ଝିଅ ଠାରୁ ପ୍ରେରଣା ପାଇଁ ଆଗକୁ ବଢିଲେ ବାପା। ବିଦେଶରେ ପାଇଲେ ସଫଳତା। ମାଲଦ୍ବୀପରେ ୭୫ତମ ମାଇଲଖୁଣ୍ଟ ସ୍ଥାପନ କରିବାକୁ ୧୦୦ ଫୁଟ ଗଭୀରକୁ ଯାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ।ଏହି ଡାଇଭ୍ ବ୍ୟତୀତ ସେ ଅନେକ କଷ୍ଟକର ଡାଇଭ୍ ପୂର୍ବରୁ କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ଟି ସ୍କୁବା ଡାଇଭିଂ କରି ୫୨ ଘଣ୍ଟାରୁ ଅଧିକ ସମୟ ପାଣି ଭିତରେ ସମୟ ବିତାଇଛନ୍ତି ପ୍ରିୟଦର୍ଶୀ । ପ୍ରିୟଦର୍ଶୀ କହିଛନ୍ତି, ‘ସ୍କୁବା ଡାଇଭିଂ ମୋ ପାଇଁ ଏକ ଅଦ୍ଭୁତ ଯାତ୍ରା । ପ୍ରତ୍ୟେକ ଡାଇଭ୍ ଏକ ନୂଆ ଓ ସାହସିକ ଅନୁଭୂତିରେ ଭରପୁର ରହିଥାଏ | ସମୁଦ୍ର ଭିତରର ଅଦ୍ଭୁତ ଜୀବ ଏବଂ ସୁନ୍ଦର ଉଭିଦ ମୋର ଉତ୍ସାହକୁ ବଢ଼ାଇ ଥାଆନ୍ତି ।ତେବେ ଏହି ସଫଳତାର ସମସ୍ତ ଶ୍ରେୟ ସେ ନିଜ ଝିଅ ଟିସ୍ୟାଙ୍କୁ ଦେଇଛନ୍ତି। ତାଙ୍କ ଝିଅ ଯେଭଳି କମ୍ ବୟସରେ ନିଜ କଠିନ ପରିଶ୍ରମ ବଳରେ ରେକର୍ଡ…
Author: sanitelevision
ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ।ରାଜ୍ୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଯଥା ଜମି ଅଧିଗ୍ରହଣ, ପୁନର୍ବାସ, ପରିବେଶ ମଞ୍ଜୁରି, ଜଙ୍ଗଲ ମଞ୍ଜୁରି ଆଦି ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ଆପ୍ରୋଚ ରୋଡ ନିର୍ମାଣ ମଧ୍ୟ ଏହି ସଂସ୍ଥା ଦ୍ବାରା ନିର୍ମାଣ କରାଯିବ । ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ରହିବେ। ଏହା ସହ…
ଦେବଗଡ଼ ସହରରେ ହତ୍ୟାକାଣ୍ଡ । ସାନ ଯାର ମାଡ଼ରେ ବଡ଼ ଯା’ର ହୋଇଛି ମୃତ୍ୟୁ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଳିସ ପହଞ୍ଚି ଛାନଭିନ୍ ଚଳାଇଛି । ଅଭିଯୁକ୍ତ ସାନ ଯାଆଙ୍କୁ ପୋଲିସ ଅଟକ ରଖିଛି । ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ କାଠ ପାଇଁ ଗୁରୁବାର ସକାଳ ସମୟରେ ଦୁଇ ଯାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିବାଦ ଏତେ ବଢିଥିଲା ଯେ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ଯାଏଁ କଥା ଯାଇଥିଲା । ମାର୍ପିଟ୍ ବେଳେ ସାନ ଯାର ମାଡ଼ରେ ବଡ଼ ଯା ଘଟଣାସ୍ଥଳରେ ହିଁ ପଡିଯାଇଥିଲେ । ଏହାପରେ ପଡ଼ୋଶୀ ଲୋକ ବଡ଼ ଯା’ ଜ୍ୟୋସ୍ନାଙ୍କୁ ଅଚେତ ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ରୋଜ ଗାର୍ଡେନଠାରେ ‘ମେକ୍ ଆମେରିକା ୱେଲ୍ଦି ଏଗେନ୍’ କାର୍ଯ୍ୟକ୍ରମରେ ଭାଷଣ ଦେଇ ନୂଆ ଆମଦାନି ଟାରିଫ୍ ଘୋଷଣା କରିଛନ୍ତି । ବିଭିନ୍ନ ଦେଶ ଉପରେ ‘ଯେସାକୁ ତେସା’ ନୀତିରେ ଏହି ଟାରିଫ୍ ଘୋଷଣା ହୋଇଛି । ତାଙ୍କ ଘୋଷଣା ଅନୁସାରେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ୨୬% ଟାରିଫ୍ କଷିବ । ଏହାଛଡ଼ା ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ ୩୨% ଶୁଳ୍କ ଲାଗୁ କରାଯାଇଛି । ଟ୍ରମ୍ପ ଏହି ପଦକ୍ଷେପକୁ “ଆର୍ଥିକ ସ୍ବାଧୀନତାର ଘୋଷଣା” ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଆମେରିକୀୟ ଅର୍ଥନୀତିକୁ ସୁରକ୍ଷା ଦେବା ଏବଂ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ। ଏହି ଟାରିଫ ସମସ୍ତ ଆମଦାନୀ ଉପରେ ୧୦% ମୂଳ ହାରରୁ ଆରମ୍ଭ ହୋଇଛି, କିନ୍ତୁ କିଛି ଦେଶ ପାଇଁ ଏହା ଅଧିକ ର୍ନିଦ୍ଧାରିତ ହୋଇଛି। କାନାଡା…
କଟକରେ ଥିବା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ କେହି ବଦଳାଇ ଦେଇଛନ୍ତି। ବିଜୁ ବାବୁଙ୍କର ଏହି ପ୍ରତିମୂର୍ତ୍ତି ସହରର ମହାନଦୀ ବିହାର ସ୍ଥିତ ମଙ୍ଗଳା ମନ୍ଦିର ଛକ ନିକଟରେ ରହିଛି। ତେବେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଅନେକ ଜିନିଷର ରଙ୍ଗରେ ପରିବର୍ତ୍ତନ କରିଛି। ସରକାରକୁ ଆସିବା ପରେ ମୋହନ ସରକାର ମୋ ବସ୍, ସ୍କୁଲ କୋଠା, ସ୍କୁଲ ଡ୍ରେସ୍ ପ୍ରଭୃତିର ରଙ୍ଗ ବଦଳେଇବା ନେଇ ଅଭିଯୋଗ ଉଠିଛି।ଏହାକୁ ବିରୋଧୀମାନେ ସମାଲୋଚନା କରୁଛନ୍ତି। ବିରୋଧୀ ସବୁବେଳେ କହି ଆସିଛନ୍ତି, ମୋହନ ସରକାର ନୂଆ ଯୋଜନା ନକରି, କେବଳ ବିଜେଡି ସରକାର ଅମଳର ପୁରୁଣା ଯୋଜନାକୁ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ଅଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ଏହା ସବୁଜ ରଙ୍ଗର ଥିବାବେଳେ ବର୍ତ୍ତମାନ ଏହାକୁ ଗୋଲ୍ଡେନ ହଳଦିଆ ରଙ୍ଗ କରି ଦିଆଯାଇଛି। ତେବେ ଏହିପରି ରଙ୍ଗ ପରିବର୍ତ୍ତନ କିଏ ଓ…
ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। ଠିକାଦାରଙ୍କ ଠାରୁ ବିଲ୍ କ୍ଲିୟର କରାଇଦେବାକୁ ନେଉଥିବା ସମୟରେ ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଦାସଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି ଥିବା ବିଲ୍ କରାଇବା ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଲାଞ୍ଚ ଦାବି ଏବଂ ଗ୍ରହଣ କରିଥିଲେ। ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଦାସ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ। ସେ ଭୁବନେଶ୍ୱରର ଗ୍ରାମୀଣ କାର୍ଯ୍ୟ (ଜନସ୍ୱାସ୍ଥ୍ୟ) ବିଭାଗରେ କାର୍ୟ୍ୟରତ।ତାଙ୍କ ଠାରୁ ମୋଟ ୨.୨୬ ଲକ୍ଷ ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ।
ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ ଉପରେ ବିଧାନସଭାରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଆଲୋଚନା ରାତିତମାମ ଜାରି ରହିଥିଲା। ଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ୍ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା । ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା ।ବିରୋଧୀ ଦଳ ବିଧାୟକ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିବା ବେଳେ ଶାସକ ଦଳର ବିଧାୟକ ପାରିତ ହେବା ନେଇ ଯୁକ୍ତି ବାଢିଥିଲେ । ମୂଳ ବିଲରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ। ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା। ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ…
ଶେଷ ହେଲା ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ।ବେଶ୍ ରୋଚକ ଥିଲା ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ମୋଟ ୨୫ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ପାରିତ ହୋଇଛି ଦୁଇ ଦୁଇଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ -୨୦୨୪ ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୫ ବିଲ ପାରିତ ହୋଇଛି।ରୋଚକ ଥିଲା ଏହି ଅଧିବେଶନ। ଗୃହରେ ଜୋରଦାର ପ୍ରତିବାଦ ପାଇଁ ଗୃହରୁ ନିଲମ୍ବନ ହୋଇଥିଲେ ସମସ୍ତ କଂଗ୍ରେସ ବିଧାୟକ।ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି । ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜୋରଦାର ବିତର୍କ ହୋଇଥିଲା। ଶେଷରେ ଭୋର ୪ଟା ୩୦ମିନିଟରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ । ବିଲ୍ ପାସ ପାଇଁ ବିଧାନସଭାରେ ସର୍ବକାଳୀନ ପୂର୍ବରୁ ସାଢେ ୧୬ ଘଣ୍ଟାର ରେକର୍ଡ ରହିଛି।
ପୁଣି ବାରବାଟୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍। ଆଉ କିଛି ଦିନ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଟି-୨୦ ମ୍ୟାଚ୍। ପୂର୍ବରୁ ଏନେଇ ଆଶଙ୍କା ରହିଥିବା ବେଳେ, ଏବେ କିନ୍ତୁ ଏହା ସ୍ପଷ୍ଟ ହୋଇଛି। ଟି-୨୦ ମ୍ୟାଚ୍ ହେବା ନେଇ ଖବର ମିଳିବା ପରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ଇଂଲଣ୍ଡ ସହ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଲିଭିବା ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେନେଇ ଓସିଏ ଯତ୍ନବାନ ହେବାକୁ କ୍ରୀଡ଼ାବିତ୍ ପରାମର୍ଶ ଦେଇଛନ୍ତି ।ଆସନ୍ତା ଡିସେମ୍ୱର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ ।
ପ୍ରେମିକକୁ ଅପହରଣ ଅଭିଯୋଗରେ ପ୍ରେମିକାକୁ ଗିରଫ କରିଛି ପୋଲିସ । ଅପହରଣରେ ଲିପ୍ତ ପ୍ରେମିକା ସହିତ ଆଉ ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।ଏଥିସହ ଅପହୃତ ଯୁବକଙ୍କୁ ଭରତପୁର ଅଞ୍ଚଳର ଏକ ହୋଟେଲ୍ରୁ ଉଦ୍ଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।ପ୍ରେମିକାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାବେଳେ ଲିଭଇନ୍ରେ ରହୁଥିଲେ। ତେବେ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଝାରପଡ଼ାରୁ ଉଠାଇ ଆଣିଥିଲେ ପ୍ରେମିକା।ପ୍ରେମିକା ତା’ ଭଉଣୀର ପ୍ରେମିକକୁ ଲଗାଇ ଯୁବକଙ୍କ ଉପରେ ଅତ୍ୟାଚାର କରୁଥିବା ଜଣାପଡ଼ିଛି । ଗିରଫ ପରେ ପୋଲିସ ପକ୍ଷରୁ ଘଟଣାର ଛାନଭିନ ଆରମ୍ଭ ହୋଇଛି । ସୂଚନାମୁତାବକ, ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଜ ପ୍ରେମିକାଙ୍କ ସହ ଲିଭଇନ୍ରେ ରହୁଥିଲେ । ଏପଟେ ସୋମନାଥଙ୍କ ସହ ଲିଭଇନ୍ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ…









