ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍ରୁ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ କୁର୍ତ୍ତା-ପାଇଜାମା ରହିଛି। ତେବେ ଗୋଟିଏ କିଟ୍ର ମୂଲ୍ୟ ୫୦୦ ରୁ ୬୦୦ ଟଙ୍କା ଥିବା ସୁତ୍ରରୁ ଜଣାପଡିଛି।ବିଜେପି କହିଛ, ଏଭଳି ଅନେକ ସଂଖ୍ୟାଲଘୁ ରହିଛନ୍ତି, ଯେଉଁମାନେ ନିଜର ପର୍ବ ଠିକ୍ ଭାବରେ ପାଳନ କରିପାରୁନାହାନ୍ତି ଏଭଳି ସ୍ଥିତିରେ ବିଜେପି ‘ସୌଗାତ-ଇ-ମୋଦି’ ଆରମ୍ଭ କରିବ। ଏହାଛଡା ଜିଲ୍ଲାସ୍ତରରେ ଇଦ୍ ମିଳନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ପବିତ୍ର ରମଜାନ୍ ମାସରେ ଇଦ୍ ପୂର୍ବରୁ ବିଜେପିର…
Author: sanitelevision
ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ତେବେ ପଟ୍ଟା କରାଇ ଦେବାକୁ ଅମିନ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଏତେ ଟଙ୍କା ଦେଇ ପାରିବେନି ବୋଲି ଅଭିଯୋଗକାରୀ କହିଥିଲେ । ପରେ ୬ ହଜାର ଟଙ୍କାରେ କଥା ଫାଇନାଲ ହୋଇଥିଲା । ବୁଧବାର ଲାଞ୍ଚ ନେବା ବେଳେ ଅମିନଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ । ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣିନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍ନିକ୍ ଏହି ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ । କିନ୍ତୁ ଦାବି କରାଯାଉଛି ଯେ ଏହାକୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯି ବ। ଲୁଟନିକ କହିଛନ୍ତି ଯେ ଏଲନ ମସ୍କ ଏଥିପାଇଁ ସଫ୍ଟୱେର୍ ପ୍ରସ୍ତୁତ କରୁଛନ୍ତି ।ଲୁକନିକ୍ ପଡକାଷ୍ଟରେ କହିଥିଲେ ଯେ ଯଦି ମୁଁ ଆମେରିକାର ନାଗରିକ ନଥାନ୍ତି, ତେବେ ମୁଁ ମୋ ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ଏକ ସୁନା କାର୍ଡ କିଣିଥାନ୍ତି। ଯଦି…
ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ ଚାଲିଛି, କଂଗ୍ରେସ ଏହାକୁ ଦୃଢ ନିନ୍ଦା କରୁଛି। ଏହା ଗଣତନ୍ତ୍ରର ହତ୍ୟା , ତେଣୁ ଉଚିତ୍ ଜବାବ୍ ଦିଆଯିବ।ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ରୁଷ୍ ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ…
ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ।ଉଲ୍ଲେଖଯୋଗ୍ୟ, ଆଇଏମ୍ଏ ଦେଶର ଏକମାତ୍ର ସୈନ୍ୟ ଏକାଡେମୀ, ଯେଉଁଠି ଆଜି ଯାଏ ମହିଳାଙ୍କୁ ଟ୍ରେନିଂ ଦିଆଯାଉ ନଥିଲା । ୨୦୨୫ ଜୁଲାଇରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡଗବାସଲାରୁ ମହିଳାଙ୍କ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ହେବ । ଏହାପରେ ମହିଳା ଅଧିକାରୀଙ୍କୁ ତିନି ସେନାର ଭିନ୍ନ ଭିନ୍ନ ଟ୍ରେନିଂ ପାଇଁ ଅଲଗା ଅଲଗା ସଂସ୍ଥାକୁ ପଠାଯିବ । ଆଇଏମ୍ଏ ଏବେ ମହିଳାଙ୍କ ଅଧିକାରୀଙ୍କ ପାଇଁ ନିଜ କବାଟ ଖୋଲିଦେଇଛି ଓ ପ୍ରଶିକ୍ଷଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଇଏମଏରେ ମହିଳା ଅଫିସର କ୍ୟାଡେଟମାନଙ୍କ ପାଇଁ ଅଲଗା ରହିବାର ବ୍ୟବସ୍ଥା ରହିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆଇଏମଏ ଅଧିକାରୀମାନେ ଅଫିସର୍ସ ଟ୍ରେନିଂ ଏକାଡେମୀ…
ବୁର୍ଲା ଭିସୁଟ ପ୍ରଫେସର ନିଲମ୍ବିତ । ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି କୁଳପତି । କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ନିଶାଶକ୍ତ ଅବସ୍ଥାରେ କ୍ଲାସ ରୁମରେ ଶୋଇବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହି। ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକ୍ଟରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦେଶ ଦିଆଯାଇଛି। କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି।
ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୧୦୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଛି ।
ବିଧାନସଭା ବାହାରେ ହଙ୍ଗାମା । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ଚାଲିଛି ଧାରଣା । ତେବେ କଂଗ୍ରେସର ଆଉ ୨ ଜଣ କଂଗ୍ରେସ ବିଧାୟକ ହେଲେ ସସପେଣ୍ଡ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଆଜି ନିଲମ୍ବନ କରିଛନ୍ତି ବାଚସ୍ପତି। ଆଜି କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବା ପରେ ଦୁଇ ବିଧାୟକଙ୍କ ନିଲମ୍ବନ ଖବର ଆସିଛି ।ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାତିସାରି ଧାରଣାରେ ବସିଥିଲେ କଂଗ୍ରେସ ନେତା ଓ କର୍ମୀ । ତେବେ ବୁଧବାର ବିଧାନସଭା କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ…
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ। ହାଇକୋର୍ଟ ପରିସରରେ ଶପଥ ପାଠ କରାଇଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ଏହି ଅବସରରେ ହାଇକୋର୍ଟରେ ବରିଷ୍ଠ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ଆଇନ୍ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖରେ ଅବସର ଗ୍ରହଣ ଏହି ପଦ ଖାଲିପଡିଥିଲା। ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଥିଲେ ରାଷ୍ଟ୍ରପତି।ଗତ ଜାନୁଆରୀ ୧୯ ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟରୁ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ରହିଛି । ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।
ଶ୍ବେତପତ୍ରରେ ଅପରାଧର ଚିତ୍ର। ମୋଟ୍ ଆପରାଧିକ ମାମଲା ୨ ଲକ୍ଷ ଟପିଲା ଦିନକୁ ୮ରୁ ଅଧିକ ଦୁଷ୍କର୍ମ, ୩ ହତ୍ୟାକାଣ୍ଡ । ଚାର୍ଜସିଟ୍ ଦେବାରେ ପଛୁଆ ପୁଲିସ ବାବୁ । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ତଥ୍ୟ ଦିଆଯାଇଛି ଯେ ସାଇବର୍ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍ ଅପରାଧ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି । ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଉଦ୍ବେଗର ବିଷୟ ହୋଇଛି । ୨୦୨୪ରେ ମୋଟ୍ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହା…









