Author: sanitelevision

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ପ୍ରତିକ୍ରିୟା । ସବୁ ଜିଲ୍ଲା ଏସପିଙ୍କୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇ । ଅପରାଧୀଙ୍କ ଉପରେ କଡ଼ା ଆକ୍ସନ ନେବାକୁ ନିର୍ଦ୍ଦେଶ ।୫ ହଜାର ୭ ଶହରୁ ଅଧିକ ଅପରାଧିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମାଳ ମାଳ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦ ଜିଲ୍ଲାରେ ସାଇବର ଅପରାଧୀଙ୍କ ଉପରେ ରହିଛି ନଜର। ସରେଣ୍ଡର ନକଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିଜିପି ଚେତାବନୀ ଦେଇଛନ୍ତି। ପୋଲିସର ଥାର୍ଡ଼ ଡିଗ୍ରୀର ସେଭଳି କୌଣସି ଉଦ୍ଦେଶ୍ୟ ନାହିଁ। ଓଡ଼ିଶାରେ ବାଂଲାଦେଶୀଙ୍କ ଉପରେ କଡ଼ା ନଜର ରହିଛି । ବିଭିନ୍ନ ଥାନା ଓ ମେରାଇନ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ନଜର ରଖିବା ପାଇଁ । ପୋଲିସର ଏନକାଉଣ୍ଟର ଉଦ୍ଦେଶ୍ୟ ନୁହେଁ, ପୋଲିସ ଉପରେ ଯେତେବେଳେ ଅପରାଧୀ ଆକ୍ରମଣ…

Read More

ଗଞ୍ଜାମରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ ଅପରାଧୀଙ୍କ ଭୂମିକା କ’ଣ ଥିଲା ? ଏନେଇ ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ସୁଧୀର ପାତ୍ରଙ୍କୁ କେମିତି କେମିତି ଅପହରଣ କରିଥିଲା ନେଇ ଡେମୋ ଦେଖାଇଥିଲା ସୁମିତ ସିଂ ସୁନୀଲ ରାଜପୁତ। ଅନ୍ୟଜଣେ ଅଭିଯୁକ୍ତ ମୁକେଶ ସାହୁ ପୁଲିସ ଗାଡ଼ିରେ ବସିଥିଲା। ଅପହରଣ ଓ ହତ୍ୟାକାଣ୍ଡର ଟିକିନିଖୁ ତଥ୍ୟ ସଂଗ୍ରହ କରିଛି ପୁଲିସ। ସଦର ଏସଡ଼ିପି ଓ ସୁଧାଂଶୁ ଶେଖର ପରିଡା ଗୋପାଳପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ଲେଙ୍କାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଗତକାଲି ରାତିରେ ପୋଲିସ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି । ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ ସୁଧୀର ହତ୍ୟା ମାମଲା…

Read More

ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଚାଲିଥିବା ପ୍ରୟାସର ଏକ ଅଂଶସ୍ୱରୂପ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ବୃହତ ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି।ଉତ୍ତମ ପ୍ରଶାସନିକ ସମନ୍ୱୟ, ଦ୍ରୁତ ସେବା ପ୍ରଦାନ ଏବଂ ସହରୀ ପରିଚାଳନାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ (ମହାନଗର ନିଗମ), ମ୍ୟୁନିସିପାଲିଟି (ପୌରପାଳିକା) ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ନିୟୋଜିତ ଅଧିକାରୀମାନଙ୍କୁ ବଦଳି କରାଯାଇଛି। ଏହି ପଦକ୍ଷେପ ପ୍ରଶାସନିକ ନିଷ୍କ୍ରିୟତାକୁ ଦୂର କରିବା, ଉତ୍ତରଦାୟିତ୍ଵ ବୃଦ୍ଧି…

Read More

ବଜାରକୁ ଆସୁଛି ଏମିତି ନୋଟ୍, ନା ସେ ନୋଟ୍ ଚିରିବ, ନା ଓଦା ହେବ। ଏମିତି ନୋଟ୍ ଆଣୁଛି ଆରବିଆଇ। କେନ୍ଦ୍ରୀୟ ବ୍ୟାଙ୍କ ଏବେ ପାରମ୍ପରିକ କାଗଜ ବଦଳରେ ପ୍ଲାଷ୍ଟିକ ଅର୍ଥାତ୍ ପଲିମର ନୋଟ୍‌ ଛାପିବା ଯୋଜନାକୁ ଗମ୍ଭୀରତାର ସହ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ପାଟନା ଏବଂ ମୁମ୍ବାଇରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହି ବଡ଼ ପରିବର୍ତ୍ତନ ସମ୍ପର୍କରେ ଘନ ଘନ ଆଲୋଚନା ହୋଇଛି । ଏହି ନୂତନ ନୋଟ୍ ଗୁଡ଼ିକ ବର୍ତ୍ତମାନର କାଗଜ ନୋଟ୍ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଦୀର୍ଘସ୍ଥାୟୀ ହେବ।ଏହି ନୋଟ୍‌ଗୁଡ଼ିକ ଉପରେ ପାଣି, ଆଦ୍ରତା, କାଦୁଅ କିମ୍ବା କୌଣସି ପ୍ରକାର ମଇଳାର ପ୍ରଭାବ ପଡ଼େନାହିଁ । ଏହା ପାଣିରେ ଭିଜିଲେ ମଧ୍ୟ ନଷ୍ଟ ହୁଏନାହିଁ । ଏଗୁଡ଼ିକ ସହଜରେ ଚିରେ ନାହିଁ, ଯାହାଫଳରେ କେନ୍ଦ୍ରୀୟ ବ୍ୟାଙ୍କକୁ ବାରମ୍ବାର ନୂଆ ନୋଟ୍‌ ଛାପିବାକୁ ପଡ଼ିବ ନାହିଁ ଏବଂ ହଜାର…

Read More

ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ! । ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବା ସହ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ମରଣୀୟ ଏବଂ ଐତିହାସିକ ନିର୍ଦ୍ଦେଶ ।ଆଦେଶ ସଂରକ୍ଷଣ ରଖିବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିଷ୍ପତ୍ତିରେ ବିଳମ୍ବ ହେଲେ ସମ୍ପୃକ୍ତ ପକ୍ଷଙ୍କର ଅପୂରଣୀୟ କ୍ଷତି ହୁଏ। ବ୍ୟକ୍ତିଗତ ସ୍ୱାଧୀନତା ସହିତ ଜଡ଼ିତ ମାମଲାରେ ତ୍ୱରାନ୍ୱିତ କାର୍ୟ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଆବେଦନ ଉପରେ ରାୟ ସେହିଦିନ ଘୋଷଣା କରାଯିବା ଉଚିତ। ନଚେତ ଅଦାଲତ ପରଦିନ ହିଁ ରାୟ ଶୁଣାଇବେ। ଜାମିନ କିମ୍ବା ଦଣ୍ଡାଦେଶ ସ୍ଥଗିତ ରଖିବାର ଆଦେଶ ଘୋଷଣା ହେବା ପରେ ଜେଲ…

Read More

ସୁପ୍ରିମକୋର୍ଟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ । ତିନି ମାସ ମଧ୍ୟରେ ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ୟାଟି ଜରୁରୀକାଳୀନ କଲ୍ ନମ୍ବର ୧୦୦, ୧୦୧ ଏବଂ୧୦୮ ସହିତ ଜଡିତ, ଯାହାକୁ ପୁଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀକୁ ଡାକିବା ପାଇଁ ଡାଏଲ୍ କରାଯାଏ। ଏହି ନମ୍ବରଗୁଡ଼ିକୁ ବନ୍ଦ କରି ଗୋଟିଏ ହେଲ୍ପଲାଇନ୍ ନମ୍ବର, ୧୧୨ ରେ ସଂଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଲୋକମାନଙ୍କୁ ଏକାଧିକ ହେଲ୍ପଲାଇନ୍ ନମ୍ବର ମନେ ରଖିବାର ଆବଶ୍ୟକତା ଦୂର ହେବ।ସୁପ୍ରିମକୋର୍ଟର ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ଆଦେଶ ଜାରି କରିଛନ୍ତି ଏବଂ ଏକକାଳୀନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ…

Read More

ଜୁନ୍ ମାସ ଆରମ୍ଭ ହେବରକୁ ଯାଉଛି । ପ୍ରତି ମାସ ପରି, ପରବର୍ତ୍ତୀ ମାସରେ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ଯାହା ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ । ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ LPG ସିଲିଣ୍ଡରର ନୂତନ ମୂଲ୍ୟ ପ୍ରକାଶ କରନ୍ତି। ଫଳସ୍ବରୂପ, ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଜୁନ 1 ରେ ମଧ୍ୟ ହୋଇପାରେ। ସେହିପରି ୧ ଜୁନ୍, ୨୦୨୬ ଠାରୁ, HDFC ବ୍ୟାଙ୍କ ଏହାର କରେଣ୍ଟ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଅନେକ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କର ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଛୋଟ ନୋଟ୍ ଏବଂ କ୍ୟାସ୍ ଡିପୋଜିଟ୍ ଉପରେ ଏକ ନୂଆ ଲିମିଟ୍ ସହିତ ଏକ ନୂଆ ଚାର୍ଜ ମଧ୍ୟ ଲାଗୁ ହେବ । ଏପର୍ଯ୍ୟନ୍ତ, ଏହି ଛୋଟ ନୋଟଗୁଡ଼ିକର କ୍ୟାସ୍ ଡିପୋଜିଟ୍ ଉପରେ କୌଣସି…

Read More

ଶନିବାର ଠାରୁ ରାଜ୍ୟରେ ଏସଆଇଆର ଆରମ୍ଭ ହୋଇ ଜୁନ୍ ୨୮ ଯାଏଁ ଚାଲିବ । ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି।ଯଦି କୌଣସି ଭୋଟଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ।ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ । ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ…

Read More

CBSEର ବିବାଦୀୟ ‘ଅନ୍-ସ୍କ୍ରିନ୍ ମାର୍କିଂ’ ସିଷ୍ଟମକୁ ନେଇ ଚାଲିଥିବା ତୀବ୍ର ସମାଲୋଚନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ୱିଣ୍ଡୋ ଖୋଲିଛି। କିନ୍ତୁ ଉତ୍ତର ଖାତା ପାଇଁ ପ୍ରବଳ ଭିଡ଼ ସତ୍ତ୍ୱେ, କେତେ ଜଣ ଛାତ୍ରଛାତ୍ରୀ ପ୍ରକୃତରେ ପୁନଃମୂଲ୍ୟାୟନ କରିବେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପର୍ୟ୍ୟନ୍ତ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ଖାତା ପାଇବା ପାଇଁ ଆବେଦନ କରିଛନ୍ତି, ଯାହା ଦ୍ଵାରା ୧୧ ଲକ୍ଷରୁ ଅଧିକ ଉତ୍ତର ଖାତା ପାଇଁ ଅନୁରୋଧ କରାଯାଇଛି। କେତେକ ଛାତ୍ରଛାତ୍ରୀ କେବଳ ସେମାନଙ୍କର କପି ସମୀକ୍ଷା କରିପାରନ୍ତି ଓ ଆଉ କେତେକ ଛାତ୍ରଛାତ୍ରୀ ସେମାନଙ୍କ କେଉଁ ଉତ୍ତରରେ କେତେ ନମ୍ବର ଦିଆଯାଇଛି ତାହା ଉପରେ ନିର୍ଭର କରି ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ କହିପାରନ୍ତି।

Read More

ଜୁନ ମାସରେ ସ୍ବାଭାବିକ ଠାରୁ କମ ବର୍ଷା ନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଜୁଲାଇ ମାସରେ ବର୍ଷାର ପରିମାଣ ଆହୁରି ହ୍ରାସ ପାଇପାରେ। ରାଜ୍ୟରେ ସାମଗ୍ରିକ ମୌସୁମୀ ଏବଂ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।ଓଡିଶା ସମେତ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଏହି ସମୟରେ ଜନସାଧାରଣଙ୍କୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

Read More