବୃଦ୍ଧି ପାଇବ ନାହିଁ ।ଅଷ୍ଟମ ବେତନ କମିଶନରେ, ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଭତ୍ତା ଉପରେ ଆଧାରିତ ଦରମା ବୃଦ୍ଧି କରାଯିବ । ରିପୋର୍ଟ ଅନୁଯାୟୀ, ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର 1.92 ରୁ 2.86 ମଧ୍ୟରେ ହୋଇପାରେ। ଅର୍ଥାତ୍ ସରକାରୀ କର୍ମଚାରୀଙ୍କ ମୂଳ ଦରମା 18,000 ଟଙ୍କାରୁ ସିଧାସଳଖ 51,000 ଟଙ୍କାକୁ ବୃଦ୍ଧି ପାଇବ । ତଥାପି, ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ…

Read More

ବିଧାନସଭା ହଟ୍ଟଗୋଳ ପାଇଁ ବଡ ଆକ୍ସନ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ନିଲମ୍ବିତ । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆକ୍ସନ । ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ ।ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି । ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି ।

Read More

ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଓଡିଶା ସରକାର ୯ ଏପ୍ରିଲରେ ଲାଲ ଚନ୍ଦନ କାଠର ବିଶ୍ୱସ୍ତରୀୟ ଇ-ନିଲାମର ଚତୁର୍ଥ ପର୍ଯ୍ୟାୟ କରିବାକୁ ଯାଉଛନ୍ତି। ଏହି ନିଲାମ ଇ-ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ କରାଯିବ, ଯାହା ଦ୍ୱାରା ଆନ୍ତର୍ଜାତୀୟ କ୍ରେତାମାନେ ଏହି ମୂଲ୍ୟବାନ କାଠର ବିକ୍ରୟରେ ଅଂଶଗ୍ରହଣ କରିପାରିବେ। ତେବେ ୨୫ ମାର୍ଚ୍ଚ, ୨୦୨୫ ସୁଦ୍ଧା, ଓଡ଼ିଶାରେ ମୋଟ ୪,୫୩୯ଟି ଲାଲ ଚନ୍ଦନ ଗଛ ଅଛି, ଯେଉଁଥିରୁ ୨୦୭୧ଟି ପ୍ରାକୃତିକ ଭାବରେ ବଢ଼ିଥିବା ବେେ ୨,୪୬୮ଟି ବନୀକରଣ ପ୍ରୟାସ ମାଧ୍ୟମରେ ରୋପଣ କରାଯାଇଛି ।ଲାଲ ଚନ୍ଦନର ଆର୍ଥିକ ଏବଂ ପରିବେଶଗତ ଗୁରୁତ୍ୱକୁ ସ୍ୱୀକାର କରି, ଓଡିଶା ସରକାର ଭାରତ ସରକାରଙ୍କ ବାଣିଜ୍ୟ ଏବଂ…

Read More

ଉତ୍ତର ପ୍ରଦେଶର ଔରୈୟା ଜିଲାରେ ବିବାହର ମାତ୍ର ୧୫ ଦିନ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ ସୁପାରୀ କିଲର ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା । ମାର୍ଚ୍ଚ ୧୯ ତାରିଖ ଏକ ପଡ଼ିଆରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଦିଲ୍ଲୀପ । ଗୁଳି ମାଡ଼ରେ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ହେଲେ ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହେଲା । ଦିଲ୍ଲୀପଙ୍କ ଭାଇ ଥାନାରେ ଏତଲା ଦେଇଥିଲେ ।ପୁଲିସ ହତ୍ୟା…

Read More

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍‌ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍‌ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ଯ୍ୟଭାର ସମ୍ଭାଳିବେ। ଖୁବଶୀଘ୍ର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ହରିଶ ଟଣ୍ଡନ।

Read More