ରାଜ୍ୟରେ ଦୁଇ ରୁ ତିନି ଦିନ ଘନ କୁହୁଡି । ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
Author: sanitelevision
ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ।ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ, ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। ସେହିପରି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍ଫିନ୍ ଗଣନା ହୋଇଥିଲା। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍ଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍ର ଗଣନା କରାଯାଇଥିଲା। ଏଥିପାଇଁ ସାତପଡ଼ା ରେଞ୍ଜରେ…
ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ । ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫ । ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ । ୨୦୨୫ ଜାନୁଆରି ୨୮ରୁ ୩୦ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଓଡିଶାରେ ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ୟ୍ୟକ୍ରମ ହେବାକୁ ଯାଉଛି । ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ…
ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଜିଓ ସାଉଣ୍ଡ ପେ’ରୁ ବିନା କୌଣସି ସାଉଣ୍ଡ ବକ୍ସରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର ହେବ। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।ବିଦ୍ୟମାନ ଛୋଟ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦିଅନ୍ତି । ବର୍ତ୍ତମାନ, ଏହି ସେବା ଜିଓସାଉଣ୍ଡପେରେ ମାଗଣାରେ ଉପଲବ୍ଧ ହେବ, ଫଳରେ ଜିଓ ଭାରତ ଫୋନ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।କମ୍ପାନୀର ସୂଚନା ଅନୁସାରେ ଜିଓସାଉଣ୍ଡ ପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ୍ କରିଛି,…
ବିତ୍ତୀୟ ସ୍ୱାସ୍ଥ୍ୟରେ ଓଡ଼ିଶା ଦେଶରେ ନମ୍ବର ୱାନ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ଗୁଡିକର ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ଦେଇଥିବା ରିପୋର୍ଟ ଏହା ସ୍ପଷ୍ଟ। ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ବିତ୍ତୀୟ ସ୍ୱାସ୍ଥ୍ୟରେ ଏକ ନମ୍ବର ।ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରୁଛି ଓଡିଶା। ତେଣୁ ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି।ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା…
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।ପୁତୁରା ଜଣ ନିଜ କକା ଓ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ବୁଡ଼ୁ ବାଗଙ୍କ ଘର। ବୁଡ଼ୁ ଓ ତାଙ୍କର ସାନଭାଇ ପରିବାର ଭିତରେ କିଛି ଦିନ ହେଲା ପାରିବାରିକ ସଂପର୍କ ଭଲ ନଥିଲା। ଆଜି ଏହି କଳହ ଭୟଙ୍କର ରୂପ ନେଇଥିଲା। କୌଣସି କଥାକୁ ନେଇ ବୁଡ଼ୁ ନିଜ ପୁତୁରା ବସନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ବସନ୍ତ ଉତ୍କ୍ଷିପ୍ତ ଦେଖାଯାଇଥିଲା। ସେ ଘର ଭିତରୁ ଏକ କୁରାଢ଼ୀ ଆଣି ଅତର୍କିତ ଭାବେ ବୁଡୁ ବାଗ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ…
ଘୋଷଣା ହେଉଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ ।ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ସରୋଜ ସାବତ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ପାର୍ଟି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଧେଶ ।ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଓ ସୁନ୍ଦରଗଡ଼ରୁ ଗିରିଷ ସାହୁ ବଛାଯାଇଛି । ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ବଛାଯାଇଛି ।ଦୁଇଟି ପର୍ଯ୍ୟାୟରେ ନାଁ ଘୋଷଣା ହୋଇପାରେ । ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।ତେବେ ରାଜ୍ୟରେ ବିଜେପି ସରକାର…
ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ ।ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଦିନ ଓ ରାତି ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ଏବେ ଭାରତ ନିଜସ୍ବ ଜ୍ଞାନ କୌଶଳ ପ୍ରୟୋଗ କରି ବିଜ୍ଞାନର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ହାସଲ କରିଛି ଦେଶ । ପ୍ରଥମେ ତ, ବିଶ୍ବର ସର୍ବୋଚ୍ଚ ରେଳ…
କୋଣାର୍କ ରେ ଏବେ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ଅଖାଦ୍ୟ ବିକ୍ରି ଚାଲିଛି, ସବୁଠାରୁ ବଡକଥା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିଦିନ ଚଢାଦରରେ କାଜୁ ବିକୁଛନ୍ତି କାଜୁ ବେପାରୀ, କିଲୋ ପିଛା ୪ଶହ ୫୦ଟଙ୍କାରୁ ୮ଶହଟଙ୍କା ନେଉଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରେ ଖୋଲା କାଜୁ ଦେଖାଇ ବା ବେଳେ ପ୍ୟାକେଟେ ଭିତରେ ରଖୁଛନ୍ତି ପୋକା କାଜୁ ପ୍ୟାକେଟେ ନିଳ ରଙ୍ଗରର ଥିବା ବେଳେ ମାତ୍ର ୫୦ ଗ୍ରାମ ଭଲକାଜୁ ରଖି ଲୁଟୁଛନ୍ତି ବେପାରୀ। ଯାହା ପାଇଁ କୋଣାର୍କ ସହ ପୁରୀ ଜିଲ୍ଲା ଓ ଓଡିଶାର ନା ଖରାପ ହେବାରେ ଲାଗିଛି। ସୂଚନା ଥାଉକି ଗତକାଲି ମଧ୍ୟ ପ୍ରଦେଶ ରୁ ୩ଟି ବସରେ ୧୫୦ ଶହ ବୃନ୍ଧବୃନ୍ଧା କୋଣାର୍କ ବୁଲିଆସିଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରୁ ୫୦ ପ୍ୟାକେଟେ କାଜୁ କିଣିଥିଲେ। ସେମାନଙ୍କ ଠାରୁ ୪ଶହ ଟଙ୍କା ଲେଖାଏଁ ପ୍ରତି ପ୍ୟାକେଟେ ପିଛା ନେଇ କାଜୁ ଦେଇଥିଲା କୋଣାର୍କ ର କାଜୁ ବେପାରୀ। …
ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। କଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍କୁ ଅନେକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଏପରି ଭାବରେ ଡିଜାଇନ କରାଯାଇଛି ଯେ ୧୦ ଡିଗ୍ରୀ ସେଲସିୟସରେ ମଧ୍ୟ ଏହାର ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ଡ୍ରାଇଭର କୋଚ୍ରେ ଡ୍ରାଇଭର ସିଟ୍ ପୂର୍ବାପେକ୍ଷା ଅଧିକ ଆରାମଦାୟକ ହୋଇଛି । ଏହା ବ୍ୟତୀତ ଇଞ୍ଜିନର ୱିଣ୍ଡଶିଲ୍ଡ ଉପରେ ମଧ୍ୟ ଅନେକ କାମ କରାଯାଇଛି । ଏହି ୱିଣ୍ଡିଶିଲ୍ଡ ତିନୋଟି ସ୍ତରରେ ନିର୍ମାଣ କରାଯାଇଥିବା ବେଳେ ଏହା ଭିତରେ ଏକ ସ୍ତର ଅଛି ଯାହା ସବୁବେଳେ ଗ୍ଲାସ୍କୁ ଗରମ…









