Author: sanitelevision

ଏପ୍ରିଲରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ମାରୁତି ସୁଜୁକି ଏହାର ସମ୍ପୂର୍ଣ୍ଣ ଲାଇନ-ଅପ୍‌ର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ମାରୁତି ସୁଜୁକି କାରର ମୂଲ୍ୟ କେତେ ବୃଦ୍ଧି ପାଇବ ସେ ବିଷୟରେ ଅଟୋ ନିର୍ମାତା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି । କିନ୍ତୁ କମ୍ପାନୀ କହିଛି ଯେ ବଢିଥିବା ଇନପୁଟ୍ ଖର୍ଚ୍ଚ ଏବଂ ପରିଚାଳନା ଖର୍ଚ୍ଚ ଯୋଗୁଁ କାରଗୁଡ଼ିକର ମୂଲ୍ୟ ବୃଦ୍ଧି କରାଯାଉଛି । ଏପ୍ରିଲରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଏସ୍‌ୟୁଭି ଏବଂ କମର୍ସିଆଲ ଯାନ ଦର ୩% ଯାଏ ବୃଦ୍ଧି କରିବ । ସେହିଭଳି କିଆ ଇଣ୍ଡିଆ, ହୋଣ୍ଡା କାର୍‌ସ ଇଣ୍ଡିଆ,…

Read More

ହାଇକୋର୍ଟରେ ପହଞ୍ଚିଛି ଏସସିବି ମେଡିକାଲରେ ନବଜାତ ଶିଶୁ ଅଦଳବଦଳ ମାମଲା । ପୁରୀ-କୁମ୍ଭାରପଡା ବାସିନ୍ଦା ରତନା ବେହେରା ନାମକ ଜଣେ ଆବେଦନକାରୀ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀ ପାର୍ଥନା କରିଛନ୍ତି ଯେ ଏହି ଘଟଣାର ସଠିକ ତଦନ୍ତ ହେବା ସହ ତାଙ୍କୁ ନ୍ୟାୟ ମିଳୁ । ସେପଟେ ଜବାବ ଦାଖଲ ପାଇଁ ଏସସିବିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।ଜଷ୍ଟିସ୍ ଡକ୍ଟର ଏସକେ ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି, “SCB ମେଡିକାଲ କଲେଜ ଏବଂ ହସ୍ପିଟାଲ କଟକର ଅଧୀକ୍ଷକଙ୍କୁ ଏପ୍ରିଲ ୨, ୨୦୨୫ ସୁଦ୍ଧା ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧୦ ତାରିଖରେ ଆବେଦନକାରୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗରେ SCBMCHରେ ଭର୍ତ୍ତି କରାଯାଇଥିଲା। ପରଦିନ, ସକାଳ ପ୍ରାୟ ୯ ଟା’ରେ, ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ସମୟରେ, ଶିଶୁଟି ସୁସ୍ଥ ଥିଲା, ସାଧାରଣ ଭାବରେ…

Read More

ଛତିଶଗଡ ଦାନ୍ତେୱାଡା ପୁଲିସ କୁ ବଡ ସଫଳତା । ଦାନ୍ତେୱାଡାରେ ଯବାନଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳିବିନିମରେ ଟଳି ପଡିଛନ୍ତି ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଛି ।ଖବର ଅନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲମାନେ ମେଳି ବାନ୍ଧିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୀମାନ୍ତ ଦାନ୍ତେଓ୍ୱାଡ଼ା ଏବଂ ବିଜାପୁରରେ ଦୀର୍ଘ ସମୟ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୫ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

Read More

ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍‌ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା। ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବିକି କୌଶଳ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ ‘ଛାବା’ର ସ୍ବତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ‘ଛାବା’ର ପ୍ରଶଂସା କରିଥିଲେ।…

Read More

ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଚାଲିଲା ପ୍ରସ୍ତୁତି । ଘୋଷଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ଏନେଇ ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ ପହଞ୍ଚିଛନ୍ତି । ପଦ୍ମପୁର ଜଙ୍ଗଲରେ ଶ୍ରୀମନ୍ଦିରର ୫ଜଣିଆ ଟିମ୍‌‌ କରିବେ ସର୍ବେକ୍ଷଣ। ସର୍ବେକ୍ଷଣ ସମୟରେ ଏହି ଟିମ୍‌‌ ସହିତ ବରଗଡ଼଼ ଡିଏଫ୍‌‌ଓ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Read More

କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ ।ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପାମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା ।ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ହୋଇଛି। ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।

Read More

ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍‌ ମଙ୍ଗଳବାର ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋର ସ୍ଥିତ ବାସଭବନ, ଅଫିସ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି।ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଫାଇଲ ପତ୍ର ଯାଞ୍ଚ କରୁଛି। ଅନ୍ୟପକ୍ଷେ ସୋର ତାଙ୍କର ୩ଟି ଘର ରହିଥିବା ଜଣାପଡିଛି। ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ମିଳଛି। ଏପରିକି ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି।

Read More

ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ ଦେଇଥିଲେ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଯୋଗ୍ୟ, ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା।

Read More

ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଏବେ ମାସିକ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହେବ। ଏହି ନୂତନ ଦରମା ଏବଂ ପେନସନ ୧ ଏପ୍ରିଲ, ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ ।ଏଥିସହିତ ପାଞ୍ଚ ବର୍ଷରୁ ଅଧିକ ସେବା ଦେଇଥିବା ସାଂସଦ ପ୍ରତ୍ୟେକ ବର୍ଷ ନିମନ୍ତେ ଅତିରିକ୍ତ ପେନସନ୍ ପାଇଁ ପ୍ରମତିମାସରେ ୨୦୦୦ ପାଉଥିବା ବେଳେ ଏଣିକି ୨୫୦୦ ପାଇବେ । ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଦିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସଂସଦୀୟ ସଦସ୍ୟଙ୍କ ଦରମା, ଭତ୍ତା…

Read More

ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ । ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ କରିଛି ନିଗମ । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନାହିଁ । ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ନିଶ୍ଚିତ କରିଛନ୍ତି ଯେ ସଂଶୋଧିତ ବିଦ୍ୟୁତ ଶୁଳ୍କ ଗଠନକୁ ଚୂଡ଼ାନ୍ତ କରିବା ପୂର୍ବରୁ କମିଶନ ସମସ୍ତ ସୂଚନାକୁ ପୁଙ୍ଖାନୁପୁଙ୍ଖ ଭାବରେ ସମୀକ୍ଷା କରିଛନ୍ତି।

Read More