ଦେଶର ସବୁଠାରୁ ବଡ଼ ଚିକିତ୍ସା ଶିକ୍ଷା ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟରେ ଶୁଣାଣି ହେବ । ପରୀକ୍ଷା ପରିଚାଳନାରେ ହୋଇଥିବା ବଡ଼ ଧରଣର ଅନିୟମିତତାକୁ ନେଇ ଦାଖଲ ହୋଇଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ କୋର୍ଟ ଆଜି ବିଚାର କରିବେ । ‘ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍’ (FAIMA) ଏବଂ ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନଗୁଡ଼ିକରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ପାଇଁ ଦାବି କରାଯାଇଛି ।ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ଭଙ୍ଗ କରିବାକୁ ଦାବି ହୋଇଛି। ଭବିଷ୍ୟତର ପରୀକ୍ଷାଗୁଡ଼ିକୁ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପ୍ୟୁଟରଭିତ୍ତିକ କରିବାକୁ ପ୍ରସ୍ତାବ ଦିଆଯାଇଛି। କୋର୍ଟଙ୍କ ନୋଟିସ ସତ୍ତ୍ୱେ କେନ୍ଦ୍ର ସରକାର, NTA କିମ୍ବା CBI ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ଏନେଇ ସୂଚନା ଦିଆଯାଇନି।ଅନ୍ୟପଟେ, ନିଟ୍ ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ଚାପ…
Author: sanitelevision
ଆସୋସିଏଶନ୍ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ୩୬ଟି ଆଞ୍ଚଳିକ ରାଜନୈତିକ ଦଳର ମିଳିତ ଆୟ ୫୧%ରୁ ଅଧିକ ହ୍ରାସ ପାଇଛି । ଏଥିସହିତ ୨୧ଟି ଦଳ ସେମାନଙ୍କ ଘୋଷିତ ଆୟଠାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ ବାର୍ଷିକ ଅଡିଟ୍ ରିପୋର୍ଟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ତେବେ ୩୧ଟି ଆଞ୍ଚଳିକ ଦଳ ସେମାନଙ୍କର ଅଡିଟ୍ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରି ନାହାନ୍ତି।ଏଡିଆରର ବିଶ୍ଳେଷଣ ଅନୁଯାୟୀ, ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୨୦୨୪-୨୫ ଆର୍ଥିକ ବର୍ଷରେ ୧,୧୯୨.୯୪ କୋଟି ଟଙ୍କା ରହିଥିଲା, ଯାହା ୨୦୨୩-୨୪ ଆର୍ଥିକ ବର୍ଷର ୪୬୩.୧୭ କୋଟି ଟଙ୍କା ବ୍ୟୟ ତୁଳନାରେ କମ୍।…
ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି ।ଅନ୍ୟପଟେ ୭ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବା ବେଳେ ଟ୍ରପ ଲାଇନ ପ୍ରଭାବରେ ଆଜିଠୁ ବଢିବା ବର୍ଷା ।କେନ୍ଦୁଝରରେ ପ୍ରବଳ ବର୍ଷା ସହ ମୟୁରଭଞ୍ଜ,ଅନୁଗୁଳ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ।ଆଜି ସାରା ଓଡ଼ିଶାରେ କାଳଵୈଶାଖୀ ପ୍ରଭାବ ରହିବା ସହ ଉପକୂଳ ସହ ଆଭ୍ୟନ୍ତରୀଣ ଜିଲ୍ଲାର ଅନୁଗୁଳ, ଦେଓଗଡ, ସମ୍ବଲପୁର , କେନ୍ଦୁଝରରେ ପ୍ରବଳ ବର୍ଷା ସହ ଜଗତସିଂହପୁର,କଟକ,…
ଏଣିକି ଓଡ଼ିଆରେ ପଢ଼ାହେବ ଯୁକ୍ତ ଦୁଇ ବିଜ୍ଞାନ । ଇଂରାଜୀ ଭାଷାର ଭୟ ହେବ ଦୂର । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । କେବଳ ଓଡ଼ିଆ ଭାଷାରେ ବିଜ୍ଞାନ ପଢ଼ିବେନି, ପରୀକ୍ଷା ବି ଦେଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ର ମିଳିତ ପ୍ରୟାସରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ପାଖାପାଖି ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଓଡ଼ିଶା ସରକାରଙ୍କ ଦ୍ବାରା ମୁଦ୍ରିତ ଏହି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ବହି ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଉପଲବ୍ଧ ହେବ । ଏହା ପୂର୍ବରୁ ବିଜ୍ଞାନ…
କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ। ୮୦ ବର୍ଷୀୟ ସିଦ୍ଧରାମାୟା ବିଧାନସଭାର ସଦସ୍ୟ (ଏମଏଲଏ) ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ।ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ରାଜ୍ୟସଭା ଅଫର କରାଯାଉଥିଲା। ସେ କିନ୍ତୁ ରାଜ୍ୟ ରାଜନୀତିରେ ରହିବାକୁ ଚାହାଁନ୍ତି। ଏଥିପାଇଁ ସେ ରାଜ୍ୟସଭା ଅଫରକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସିଦ୍ଧରମେୟା କହିଛନ୍ତି।କର୍ଣ୍ଣାଟକରେ କଂଗ୍ରେସ ସରକାରର କ୍ଷମତା ଭାଗବଣ୍ଟା ଫର୍ମୁଲା ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦ ବଦଳିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଛି। ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନେଇ ହେଉଥିବା ଆଲୋଚନା ଏବଂ ଦିଲ୍ଲୀରେ ଚାଲିଥିବା ହାଇ-ଲେଭଲ୍ ବୈଠକ ମଧ୍ୟରେ ହାଇକମାଣ୍ଡଙ୍କ ଏହି ପ୍ରସ୍ତାବ ଆସିଥିଲା। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସିଦ୍ଧାରାମୈୟାଙ୍କୁ କେନ୍ଦ୍ର ରାଜନୀତିକୁ…
ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।ଆଜି ଧରାପଡ଼ିଥିବା ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା( ୪୫) ବର୍ଷ ମୁଣ୍ଡକୁ ପିଟିବା ନେଇ ପ୍ରମାଣ ମିଳିଛି। ପୋଷ୍ଟମର୍ଟମ ରିପୋର୍ଟରୁ ମୁଣ୍ଡରେ ଆଘାତ ଯୋଗୁଁଁ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିସହ ସୌମ୍ୟଙ୍କର ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ, ସେଥିପାଇଁ ଅଭିଯୁକ୍ତ ଲୁଚି ରହିଛନ୍ତି। ଏହାସହ ସୌମ୍ୟଙ୍କ ସାଙ୍ଗ ଭୂମିକା…
ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ମେ ୨୬ରେ ମୌସୁମି ବାୟୁ କେରଳମ୍ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି।ପାଣିପାଗ ବିଶେଷଜ୍ଞ ଏବଂ ଘରୋଇ ସଂସ୍ଥା ‘ସ୍କାଏମେଟ୍’ ର ରିପୋର୍ଟ ଅନୁଯାୟୀ, ମୌସୁମୀ ବିଳମ୍ବ ହେବା ପଛରେ କିଛି ମୁଖ୍ୟ କାରଣ ରହିଛି । ଆରବ ସାଗରରେ ବିଷୁବରେଖା ଅତିକ୍ରମ କରୁଥିବା ମୌସୁମୀ ପବନ ଯେତିକି ଶକ୍ତିଶାଳୀ ହେବା କଥା, ତାହା ହୋଇପାରି ନାହିଁ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ଏଲ୍ ନିନୋ’ର ପ୍ରତିକୂଳ ପ୍ରଭାବ ଭାରତୀୟ ମୌସୁମୀ ଚକ୍ରକୁ ଦୁର୍ବଳ କରୁଛି । ତେବେ ମୌସୁମି ବାୟୁ କେରଳମ୍ ଛୁଇଁବାର ୧୦ଦିନ ମଧ୍ୟରେ ଓଡ଼ିଶା…
ରାସ୍ତାର ଗୋଟିଏ ପାର୍ଶ୍ଵରେ ରଥଖଳା ଓ ଅନ୍ୟପଟେ ଲୋକଙ୍କ ଠେଲାପେଲା । ଭିଡ଼ ଭିତରୁ ହାତରେ ପୁଳା ପୁଳା ଖଜା ଧରି ହସି ହସି ବାହାରୁଥିଲେ ଲୋକେ । ସମସ୍ତେ ସେହି ଭିଡ଼ ଭିତରକୁ ମାଡ଼ି ଯାଉଥିଲେ । ଆଉ ଦୁଇ ହାତ ପୂର୍ଣ୍ଣ କରି ଖଜା ନେଇଆସୁଥିଲେ ।ସାଧାରଣତଃ ଯଦି ଆମେ କିମ୍ବା କୌଣସି ଲୋକ ଖଜା କିଣନ୍ତି । ତେବେ ସୀମିତ ଓଜନ ମଧ୍ୟରେ କିଣନ୍ତି । ହେଲେ ଏଠି ମାଗଣାରେ ଖଜା ଥୁଆ ହୋଇଥିବାରୁ ଯିଏ ପାରିଲା, ସିଏ ବୋହିନେଲା । ଶେଷ ହେବା ପର୍ଯ୍ୟନ୍ତ ବୋହି ଚାଲିଲେ ଖଜା । ଏମିତିକି ତଳେ ପଡୁଥିବାର ମଧ୍ୟ କାହା ନଜିରକୁ ଆସିନଥିଲା ।ଯାହାର ଭିଡିଓ ଏବେ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ତେବେ ଗୁରୁବାର ଅପରାହ୍ନରେ ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଚଢାଉ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଓଡ଼ିଶାରେ ଚାଲିବ ଇଭି ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ହେବ ବ୍ୟବସ୍ଥା । ଏନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୫ଟି ପର୍ୟ୍ୟଟନ ସ୍ଥଳୀ ପାଇଁ ଏବେ ଟେଣ୍ଡର ଡ଼କାଯାଇଛି। କୋଲାବ ଡାମ୍, ହୀରାକୁଦ ଡାମ୍, ଭିତରକନିକା ଓ ବରକୂଳ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ବର୍ତ୍ତମାନର ତେଲ ସଙ୍କଟ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ୍ ବୋଟ୍କୁ ବଦଳାଇ ଇଭି ବୋଟ୍ରେ ପରିଣତ କରାଯିବ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTDC ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି ।
ଭିଭିଆଇପି ଗସ୍ତ ସୂଚନା ଲିକ୍ ନେଇ କଡ଼ା ସତର୍କତା। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ସେୟାର୍ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଗୃହ ବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ଏନେଇ ସମସ୍ତ ଜିଲାପାଳ ଓ ଏସ୍ପିଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଭିଭିଆଇପିଙ୍କ ମିନିଟ୍-ଟୁ-ମିନିଟ୍ କାର୍ୟ୍ୟକ୍ରମ, ସୁରକ୍ଷା ବ୍ୟବସ୍ଥା ଓ ଅପରେସନାଲ ତଥ୍ୟ ଅନଧିକୃତ ଭାବେ ସେୟାର୍ ହେଲେ ଗୁରୁତର ସୁରକ୍ଷା ତ୍ରୁଟି ସୃଷ୍ଟି ହେବ ବୋଲି ସରକାର ସଚେତନ କରିଛନ୍ତି।









