ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ସିଂହ ବିଜେଡିର ଜଣେ ଆଗଧାଡ଼ିର ନେତା ଥିଲେ। ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
Author: sanitelevision
ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଅପରାହ୍ନ ସୁଦ୍ଧା ଏହି ଗଭୀର ଅବପାତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇଛି । ସାଗର ଦ୍ୱୀପଠାରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଥିଲା । ଉପକୂଳ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଗଭୀର ଅବପାତ ଆଜି ପୂର୍ବାହ୍ନରୁ ମଧ୍ୟାହ୍ନ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତି…
ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ପ୍ରବେଶ କିମ୍ବା ଆସନ ଗ୍ରହଣ କରିବା । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପର୍ବ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଏକ ଚିତ୍ତାକର୍ଷକ ପ୍ରତୀକ । ରଥଯାତ୍ରା ଆରମ୍ଭରେ ହେଉଥିବା ‘ଧାଡ଼ି ପହଣ୍ଡି’ ନୀଳାଦ୍ରି ବିଜେର ପହଣ୍ଡି ସମ୍ପୂର୍ଣ୍ଣ ଭିନ୍ନ। ନୀଳାଦ୍ରି ବିଜେରେ ‘ଗୋଟି ପହଣ୍ଡି’ ନୀତି ଅନୁଷ୍ଠିତ ହୋଇଥାଏ । ଜଣେ ଦେବତା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଭିତରକୁ ବିଜେ କରିସାରିବା ପରେ ହିଁ ଅନ୍ୟ ଜଣଙ୍କର ପହଣ୍ଡି ଆରମ୍ଭ ହୁଏ । ସର୍ବପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସିଂହାସନକୁ ନିଆଯାଏ । ତାଙ୍କ ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଗାମ୍ଭୀର୍ଯ୍ୟମୟ ଚାଲିରେ ଶ୍ରୀମନ୍ଦିରକୁ ପ୍ରବେଶ…
ଦିଲ୍ଲୀରେ ଜନ୍ତରମନ୍ତରରେ ଚାଲିଥିବା CJP ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରାଯାଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ସରକାର ଆମ ଦାବି ମାନିଛନ୍ତି, ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରିଯାଆନ୍ତୁ । ଆମର ତିନୋଟି ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ପୂରଣ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ । ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହେବା ପରେ ସହମତି ମିଳିଛି ।ସୌରଭ ଦାସ କହିଛନ୍ତି ଯେ, ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ଏବଂ ଏଫଆଇଆରର କପି ବାଣ୍ଟି ଦିଆଯିବ । ସରକାର ଆମର ଦ୍ୱିତୀୟ ଦାବି ମଧ୍ୟ ଗ୍ରହଣ କରିଛନ୍ତି । ଆମେ ମାମଲା ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ପାଇଛୁ । ଆନ୍ଦୋଳନକାରୀ ଛାତ୍ରମାନଙ୍କ ବିରୁଦ୍ଧରେ ଭବିଷ୍ୟତରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତେବେ ଦିଲ୍ଲୀରେ…
ଜାତୀୟ ସ୍ତରରେ ପରୀକ୍ଷା ଅନିୟମିତତା ଏବଂ ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି ଚାଲିଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶାର ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।ଏଥିରେ ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି Gen-Zଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ଆମ ଲୋକଙ୍କ ବିଶେଷକରି ଯୁବପିଢ଼ିଙ୍କ ସ୍ବର ଶୁଣିବାକୁ ଯୋଗ୍ୟ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କର। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ବୋଲି ନବୀନ ତାଙ୍କ…
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସୋନମ ୱାଙ୍ଗଚୁକ ନିଜ ପ୍ରଥମ ପ୍ରତିକ୍ରିୟାରେ ଏହାକୁ ଗଣତନ୍ତ୍ରର ଏକ ବଡ଼ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ସେ ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଏହା ଲୋକତନ୍ତ୍ରରର ବିଜୟ । ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ । ସେ ଆନ୍ଦୋଳନରେ ସାମିଲ ହୋଇଥିବା CJP ଏବଂ ଦେଶର ଜେନ୍ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଆରମ୍ଭ । ଏବେ ସରକାରଙ୍କ ଦାୟିତ୍ୱ ହେଉଛି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା, ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା । ଲୋକମାନେ ଭୟ ଏବଂ ଭୟର ଭୟକୁ ତ୍ୟାଗ କରି ଦେଶର ପ୍ରତ୍ୟେକ କୋଣରୁ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି…
ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ସାମ୍ନାକୁ ଆସିବା ପରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ପ୍ରଥମେ ଦକ୍ଷ ବିଶେଷଜ୍ଞମାନଙ୍କୁ ଚୟନ କରାଯାଇ କର୍ମଶାଳା ସରିଛି । ଏବେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେଥିଲାଗି ଟେଣ୍ଡର ଡାକିଛି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) । ପୁଣି ଘରୋଇ ଫାର୍ମ ତଥା ପ୍ରିଣ୍ଟିଂ ପ୍ରେସ୍କୁ ଏହି ସଂଶୋଧନ ଦାୟିତ୍ୱ ଦିଆଯିବ । ଟେଣ୍ଡର ପାଇବାର ଏକମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଅର୍ଥାତ୍ ସେପ୍ଟେମ୍ବରରୁ ଅକ୍ଟୋବର ମାସ ସୁଦ୍ଧା ପୁସ୍ତକ ସଂଶୋଧନ ପ୍ରକ୍ରିୟା ଶେଷ ହେବ । ପରେ ପ୍ରିଣ୍ଟିଂ ପାଇଁ ପ୍ରେସ୍କୁ ଯିବ ବୋଲି ସୂଚନା ରହିଛି ।୨୬ ତାରିଖରେ ଟେଣ୍ଡର ଆବେଦନର ଶେଷ ତାରିଖ ରହିଛି । ୨୭ ତାରିଖରେ ଆବେଦନ କରିଥିବା ବିଡର୍ଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ । ବିଡ୍ ଖୋଲିବା ତାରିଖଠୁ ଏହାର ବୈଧତା ୭ ଦିନ…
NEET ପ୍ରଶ୍ନପତ୍ର ଲିକ୍ ଓ ଆନ୍ଦୋଳନ ଭିତରେ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀ ଦଳ, ଛାତ୍ର ସଂଗଠନ ଓ ସିଜେପିର କ୍ରମାଗତ ବିକ୍ଷୋଭ ଓ ଚାପ ଆଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି।ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହିଛନ୍ତି । ୩ ମେ’ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା କରାଯାଇଥିଲା । କିନ୍ତୁ କିଛି ଲୋକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ…
ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ପାଇଁ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ମଞ୍ଜୁର କରାଯାଇଛି।। ଏହି ଅର୍ଥରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ ।ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏହି ଯୋଜନା ଅଧୀନରେ ଆଥି ର୍କ ସହାୟତା ପାଇଁ ଏସ୍ଟଏ ଦ୍ୱାରା ଦାଖଲ ହୋଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ ଇଭି ଚାର୍ଜିଂ ଷ୍ଟେସନ ଓ ଏଥିରେ ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍ ସ୍ଥାପନ କରାଯିବ । ଇଭି ଚାର୍ଜିଂ ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ…
ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍ ଧରିଥିବା ବେଳେ ସରକାର ତାଙ୍କୁ ଅନ୍ୟ କୌଣସି ମନ୍ତ୍ରଣାଳୟକୁ ବଦଳି କରିବା ପାଇଁ ବିଚାର କରୁଛନ୍ତି। ସେ କହିଛନ୍ତି, ମୁଁ ଅନଶନରେ ବସିଥିବା ଛାତ୍ରମାନଙ୍କ ସହ କଥା ହୋଇଛି ଏବଂ ସେମାନଙ୍କର ତିନୋଟି ପ୍ରମୁଖ ଦାବି ଅଛି, ଯାହା ଅଣଦେଖା କରିହେବ ନାହିଁ। ଛାତ୍ରମାନଙ୍କର ପ୍ରାଥମିକ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା।ରାହୁଲ ଗାନ୍ଧୀ ପୁନରାବୃତ୍ତି କରିଥିଲେ ଯେ, ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଦାୟିତ୍ୱ ପ୍ରତିଷ୍ଠା ହେବା ଆବଶ୍ୟକ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ନୀତିଗ୍ରସ୍ତ, ଅଯୋଗ୍ୟ ଏବଂ ପ୍ରଭାବଶାଳୀ ଭାବରେ ତାଙ୍କ ଦାୟିତ୍ୱ ନିର୍ବାହ କରିବାରେ ବିଫଳ। ତାଙ୍କୁ ତାଙ୍କ ପଦବୀରୁ ତୁରନ୍ତ ବହିଷ୍କାର କରିବା। ଏହାସହ…









