Author: sanitelevision

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି।ପ୍ରସନ୍ନ କହିଛନ୍ତି, ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏପରି ନ କରିବାକୁ ସେ ଅପିଲ କରିଛନ୍ତି।ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏମିତି କହିଲେ ବିରୋଧୀ ଦଳ ଉପନେତା, ତାହା ଜଣାପଡିନାହିଁ ।

Read More

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨୮ ଜାନୁଆରୀ ୨୦୨୫ ରେ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁଯାୟୀ ଫେବୃଆରୀ ୧୭, ୨୦୨୫ରୁ ଯଦି ଆପଣ ନିଜ ଗାଡ଼ିକୁ ନେଇ ଟୋଲ୍ ପ୍ଲାଜାରେ ପହଞ୍ଚିବେ ଏବଂ ଟ୍ୟାଗ୍ ରିଡ୍ କରିବା ପରେ ୬୦ ମିନିଟରୁ ଅଧିକ ସମୟ ଲାଗେ ତେବେ ପେମେଣ୍ଟ ହେବ ନାହିଁ । କେବଳ ଏତିକି ନୁହେଁ ଯଦି ଟ୍ୟାଗ୍ ରିଡ୍ କରିବାର ଅତିକମରେ ୧୦ ମିନିଟ୍ ପୂର୍ବରୁ ବ୍ଲାକଲିଷ୍ଟ ହୋଇଯାଏ, ତେବେ ମଧ୍ୟ ପେମେଣ୍ଟ ହେବ ନାହିଁ । ହେଲେ ନୂଆ ନିୟମ ଅନୁଯାୟୀ, ୟୁଜର୍ସମାନଙ୍କୁ ନିଜର ଫାସ୍‌ଟ୍ୟାଗ ସିଷ୍ଟମରେ ସୁଧାର ପାଇଁ ୭୦ ମିନିଟର ସମୟ ମିଳିବ ।ଏହା ବ୍ୟତୀତ ଯଦି ଆପଣଙ୍କର ଫାସ୍‌ଟ୍ୟାଗ ବ୍ଲାକଲିଷ୍ଟ ହୋଇଛି । କିନ୍ତୁ ଯଦି ଆପଣ ଟ୍ୟାଗକୁ ରିଡ୍ କରିବାର ୬୦ ମିନିଟ୍ ମଧ୍ୟରେ କିମ୍ବା ରିଡ୍ କରିବାର ୧୦ ମିନିଟ୍ ମଧ୍ୟରେ…

Read More

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ମୋଦିଙ୍କ ଦୈନିକ ଭୋଜନକୁ ନେଇ ପୂର୍ବରୁ ଅନେକ ଆରୋପ ଲଗାଇଛନ୍ତି କଂଗ୍ରେସ ଦଳର ନେତା । କିନ୍ତୁ ଏହାକୁ ପ୍ରମାଣ କରିପାରିନାହିଁ କଂଗ୍ରେସ । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଶାକାହାରୀ ଖାଦ୍ଯ ଖାଇଥାଆନ୍ତି । ସେ ବାଦାମର ଅଟାରେ ପ୍ରସ୍ତୁତ ରୁଟି, ଭେଣ୍ଡି, ପାଳଙ୍ଗ, ଡାଲି, ପନିପରିବା ଓ କିଛି ମାତ୍ରାରେ ଭାତ ଖାଇଥାନ୍ତି । ତାହାସହ ଦ୍ୱିପ୍ରହରର ଭୋଜନ ପରେ ସେ ସବୁବେଳେ ଶେରଖଣ୍ଡ ଖାଇବାକୁ ପସନ୍ଦ କରନ୍ତି । ସନ୍ଧ୍ୟା ହେବା ପୂର୍ବରୁ ହିଁ ସେ ନିଜର ରାତ୍ରି ଭୋଜନ କରିଦିଅନ୍ତି । ୨୦୧୫ରେ ଏକ RTI ର ଉତ୍ତରରେ ସୂଚନା ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି…

Read More

ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ କମିନି ବାଲ୍ୟ ବିବାହର ପ୍ରଥା । ଗତ ୬ ବର୍ଷ ଭିତରେ ରାଜ୍ୟରେ ୮ ହଜାର ୧୫୯ ଟି ବାଲ୍ୟ ବିବାହ ହୋଇଛି । ୧୩୪୭ ଟି ଅର୍ଥାତ ସର୍ବାଧିକ ବାଲ୍ୟ ବିବାହ ନବରଙ୍ଗପୁରରେ ହୋଇଛି । ଦ୍ୱିତୀୟରେ ଗଞ୍ଜାମରେ ୯୬୬ ବାଲ୍ୟ ବିବାହ। ୬୩୬ ଜଣ ବାଲ୍ୟ ବିବାହ କରିଛନ୍ତି କୋରାପୁଟରେ। ଏହା ତୃତୀୟ ସ୍ଥାନରେ ଅଛି। ଏଥିସହ ୬ ବର୍ଷରେ ଉଦ୍ଧାର ହୋଇଛନ୍ତି ୩୨୮ ଜଣ ଶିଶୁ ଶ୍ରମିକ। ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ରାଜ୍ୟର କିଛି ସ୍ଥାନରେ ଏବେ ବି ବାଲ୍ୟବିବାହକୁ ସ୍ବୀକୃତି ମିଳୁଛି । କମ୍ ବୟସର ପିଲାଙ୍କୁ ବିବାହ ଭଳି ଗୁରୁଦାୟିତ୍ବର ବନ୍ଧନରେ ଛନ୍ଦି ଦିଆଯାଉଛି । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି |ଅନ୍ୟପଟେ ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡି…

Read More

ରାଜ୍ୟର ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ । ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ସେହିପରି ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ପାଚେରୀ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି । ତେବେ ଏବେ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ତୃତୀୟ ଦିନରେ ଆରମ୍ଭରୁ ଗୃହ ଚାଲିପାରିନଥିଲା । ଦିନ ୧୨ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ ।ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିତ୍ତିଭୂମିର ବିକାଶ ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଣିବାକୁ ଚାହିଁଥିଲେ…

Read More

ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।ବର୍ତ୍ତମାନ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଚାଲୁ ରହିଛି, ଏହା ସରିବା ପରେ ଗଣତି ମଣତି ଆରମ୍ଭ ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । ଆଉ ଏଥିର ପୁଣି ଥରେ ଗଣତିମଣତି କରାଯାଇ ପୁରୁଣା ତଥ୍ୟ ସହ ମେଳ ଖୁଆଯିବ । ଏହା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ।ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୬ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା । ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଚାବି ହଜିବା ଠାରୁ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଖୁବ ଶୀଘ୍ର ଅନ୍ତ ହେବ। ନୂତନ ମୁଖ୍ୟମନ୍ତ୍ରୀ ଏବଂ ନୂତନ ସରକାରଙ୍କ ଶପଥ ଗ୍ରହଣ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।ଆସନ୍ତା ୧୯ ତାରିଖରେ ଦିଲ୍ଲୀରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ୧୭ ଓ ୧୮ ତାରିଖରେ ବସିପାରେ ବିଜେପିର ବିଧାୟକ ଦଳ ବୈଠକ। ଦିଲ୍ଲୀ ନିର୍ବାଚନରେ ବିଜେପି ବାଜି ମାରିବା ପରେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାହା ଉପରେ ସାରା ଦେଶର ନଜର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ନୂଆ ଚେହେରା ବାଛିପାରେ ଦଳ । ତେବେ ୪୮ ଜଣ ବିଜୟୀ ବିଧାୟକଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଏବଂ ତା’ପରେ ଜାତି ସମୀକରଣ ଆଧାରରେ ୯ ଜଣଙ୍କ ନାମ ସ୍ଥିର କରାଯାଇଛ। ଏହି ୯ ଜଣଙ୍କ ମଧ୍ୟରୁ…

Read More

ସାଧୁ ବାବା ବେଶରେ ରିଷ୍ଟ ଖଣ୍ଡନ କହି ଲୁଟୁଥିଲେ ସୁନା ଗହଣା । ଝାରସୁଗୁଡ଼ା ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ । ସୂଚନାନୁସାରେ ଗତ ୧୨ ତାରିଖ ଅପରାହ୍ନ ପ୍ରାୟ ୫ ଟା ସମୟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ଅଜ୍ଞାତ ଅପରାଧୀ ସରବାହଲ ନିବାସୀ ନିରୁପାମା ନାୟକଙ୍କ ସୁନା ଅଳଙ୍କାର, ମୋବାଇଲ୍ ଫୋନ୍ ଇତ୍ୟାଦି ଛଡାଇ ନେଇଥିଲେ ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ସମାନ ଭାବେ ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ରୀତାମଞ୍ଜରୀ ସାହୁଙ୍କ ସହ ବି ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା । ଝାରସୁଗୁଡା ପୋଲିସ ଓ ବେଲପାହାଡ଼ ପୋଲିସ ଅଭିଯୋଗକୁ ଭିତ୍ତି କରି ଆରମ୍ଭ କରିଥିଲେ ତଦନ୍ତ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତରାଖଣ୍ଡର ସାହିଦ୍‌, ଏମ୍‌ଡି ଇକ୍‌ବାଲ ଏବଂ ଉତ୍ତରପ୍ରଦେଶର ଜୋହର ଅଲ୍ଲୀ ଓ ଏମ୍‌ଡି ଇସ୍‌ଲାମ୍‌ । ଅଭିଯୁକ୍ତଙ୍କ ନିକଟରୁ ୨ଟି ପଲସର୍‌ ବାଇକ୍‌, ୪ଟି ମୋବାଇଲ୍‌…

Read More

ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ହୋଇଛି । ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି, ଯେଉଁମାନଙ୍କ ଇ-କେଓ୍ବାଇସି ଅପଡେଟ୍ ହୋଇନାହିଁ । ଲୋକଙ୍କ ସମସ୍ୟା ଦେଖି ଅବଧି ବୃଦ୍ଧି କରାଯାଇଛି ।

Read More

ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ ।ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।ସୁର କହିଲେ ୯ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ଫେରିଛି ମୋ ମନ୍ଦିରକୁ । ସେ ଆହୁରି କହିଛନ୍ତି କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର…

Read More