ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣାଯିବା ଓ ତାର ମୋଡିଫିକେସନ୍ ପାଇଁ କୋଟି କୋଟି ଖର୍ଚ୍ଚ ।ଜଙ୍ଗଲ ବିଭାଗ ପକ୍ଷରୁ ‘ଥାର୍’ ଗାଡ଼ି କିଣା ଓ ସାଜସଜ୍ଜା ପ୍ରସଙ୍ଗ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ଏବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି । ମନ୍ତ୍ରୀ ଖୁଣ୍ଟିଆ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସମୀକ୍ଷା ଲାଗି ସିଏଜିଙ୍କୁ ୨୦୨୫ ଡିସେମ୍ବର ୧୮ରେ ପତ୍ର ଲେଖ୍ ଅନୁରୋଧ କରିଥିଲେ । ଏହାକୁ ନେଇ ସିଏଜିଙ୍କ ପକ୍ଷରୁ ଘଣ୍ଟାଚକଟା ପରେ ଜଙ୍ଗଲ ବିଭାଗକୁ ବିଶେଷ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି । ସେଥିରେ ପ୍ରାୟ…
Author: sanitelevision
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ ଭବିଷ୍ୟତର ଡାଟା ଦେଶ ଭିତରେ ହିଁ ସୁରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଚ୍ସିଏଲ୍ ଟେକ୍ନୋଲୋଜିସ୍ ଓଡ଼ିଶାରେ ଏହାର ଗ୍ଲୋବାଲ୍ ଟେକ୍ନୋଲୋଜି ସେଣ୍ଟର୍ ଏବଂ ଓଡ଼ିଶା ସୋଭରେନ ଏଆଇ ପାର୍କରେ ଏହାର ପ୍ରଥମ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ। ପ୍ରସ୍ତାବିତ ଡାଟା ସେଣ୍ଟରରେ କମ୍ପାନି୧୪,୨୫୭ କୋଟି ଟଙ୍କା ନିବେଶ କରିବ। ଏହାର ଡେଭେଲପ୍ମେଣ୍ଟ ସେଣ୍ଟର ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ନୂଆ ଡାଟା ସେଣ୍ଟର୍ କମ୍ପାନିର ପୂର୍ଣ୍ଣକାଳୀନ ଏଆଇ କ୍ଷମତା ଓ ସର୍ବମର ଫାଉଣ୍ଡେସନ ମଡେଲ୍କୁ ଉପଯୋଗ କରି ସାର୍ବଜନୀନ ଓ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ସ୍ବତନ୍ତ୍ର ଏଆଇ ଆପ୍ଲିକେସନ…
ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଜାରି ଆନ୍ଦୋଳନ ଭିତରେ ଶୁକ୍ରବାର କେନ୍ଦ୍ର ସରକାର ଉଭୟ ମୋର୍ଚ୍ଚାରେ ସକ୍ରିୟତା ଦେଖାଇଛନ୍ତି । ଆଜି କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆଧିକ କଠୋର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାର ଆସନ୍ତା ସପ୍ତାହରେ ମୌସୁମୀ ଅଧିବେଶନରେ ଏହି ସଂଶୋଧିତ ବିଧେୟକକୁ ସଂସଦରେ ଉପସ୍ଥାପନା କରିବାକୁ ପ୍ରସ୍ତୁତି କରୁଛନ୍ତି । ନୂତନ ବିଲରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇପାରେ।ମୋଦି କ୍ୟାବିନେଟ୍ ପେପର ଲିକ୍ ସଂଶୋଧନ ବିଲ୍ କୁ ମଞ୍ଜୁରୀ ଦେଇଛି। ଶୁକ୍ରବାର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ବିଲ୍ ରେ ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦…
ଭିଜିଲାନ୍ସ ଜାଲରେ ମହିଳା ଆରଆଇ । ୫ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାଉପଡ଼ା ଡିଭିଜନର ରାଜସ୍ବ ନିରିକ୍ଷିକା ସାଇ ଦର୍ଶିନୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏନେଇ ପୂର୍ବରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଗରାପୁର ସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଅଭିଯୋଗକାରୀ ଦୁଇଜଣଙ୍କ ମାଲିକାନାରେ ଥିବା ଏକ ଜମି କିଛିବର୍ଷ ପୂର୍ବେ କିଣିଥିଲେ । ମାତ୍ର ମ୍ୟୁଟେସନ ପାଇଁ ଗତ ମାସରେ ଆବେଦନ କରିଥିଲେ । ଏହାର ସମାଧାନ ପାଇଁ ଆରଆଇ ମ୍ୟାଡାମ ଲାଞ୍ଚ ମାଗୁଥିଲେ । ସେ ୧୦ ହଜାର ଟଙ୍କା ଦେଲେ ସମାଧାନ କରିଦେବେ ବୋଲି କହିଥିଲେ । ତେବେ ୫,୫୦୦ ଦେବା ବେଳେ ଆଗୁଆ ଖବର ପାଇଥିବା ଭିଜିଲାନ୍ସ ମାଡ଼ିବସିଥିଲା ।
ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି, ଯାହାକି ଖୁବ୍ଶୀଘ୍ର ଏକ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଚଳିତ ସପ୍ତାହନ୍ତରେ ସମଗ୍ର ଓଡ଼ିଶାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏକ ଘୂର୍ଣ୍ଣିବଳୟ ୨୫ ତାରିଖବେଳକୁ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ଓଡ଼ିଶାରେ ୨୮ ଯାଏଁ ବର୍ଷା ଲାଗି ରହିବ। ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଦକ୍ଷିଣ ଉପକୂଳରେ ବର୍ଷା ପରିମାଣ ଅଧିକ ରହିପାରେ। ୩୧ ଜୁଲାଇରୁ…
ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ। ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି। କ୍ଷୀପ୍ର ଗତିରେ ଆସି ଦର୍ପଦଳନ ରଥାରୂଢ ହେଲେ ସୁଦର୍ଶନ। ତାଙ୍କ ପରେ ଆସିଲେ ରୋହିଣୀ ନନ୍ଦନ ବଳଭଦ୍ରଙ୍କ ପହଣ୍ଡି। ନାକଚଣା ଦ୍ଵାର ଦେଇ ରଥାରୂଢ ହେଉଛନ୍ତି ଠାକୁର। ତାଙ୍କ ପରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା। ଶେଷରେ ଆସିଲେ କାଳିଆ ସାଆନ୍ତ। ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି । ସେହି ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ…
ଆୟୁର୍ବେଦିକ ପାର୍ଲରରେ ସେକ୍ସ ରାକେଟ୍, ଖସି ଆସିଲେ ଯୁବତୀ | ହୋଟେଲରେ କାମ ଦେବାକୁ କହି ଜଣେ ଯୁବତୀଙ୍କୁ ସେକ୍ସ ରାକେଟରେ ଲଗାଇଥିଲେ । ଅନୈତିକ କାର୍ଯ୍ୟ ନକରିବାରୁ ମାଡମାରି ମୋବାଇଲ ଓ ଡ୍ରେସ୍ ଛଡ଼ାଇ ନେଇଥିଲେ ଆୟୁର୍ବେଦିକ ପାର୍ଲର ମାଲିକ। ନିର୍ଯାତନା ସହିନପାରି ମସାଜ ପାର୍ଲରରୁ ଖସି ଆସିଲେ ଯୁବତୀ । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ବୁଦ୍ଧପାର୍କ ଅଞ୍ଚଳରେ ଘଟିଛି। ପାର୍ଲରରେ ସେକ୍ସ ରାକେଟ୍ ଚାଲିଥିବା ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ପାର୍ଲରରେ ଚଢଉ କରି ଜଣେ ଗ୍ରାହକଙ୍କ ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ତନାଘନା ଆରମ୍ଭ କରିଛି।ଏହା ସହ କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ପାର୍ଲର ମାଲିକଙ୍କୁ ମଧ୍ୟ ପୁଲିସ ଉଠାଇନେଇଛି। ଆୟୁର୍ବେଦିକ ସେଣ୍ଟରରେ ପ୍ରକୃତରେ କ’ଣ ଚାଲୁଥିଲା। କେତେଦିନ ଧରି ଏହି କାର୍ଯ୍ୟ ଚାଲିଥିଲା। ଯୁବତୀଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି ସେ ନେଇ ପୁଲିସ ତଦନ୍ତ…
ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ପୁଣି ଥରେ ଭାରତ ଉପରେ ଟାରିଫ୍ ବୋମା ପକାଇଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ଉପରେ ଅତିରିକ୍ତ ଟିକସ ଲଗାଇ ଏକ ବଡ଼ ଝଟକା ଦେଇଛନ୍ତି। ଆମେରିକା ଏବେ ଏହି ୧୭ଟି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟିକସ ଲଗାଇବ, ଯାହା ୨୪ ଜୁଲାଇ ମଧ୍ୟାହ୍ନ ୧୨ଟାରୁ ଲାଗୁ ହେବାକୁ ଯାଉଛି । ଆମେରିକା ପ୍ରାୟ ୬୦ଟି ଦେଶ ଉପରେ ଶୁଳ୍କ ଲଗାଇଛି, କିନ୍ତୁ ଭାରତ ସମେତ ୧୭ଟି ଦେଶକୁ ୧୦ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି ।USTR ଅନୁଯାୟୀ, ସେହି ଦେଶମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଯେଉଁମାନେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ଉତ୍ପାଦ ଆମଦାନୀ ଉପରେ କଡା ପଦକ୍ଷେପ ନେଇ ନାହାଁନ୍ତି। ଭାରତ ସହିତ ଆମେରିକା ପାକିସ୍ତାନ, ବାଂଲାଦେଶ,…
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ ସେ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏସବୁ ବିଷୟକୁ ନେଇ ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଜାତୀୟ ଅଧ୍ୟକ୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ’ଯେତେବେଳେ ସଂସଦ ଚାଲୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସଂସଦର ପଟଳରେ ବିବୃତ୍ତି ଦେବାକୁ ପଡ଼ିଥାଏ, ବିଳମ୍ବିତ ରାତିରେ ଏକ ଭିଡିଓ ପ୍ରସ୍ତୁତ କରି, ସଂସଦ ବାହାରେ ଏକପାଖିଆ ‘ମନ କି ବାତ୍’ କରିବା ଉଚିତ୍ ନୁହେଁ।’”ରାହୁଲ ଗାନ୍ଧୀଙ୍କ ଦାବିକୁ ପୁଣି ଥରେ ଦୋହରାଇ…
ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀଙ୍କ ଏକ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ । ସେ ଟିଭି ଇଣ୍ଡଷ୍ଟ୍ରିର ପାର୍ଟି ସଂସ୍କୃତିକୁ ନେଇ କିଛି ଚମକପ୍ରଦ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ, ଅନେକ ପାର୍ଟିରେ ଅବୈଧ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସେ ନିଜ ଆଖିରେ ଦେଖିଛନ୍ତି । ସିଦ୍ଧାର୍ଥ କନ୍ନଙ୍କୁ ସାକ୍ଷାତକାର ଦେବା ବେଳେ ସେ ଏହି ଖୁଲାସା କରିଛନ୍ତି। ନାରାୟଣୀ କହିଛନ୍ତି ଯେ, ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିର ପାର୍ଟିରେ ମଦର ଆସର ଜମୁଥିଲା। ହେଲେ ଏବେ ସମୟ ବଦଳିବା ସହ ସେଲିବ୍ରେଟିଙ୍କ ଟେଷ୍ଟ ବଦଳିଛି। ଏବେ ଟିଭି କଳାକାରଙ୍କ ପାର୍ଟିରେ ଡ୍ୟାନ୍ସ ଠୁ ଅଧିକ ଡ୍ରଗ୍ସର ଆସର ଜମୁଛି। ସେ କହିଛନ୍ତି ଯେ ଏହି ପରିସ୍ଥିତି ଦେଖି ସେ ବହୁ ବର୍ଷ ପୂର୍ବରୁ ଏଭଳି ପାର୍ଟିକୁ ଯିବା ବନ୍ଦ କରିଦେଇଥିଲେ ।ଅଭିନେତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜୀବନରେ ଥରେ ସେ ନିଶାଦ୍ରବ୍ୟକୁ କେବଳ…









